ଲଗ୍ନ ମାନ
ଦେଖଣା
ଲଗ୍ନ ମାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ) (୬ଷ୍ଠୀ ତତ୍)
[ସମ୍ପାଦନା]ପ୍ରତ୍ୟେକ ନାକ୍ଷତ୍ରିକ ଅହୋରାତ୍ର ମଧ୍ୟରେ ମେଷ ବୃଷାଦି ପ୍ରତ୍ୟେକ ରାଶିର ଉଦୟର ପରିମାଣକାଳ —The time of the rising of each of the twelve zodiacal signs above the horizon in the course of the twenty four hours of day & night.
[ ଦ୍ର—ଦେଶମାନଙ୍କର ଭୂପୃଷ୍ଠର ଭିନ୍ନ ଭିନ୍ମ ସ୍ଥାନରେ ଅବସ୍ଥିତ ଯୋଗୁଁ ରାଶିମାନଙ୍କର ଉଦୟ ସବୁ ଦେଶରେ ଏକ
ସମୟରେ ବା ଏକ ଭାଗରେ ଦୃଷ୍ଟ ହୁଏ ନାହିଁ ଅତଏବ ସବୁ ଦେଶରେ ଲଗ୍ନମାନ ସମାନ ହୁଏ ନାହିଁ ଉଦାହରଣ ସ୍ୱରୂପ, ଏକ ନିର୍ଦ୍ଦଷ୍ଟ ଦିନ ଯେବେ ପୁରୁଶୋତ୍ତମକ୍ଷେତ୍ରକୁ ମୀନ ରାଶିର ଉଦୟ ବା ଲଗ୍ନମାନ ୪ ୩୭: ଅଂଶ ହେବ, ତେବେ କଟକ ନଗରକୁ ଉକ୍ତ ରାଶିର ଲଗ୍ନମାନ ୩ ୫୩,: ବିରଜାମଣ୍ଡଳ ବା ଯାଜପୁରକୁ ୫ ୫୨: ଓ ଲଙ୍କାକୁ ୪ ୩ ହେବ ଯେଉଁ ରାଶିର ଯେତେ ଅଂଶରେ ସୂର୍ଯ୍ୟ ଅବସ୍ଥାନ କରନ୍ତି ଲଗ୍ନର ଜେତିକି ଅଂଶ ପ୍ରାତଃକାଳରେ ଗତ ହୁଏ ପରେ ଗମ୍ୟାଂଶରେ ତହିଁର ପରବର୍ତ୍ତୀ ଲଗ୍ନମାନ ଯୋଗ କରି ଦିବାଭାଗରେ ଇଷ୍ଟସମୟରେ ଲଗ୍ନ ନିରୂପଣ କରାଯାଏ ଏହିରୂପେ ଯେଉଁ ରାଶର ଯେତେ ଅଂଶର ସୂର୍ଯ୍ୟ ଅବସ୍ଥାନ କରନ୍ତି, ତହିଁର ସପ୍ତମ ରାଶିର ସେତିକ ଅଂଶ ସୂର୍ଯ୍ୟସ୍ତ କାଳରେ ଗତ ହୁଏ ସୂର୍ଯ୍ୟସ୍ତକାଳରେ ଉକ୍ତ ରାଶିର ଗମ୍ୟାଂଶ ଓ ପରବର୍ତ୍ତୀ ଲଗ୍ନମାନ, ଯୋଗ କରି ରାତ୍ରି କାଳରେ ଇଷ୍ଟ ସମୟରେ ଲଗ୍ନମାନ, ଯୋଗ କରି ରାତ୍ରି କାଳରେ ଇଷ୍ଟ ସମୟରେ ଲଗ୍ନ ନିରୂପଣ କରାଯାଏ— ଅରୁଣୋଦୟ ପ୍ରେସ୍ ଖଡ଼ିରତ୍ନ ପଞ୍ଜିକା ]