Jump to content

ଲଙ୍କା ଦହନ

ଉଇକିଅଭିଧାନ‌ରୁ

ଲଙ୍କା ଦହନ

ଉଚ୍ଚାରଣ

[ସମ୍ପାଦନା]

(ଲଙ୍କା ଦାହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ହନୁମାନଦ୍ୱାରା ଲଙ୍କା ନଗରୀ ଧ୍ୱଂସ —The burning of the city of Laṇkā by Hanumāna

[ ଦ୍ର—ସୀତାଙ୍କୁ ଠାବ କରିସାରି ହନୁମାନ ରାବଣର ଉଦ୍ୟାନ ଜୁର କରିବାରୁ ତାକୁ ରାବଣ ଧରାଇ ନେଲା ସେ ରାବଣକୁ ଫୁସୁଲାଇଲା ଯେ, ମୋ ଲାଙ୍ଗୁଡ଼ରେ ଗୁଡ଼ିଏ କନା ତହିଁରେ ତେଲ ଢାଳି ସେଥିରେ ନିଆଁ ଲଗାଇଦେଲେ ମୁଁ ପୋଡ଼ିହୋଇ ମରିଯିବି ରାବଣ ଏହା ବିଶ୍ୱାସ କରି ହନୁମାନର ଲାଙ୍ଗଡ଼ରେ କନା ଗୁଡ଼ାଇ ତହିଁରେ ତୈଳାଦି ଢ଼ାଳି ନିଆଁ ଲଗାଇ ଦେବାରୁ ହନୁମାନ୍ ସେହି ଜଳନ୍ତାଲାଙ୍ଗୁଡ଼କୁ ହଲାଇ ଲଙ୍କା ନଗରୀର ଘରମାନଙ୍କ ଉପରେ ଡ଼େଇଁଲା ଓ ଲଙ୍କାନଗରୀ ପୋଡ଼ି ଭସ୍ମସାତ୍ ହୋଇଗଲା କଥିତଅଛି ଯେ, ଲଙ୍କା ପୋଡ଼ିଯିବା ପରେ ହନୁମାନ ଆପଣା ଲାଙ୍ଗୁଡ଼ରେ ଜଳୁଥିବା ଅଗ୍ନିକୁ ଲିଭାଇ ଦେଇ ହାତରେ ସେ ପାଉଁଶକୁ ମଳି, ମୁହଁରେ ମାରିହୋଇ ଲଙ୍କାରୁ ଫେରି ଆସିଲା ହନୁ ମାଙ୍କଡ଼ଙ୍କ ମୁହଁ ଓ ଲେଡ଼ି (କରତଳ) ଓ ପାଦତଳ କଳା ଥିବା ଦେଖି ଲୋକେ କହନ୍ତି ଯେ, ଲଙ୍କାପୋଡ଼ି କାଳରେ ପାଉଁଶବୋଳାର ଏହି ଚିହ୍ନ ହନୁମାନର ବଂଶଧର— ମାନଙ୍କଠାରେ ହି ଯାଇଅଛି]