ଲଙ୍ଗଳା ମୁକୁଳା
ଦେଖଣା
ଲଙ୍ଗଳା ମୁକୁଳା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଣ(ସଂସ୍କୃତ - ନଗ୍ନ ଓ ମୁକ୍ତ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତିର ଦେହରୁ ଲୁଗା ଖସି ପଡ଼ିଥାଏ ଓ ମୁଣ୍ଡରେ କେଶ ଫିଟି ଯାଇ ଥାଏ —୧. With dishevelled hair and the body shorn of clothes.
- ୨. (ଲକ୍ଷଣାର୍ଥ) ଅସ୍ତବ୍ୟସ୍ତ; ବ୍ୟସ୍ତ ସମସ୍ତ ଯାହାର 'କେଶ ବସନ ଅସମ୍ୱାଳ' ହୋଇଥାଏ — ୨. (figurative) Too much perturbed and consequently unable to arrange one's loosened or disordered dress and dishevelled hair.
[ଦ୍ରଷ୍ଟବ୍ୟ —ଅତ୍ୟନ୍ତ ବ୍ରଗ୍ୟତା ବ୍ୟତିବ୍ୟସ୍ତ ହେଲେ ମନୁଷ୍ୟ ଆପଣାର ବେଶଭୂଷା ପ୍ରତି ଦୃଷ୍ଟି ରଖି ନ ପାରି ଦଉଡ଼ିବା ବେଳେ, ପିନ୍ଧିଥିବା ଲୁଗା ଖସି ପଡ଼ୁଥାଏ ଓ ବାଳ ମୁକୁଳା ହୋଇଯାଏ ସେ ଏପରି ବିବ୍ରତ ହୋଇ ପଡ଼େ ଯେ, ଥୟ ହୋଇ ଲୁଗାକୁ ସଜାଡ଼ି କରି ପିନ୍ଧିବା ଓ ମୁଣ୍ଡର ବାଳକୁ ସଂଯତ କରି ଗଣ୍ଠି ପକାଇବାକୁ ତାକୁ ବେଳ ନ ଥାଏ ଏପରି ଅବସ୍ଥାକୁ ଲଙ୍ଗଳା ମୁକୁଳା ବୋଲାଯାଏ ଯଥା—ରାତିବେ ମନୁଷ୍ୟ ଘରେ ଶୋଇ ଥିବା ଅବସ୍ଥାରେ ଯେବେ ଡ଼ାକ ଶୁଣେ ଯେ, ଘର ପୋଡ଼ିଗଲା, ସେ ଲଙ୍ଗଳା ମୁକୁଳା ହୋଇ ବିଛଣାରୁ ଉଠି ଦଉଡ଼େ କୌଣସି ଘାତୁ ଶତ୍ରୁ ମନୁଷ୍ୟକୁ ଆକ୍ରମଣ କରି ଗୋଡ଼ାଇଲେ, ମନୁଷ୍ୟ ପ୍ରାଣଭୟରେ ଶତ୍ରୁମୁଖରୁ ପଳାଇବା ବେଳେ, ତା ଦେହରୁ ଖସି ପଡ଼ୁଥିବା ଲୁଗାକୁ ଓ ମକୁଳା ହୋଇ ଥିବା ବାଳକୁ ବାନ୍ଧିବାକୁ ତାକୁ ତର ନ ଥାଏ; ସେହି ଅବସ୍ଥାକୁ ଲଙ୍ଗଳା ମୁକୁଳା ଅବସ୍ଥା ବୋଲାଯାଏ]