ଲଙ୍ଗଳ ସଜ

ଉଇକିଅଭିଧାନ‌ରୁ

ଲଙ୍ଗଳ ସଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳ ଓ ସଜ୍ଜା)[ସମ୍ପାଦନା]

ସମସ୍ତ ଅଙ୍ଗ ସମ୍ୱଳିତ ଲଙ୍ଗଳ; ଲଙ୍ଗଳର ଆବଶ୍ୟକକ ସମୁଦାୟ ଅବୟବ ବା ଉପକରଣ (ଅର୍ଥାତ ହଳ କରିବା ବେଳେ ଯେପରି ଆଉ କିଛି ଲୋଡ଼ା ନ ହେବ) —A complete set of ploughing implements.

[ଯୁଆଳି, ମୁଣ୍ଡା ଫାଳ. କଣ୍ଟି ଈଷ, ଶଇଳ, ଯୋତ, ଖାଡ଼ିଯୋତ ଇତ୍ୟାଦି; ପ୍ରଧାନତଃ ଲଙ୍ଗଳ ସଜ ତିନୋଟି ଅଂଶରେ ବିଭକ୍ତ ଯଥା—୧ନିମ୍ନରେ ମୁଣ୍ଡା ଓ ଉପରେ କଣ୍ଟିଯୁକ୍ତ ଲଙ୍ଗଳ; ୨ ଈଷ; ୩ ଯୁଆଳି ଲଙ୍ଗଳ ମୁଣ୍ଡ଼ାରେ ଘରା ଖୋଳାଯାଇଁ ତହିଁରେ ଲଙ୍ଗଳଲୁହା ପୂରାଯାଏ ଲଙ୍ଗଳ ପରିଚାଳନାର୍ଥ ଦୁଇଟି ପଶୁ ଓ ଜଣେ ମନୁଷ୍ୟ ଦରକାର ଏଥିପାଇଁ ପ୍ରହଳିକା ଅଛି—" ଠକ ଠକ ଠକ ସା, ତିନି ମୁଣ୍ଡ ଦଶ ଗୋଡ଼, ଦେଖି ଅଇଲି ମଉସା"= ହଳ ବୁଲାଉ ଥିବା ମନୁଷ୍ୟ ଓ ବଳଦ]