Jump to content

ଲଙ୍ଗୋଟା

ଉଇକିଅଭିଧାନ‌ରୁ

ଲଙ୍ଗୋଟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ହିନ୍ଦିରୁ ଅନୁକୃତ)

(ସଂସ୍କୃତ - ଲିଙ୍ଗ + ଓଷ୍ଠ)—ଲେଙ୍ଗୁଟି; କୌପୀନ —A strip of rag tucked down the privities by means of a waist chain or cord passed round the waist.

[ଦ୍ରଷ୍ଟବ୍ୟ —ଏହା ମଲ୍ଲ ଓ ବାବାଜୀମାନେ ବ୍ୟବହାର କରନ୍ତି ସାଦାରଣତଃ ଲଙ୍ଗୋଟା ଓ କୌପୁନି ଏକ ଅର୍ଥରେ ବ୍ୟବହୃତ ହୁଏ କିନ୍ତୁ ଲାଙ୍ଗୋଟା ଓ କୌପୁନି ମଧ୍ୟରେ କିଞ୍ଚିଟ୍ ପ୍ରଭେଦ ଅଛି କୌପୁନି ୧/?/ ହାତ ବା ୨ ହାତ ଲମ୍ୱ ଓ ୬ ଆଙ୍ଗୁଳ ବା ୮ ଆଙ୍ଗୁଳ ଚଉଡ଼ାର ଖଣ୍ଡେ କନା ପ୍ରଥମେ ଅଣ୍ଟାରେ ଖଣ୍ଡେ ଡ଼ୋର ଗୁଡ଼ାଇକରି ବନ୍ଧାଯାଏ ସେହି ଡ଼ୋରିରେ କୋପୁନିର ଗୋଟିଏ ମୁଣ୍ଡର ଲାହିପାଖରେ ଖୋସି ଗୁହ୍ୟଦ୍ୱାରବାଟେ ବୁଲାଇଆଣି, ପିଠି ପାଖେ ଉକ୍ତ ଡ଼ୋରିରେ କୌପୁନିର ଅନ୍ୟ ମୁଣ୍ଡକୁ ଖୋସିବାକୁ ହୁଏ ଏହାକୁ କୌପୁନି ବୋଲାଯାଏ

କିନ୍ତୁ ଲେଙ୍ଗୁଟି ତ୍ରିଭୁଜାକାର ଖଣ୍ଡିଏ କଳା ଓ ଏହାର କୌପୁନି ଆକାରରେ ଖଣ୍ଡିଏ ଲାଞ୍ଜ ଥାଏ ଉକ୍ତ ତ୍ରିଭୁଜାକାର କନାକୁ ଅଣ୍ଟାରେ ଗୁଡ଼ାଇ ବାନ୍ଧିବାକୁ ହୁଏ ଏହା ପିନ୍ଧିଲେ ଲାଞ୍ଜଟି ଗୁହ୍ୟଦ୍ୱାର ପଛରେ ଓହୋଳିଥାଏ ତତ୍ପରେ ସେହି ଲାଞ୍ଜଟିକୁ ପଛଆଡ଼ୁ ଗୁହ୍ୟଦ୍ୱାରବାଟେ ବୁଲାଇଆଣି, ନାହିପାଖେ ଖୋସିବାକୁ ହୁଏ, ଏହାକୁ ଲଙ୍ଗୋଟା ବା ଲେଙ୍ଗୁଟି ବୋଲାଯାଏ

କୌପୁନିକୁ ନାହିପାଖରୁ ପଛଆଡ଼କୁ ଆଣି ପଛଆଡ଼େ ଖୋସିବାକୁ ହୁଏ ଲଗୋଟାକୁ ପଛଆଡ଼ୁ ଆଣି ଆଗଆଡ଼େ ନାହି ପାଖେ ଖୋସିବାକୁ ହୁଏ ନାବାଜି— ମାନେ କୌପୁନି ମାରନ୍ତି ଓ ମଲ୍ଲମାନେ ଲଙ୍ଗେଟା ବା ଲେଙ୍ଗୁଟି ମାରନ୍ତି]