ଲଙ୍ଘିବା
ଦେଖଣା
ଲଙ୍ଘିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଘିବା
|
ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଲଙ୍ଘ. ଧାତୁ)
[ସମ୍ପାଦନା]- ୧. ଲଂଘନ କରିବା; ଅତିକ୍ରମ କରିବା —୧. To pass over.
[ଉ— ବିଧାତା ଯେଉଁ ମାର୍ଗ ବିଧାନ କରୁଛି, ତାହା ଲଂଘିବାକୁ ଶକତି କାରଅଛି କୃଷ୍ଣସିଂହ. ମହାଭାରତ. ଆଦି]
- ୨. ଉପର ବାଟେ ଡେଇଁଯିବା —୨. To leap over; to jump over.
- ୩. (ସମୟର ସୀମା) ଅତିବାହିତ କରିବା —୩. To exceed the me limits.
- ୪. ସୀମା ଟପିବା —୪. To exceed or transgress limits.
- ୫. (ଆଦେଶ ବା ନିୟମ) ପାଳନ ନ କରିବା ବା ଭଙ୍ଗ କରିବା —୫. To infringe any rule or order.
- ୬. ପାରି ହେବା —୬. To cross.
- ୭. ଆଦେଶ ବା ଆଜ୍ଞା ଲଘଂନ କରିବା —୭. To disobey an order.
[ଉ— ଦୋଷ ମୁଁ କରିଅଛି ଲଂଘିଲି ଯେବେ କିଛି, ତୋତେ ପଣ୍ଡିତା ଅଗ୍ରଗାରକୁରେ କବିସୂର୍ଯ୍ୟ. ସଙ୍ଗୀତ]
- ୮. ଉପବାସ କରିବା —୮. To fast.
- ୯. ବେଖାତିର କରିବା; ଅବଜ୍ଞା କରିବା —୯. To disregard.
[ଉ—ଲଂଘୁଥାନ୍ତି ତାହାଙ୍କୁ ପରାଭବ ଦେଇ କୃଷ୍ଣସିଂହ. ମହାଭାରତ. ବନ]
- ୧. ଦଂଶନ କରିବା —୧୦. To bite.
- ୧୧. କଥା ନ ମାନିବା — ୧୧. Not to act according to one's express desire.
(ଉ—ଦୁର୍ଯ୍ୟୋଧନ ବଂଶରେ ଲଂଘିଲି ଯା ତୁମ୍ଭଙ୍କ ତହିଁର ଫଳ ବିହି ଖଞ୍ଜିଲା ଆମ୍ଭଙ୍କୁ କୃଷ୍ଣସିଂହ. ମହାଭାରତ. ବନ)
- ୧୨. ଆକ୍ରମଣ କରିବା —୧୨. To attack.
- ୧୩. ହଇରାଣ କରିବା —୧୩. To put one to trouble.
(ଉ—ଲଂଘି ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞୁଆଟି କେଡ଼େ ହେଲେହେଁ ବନ୍ଧୁ କବିସୂର୍ଯ୍ୟ. କିଶୋରୀ— ଚମ୍ପୁ ଲ ଗୀତ]