Jump to content

ଲଛ୍ମନ୍ ଝୋଲା

ଉଇକିଅଭିଧାନ‌ରୁ

ଲଛ୍ମନ୍ ଝୋଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ହରିଦ୍ୱାରଠାରୁ ବଦରିକାଶ୍ରମକୁ ଯିବା ପଥରେ ଗଙ୍ଗା ନଦୀ ଉପରେ ଥିବା ଶିକୁଳିର ଦୋଳାୟମାନ ପୋଲ — The chain bridge onthe Ganges between Hardwar and Badrinath.

[ଦ୍ରଷ୍ଟବ୍ୟ —ଲକ୍ଷ୍ମଣଜୀଙ୍କ ନାମାନୁସାରେ ଝୋଲାର ନାମ ଲଛମନ ଝୋଲା ହୋଇଅଛି (ମଦନମୋହନ ତୀର୍ଥ ଦର୍ଶନ) ଏଠାରେ ଗଙ୍ଗା ନଦୀର ଶଯ୍ୟା ଅତି ଗଭୀର ଓ ଏଠାରେ ଗଙ୍ଗାକୁ ପାରି ହେବା ପାଇଁ ପୂର୍ବେ ଲୌହ ଶୃଙ୍ଖଳର ଯେଉଁ ପୋଲ ଥିଲା, ତହିଁରେ ଯାତ୍ରୀମାନେ ଗୋଟିଏ ଶିକୁଳିକୁ ଧରି ଧରି ଆଉ ଗୋଟିଏ ଶିକୁଳି ଉପରେ ପାଦ ଦେଇ ଅତି ସାବଧାନ ହୋଇ ଗଙ୍ଗାକୁ ପାରି ହେଉଥିଲେ ପାଦ ତଳେ ବହୁ ଶତ ହସ୍ତ ଗଭୀର ନଦୀ ଶଯ୍ୟା,ମୁଣ୍ଡ ଉପରେ ବହୁ ଶତ ହସ୍ତ ଉଚ୍ଚ ପର୍ବତମାଳା; ସେହି ଶିକୁଳି ଉପରେ ଚାଲି ଗଙ୍ଗାକୁ ପାରି ହେବା ସମୟରେ ଗୋଡ଼ତଳକୁ ଚାହିଁଲେ ଗଭୀର ନଦୀଶଯ୍ୟା ତାହାକୁ ଦେଖିଲାକ୍ଷଣି ମଥା ଭ୍ରମିବ ଓ ସେହି ଭ୍ରମରେ ଯାତ୍ରୀର ଗୋଡ଼ ଖସିଯିବ, ଏହି ଆଶଙ୍କାରେ ଯାତ୍ରୀମାନେ ତଳ ଆଡ଼କୁ ନ ଚାହିଁ, ଭଗବାନଙ୍କ ନାମ ସ୍ମରଣ କରି ସେହି ପୋଲକୁ ପାରି ହେଉଥିଲେ ବର୍ତ୍ତମାନ ଇଂରାଜ ଗଭର୍ଣ୍ଣମେଣ୍ଟ ସେଠାରେ ଗୋଟିଏ ସୁଗମ୍ୟ ଝୁଲା ପୋଲ ପ୍ରସ୍ତୁତ କରି ଦେଇ ଅଛନ୍ତି]