Jump to content

ଲଜିଙ୍ଗ୍ ହାଉସ୍

ଉଇକିଅଭିଧାନ‌ରୁ

ଲଜିଙ୍ଗ୍ ହାଉସ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ବୈଦେଶିକ - ବି—(ଇଂ)

[ସମ୍ପାଦନା]

ତୀର୍ଥମାନଙ୍କ ଯାତ୍ରୀ— ମାନଙ୍କର ଭଡ଼ାଦେଇ ରହିବାପାଇଁ ଗଭର୍ଣ୍ଣ. ମେଣ୍ଟଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଭଡ଼ାଘର — Lodging houses (licensed by the Government for accomodating pilgrims in religious centres.

[ଦ୍ରଷ୍ଟବ୍ୟ — ପୁରୀରେ ଲଜିଙ୍ଗହାଉସ୍ ମାନଙ୍କରୁ ସରକାର ଯେଉଁ ଶୁକ୍ଳଆଦାୟ କରନ୍ତି, ତଦ୍ଦ୍ୱାରା ଗୋଟିଏ ସ୍ୱତନ୍ତ୍ର ପାଣ୍ଠି (ଲଜିଙ୍ଗ୍— ହାଉସ୍ ଫଣ୍ଡ,)ପ୍ରତିଷ୍ଠା କରି, ସେହି ପାଣ୍ଠରୁ ପୁରୀ ସହରରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟରକ୍ଷା ସମ୍ୱନ୍ଧୀୟ ନାନା କାର୍ଯ୍ୟ କରନ୍ତି ଏହି ଲଜିଙ୍ଗ୍ହାଉସ୍ମାନଙ୍କ ପରିଚାଳନାର୍ଥେ ସରକାର ଗୋଟିଏ ଆଇନ୍ (ପୁରୀ ଲଜିଙ୍ଗ ହାଉସ୍ ଅକ୍ଟ= ୧୮୭୧: ସାଲର ବଙ୍ଗୀୟ ୪ ଆଇନ୍) ପ୍ରଣୟନ କରିଛନ୍ତି ସେହି ଆଇନ ଅନୁସାରେ ଲଜିଙ୍ଗ ହାଉସ୍ର ମାଲିକମାନେ ସରକାରଙ୍କ ଠାରୁ, ସେମାନଙ୍କ ଲଜିଙ୍ଗ୍ ହାଉସ୍କୁ ଲାଇସନ୍ (ଇଂରାଜୀ - ଲାଇସେନ୍ସ ବା ପାଶ୍) କରାଇ ସେଥିନିମନ୍ତେଲାଇସେନ୍ସ ଫିସ୍ (ଇଂରାଜୀ - ଲାଇସେନ୍ସ ଫିସ୍ ଦିଅନ୍ତି ସରକାରଙ୍କ ପ୍ରଚାରିତ ନିୟମମାନ ଭଙ୍ଗକଲେ ଲଜିଙ୍ଗ୍ ହାଉସ୍ର ଅଧ୍ୟକ୍ଷ ଓ ଜିମାଦାର୍ ବ୍ୟକ୍ତିମାନେ ଅର୍ଥଦଣ୍ଡରେ ଦଣ୍ଡିତ ହୁଅନ୍ତି ଏହି "ଲଜିଙ୍ଗହାଉସ୍"ସଂପର୍କରେ କେତେଗୁଡ଼ିଏ ଇଂରାଜୀ ଶଦ୍ଦ ଓଡ଼ିଆଭାଷାରେ ପ୍ରବେଶ କରିଅଛି ଯଥା—ଲାଇସେନ୍ସ, ଫିସ୍, ପାସ୍, ଫଣ୍ଡା]