Jump to content

ଲଜ୍ଜା

ଉଇକିଅଭିଧାନ‌ରୁ

ଲଜ୍ଜା

ଉଚ୍ଚାରଣ

[ସମ୍ପାଦନା]

[ଲଜ୍ଜା ଶବ୍ଦର ଅନ୍ୟ ସଂସ୍କୃତ - ନାମ— ହୀ, ତ୍ରପା, କ୍ରୀଡ଼ା, ମନ୍ଦାସ୍ୟ (କ୍ଷ)]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଲସ୍ଜ୍ ଧାତୁ= ଲଜ୍ଜିତ ହେବା+ଭାବ ଅ+ସ୍ତ୍ରୀ ଆ)

[ସମ୍ପାଦନା]
୧. ହୃଦୟର କୋମଳ ବୃତ୍ତିବିଶେଷ; ଯେଉଁ ବୃତ୍ତ ଯୋଗୁଁ ଅନ୍ୟ ବ୍ୟକ୍ତିର ସମକ୍ଷରେ ବା ଜ୍ଞାତସାରରେ କେତେକ କାର୍ଯ୍ୟ କରିବାକୁ ମନୁଷ୍ୟ ମନରେ ସଂକୋଚ ଉପସ୍ଥିତ ହୁଏ; ଅନୁଚିତ କାର୍ଯ୍ୟକଳାପର ପର ପରିଜ୍ଞାନ ଭୟ —୧. Shame.
୨. କ୍ରୀଡ଼ା; କୁଣ୍ଠା; ସଂକୋଚ —୨. Modesty; coyness; bashfulness.
୩. (ବୈଦ୍ୟକ) ସଜ୍ଜାଳୁ ଲତା (ଦେଖ) - —୩. Lajjāḻu latā (See)
୪. କୌଣସି ନିନ୍ଦିତ କର୍ମଚାରୀ ପ୍ରତି ଲୋକଙ୍କର ଅବମାନନାଯୁକ୍ତ ବ୍ୟବହାର —୪. Humiliation.

[ଦ୍ରଷ୍ଟବ୍ୟ —ଏଥିରେ ଅପଭ୍ରଂଶ—ଲାଜ, ଲଜ୍ୟାସ ନାଜ, ନଜ୍ୟା,] ନାଜ୍ୟା, ଲାଜ୍ୟା ଲଜ୍ଜା, କୁଣ୍ଠା, କ୍ରୀଡ଼ା, ସଂଙ୍କୋଚ ଏକାର୍ଥ— ବାଚକ କିନ୍ତୁ ବ୍ୟବହାରରେ ଏହା ବିଶେଷ ବିଶେଷ ଭାବ— ବ୍ୟଞ୍ଜିତ ହୁଏ

ନିନ୍ଦିତ କାର୍ଯ୍ୟ କଲେ ଲୋକେ ଏହା ଜାଣିଲେ ମୋତେ ନିନ୍ଦା କରିବେ ବୋଲି ମନରେ ଯେଉଁ ଭୟ ହୁଏ, ତାହାକୁ 'ଲଜ୍ଜା' ବୋଲାଯାଏ ନିନ୍ଦିତ କାର୍ଯ୍ୟ କରିବାକୁ ମନରେ ଯେଉଁ ଅନିଜ୍ଜା ଜାତ ହୁଏ, ତାକୁ 'କୁଣ୍ଠା' ବୋଲାଯାଏ ଗୁରୁଜନମାନଙ୍କ ନିକଟରେ ପ୍ରକାଶ୍ୟରେ ମୁହଁ ଦେଖାଇବା ବା କଥା କହିବା ପାଇଁ ବିନୟ ଭାବ ମିଶ୍ରିତ ସଙ୍କୋଚକୁ ବ୍ରୀଡ଼ା ବୋଲାଯାଏ କାଳେ ଲୋକେ ଜାଣିଲେ ଏହା ଅନୁମୋଦନ କରିବେ ନାହିଁ ଏଥିଯୋଗୁଁ କୌଣସି ଅନୁଚିତ କାର୍ଯ୍ୟ କରିବାକୁ ମନରେ ଯେଉଁ ଇତସ୍ତତଃ ଭାବ ଉପସ୍ଥିତ ହୁଏ, ତାକୁ ସଙ୍କୋଚ ବୋଲାଯାଏ—ଜ୍ଞାନେନ୍ଦ୍ର]