ଲଜ୍ଜାଳୁ
ଲଜ୍ଜାଳୁ
ଉଚ୍ଚାରଣ
[ସମ୍ପାଦନା]ଲଜ୍ଜାଳୁଲତା, ଲଜ୍ଜିରୀ, ଲଜ୍ଜାଷ୍ପର୍ଶ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବିଶେଷଣ - (ଲଜ୍ଜା+ଶୀଳାର୍ଥେ ଆଳୁ)
[ସମ୍ପାଦନା]ଲଜ୍ଜାଶୀଳ (ଦେଖ) - — Lajjāṡīḻa, (See)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲାଜକୁଳୀ ଲତା; ଲାଜ— କୋଳି ଲତା —A sensitive plant; Mimosa Pudica.
[ଦ୍ରଷ୍ଟବ୍ୟ —ଏହା କଣ୍ଟାକମଳ ଲତାମୟ ୧୧/?/ ହାତ ଲମ୍ୱ କ୍ଷୃପ ବିଶେଷ; ପତ୍ରଗୁଡ଼ିକ ଛୋଟ ବବୁର ପତ୍ରପରି ଡାଙ୍ଗର ଦୁଇ ପାଖରେ ଥାଏ ଏହାର ପତ୍ରକୁ ଛୁଇଁଲେ ପତ୍ର ଗୁଡ଼ିକ ମୁଦି ହୋଇଯାଏ ଓ ପତ୍ରର ଡେମ୍ଫଗୁଡ଼ିକ ଶୋଇପଡ଼େ ଏହାର ଛୁଇଁ ଲୋମଶ; ଫୁଲ ନାଲିଆ, ଗୋଲ ଓ କେଶରମୟ; ବୀଜ ଚେପଟା; ଏହାର ଡାଳ ଓ ଡେମ୍ଫ ନାଲିଆ ଆଉ ଏକ ପ୍ରକାର ଲଜ୍ଜାଳୁ ଲତା ଅଛି, ତାହାର ଗଛ ଛୋଟ ଓ ପତ୍ର ବଡ଼ ବଡ଼ ଏହାକୁ ଲଜ୍ଜାଳୁ ବୈପରୀତ୍ୟ କହନ୍ତି]
ଅନ୍ୟ ଏକ ପ୍ରକାର ଲଜ୍ଜାଳୁଲତା ପାଣଇକୂଳରେ ଜନ୍ମେ ତହିଁରେ କଣ୍ଟା ନ ଥାଏ ତାହାର ପତ୍ର ଓ ଡେମ୍ଫ ଆଦି ହରିଦ୍ୱର୍ଣ୍ଣ ହାତ ଲଗାଇଲେ ତାହାର ପତ୍ର ବୁଜି ହୋଇଯାଏ ତାକୁ "ପାଣି ଲାଜକୁରୀ" (ସଂ ଅଳମ୍ୱୂଷା) ବୋଲାଯାଏ
ଅନ୍ୟ ଏକଜାତୀୟ ଲାଜକୋଳି ଲତା ଧଳା, ତାକୁ "ଛେତଲାଜକୁରୀ" କହନ୍ତି ବୈଦ୍ୟଶାସ୍ତ୍ର ମତରେ ଏହା ଶୀତବୀର୍ଯ୍ୟ ଓ ତିକ୍ତ କଷାୟ ରସ; ଏହା କଫ, ପିତ୍ତ, ରକ୍ତ ପିତ୍ତ, ଅତିସାର ଓ ଯୋନିରୋଗ, ଦାହ, ଶ୍ରମ, ଶ୍ୱାସ, ବ୍ରଣ, ସୁଷ୍ଠମାଶକ ଏଥିର .ଚେର ଓ ଡାଙ୍ଗର ପାଚନ ଓ ଏଥିରେ ପତ୍ରର ଚୂର୍ଣ୍ଣ ପଥୁରୀ ଓ ଭଗନ୍ଦର ରୋଗ ପାଇଁ ସେବନ କରାଯାଏ ରାସାୟନିକ ପରୀକ୍ଷାଦ୍ୱାରା ଦେଖା ଯାଇଅଛି ଯେ
ଏ ଗଛରେ ଶତକଡ଼ା ୧ ଭାଗ କଷାୟ ଧାତୁ (Tannin) ଅଛି ଏଥିର ଡାଙ୍ଗର ଚୂର୍ଣ୍ଣକୁ ହିରାକସ ସଙ୍ଗେ ମିଶାଇଲେ ଭଲ କାଳୀ ହୁଏ—ହିନ୍ଦୀ - ଶ]