ଲଡ଼ିବା
ଦେଖଣା
ଲଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂ .ରଣ ଧାତୁ)
[ସମ୍ପାଦନା]- ୧. ଯୁଦ୍ଧ କରିବା; ଶତ୍ରୁକୁ ଆଘାତ କରିବା —୧. To fight.
- ୨. ଯୁକ୍ତି ପ୍ରଦର୍ଶନ କରି ନିଜ ପକ୍ଷ ସମର୍ଥନ କରିବା — ୨. To support one's cause by reasoning or argument.
[ଉ—ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି ଫକୀର— ମୋହନ. ଛମାଣ ଆଠଗୁଣ୍ଠ]
- ୩. ପରସ୍ପର ସହିତ ସଂଘର୍ଷ କରିବା —୩. To come in mutual contact; to collide.
- ୪. ବାଗ୍ଯୁଦ୍ଧ କରିବା —୪. To engage in wordy duel.
- ୫. ମଲ୍ଲ ଯୁଦ୍ଧ କରିବା —୫. To wrestle with a rival
- ୬. ତର୍କ କରିବା —୬. To argue.
- ୭. ମକଦମାରେ ନିଜର ପକ୍ଷ ସମର୍ଥନ କରି ବାଦୀର ବିପକ୍ଷରେ ମକଦମା ଚଳାଇବା —୭. To contest a suit
୮: (ମେଣ୍ଡା, କୁକୁଡ଼ା, ଷଣ୍ଡ ଆଦି) ପରସ୍ପର ସହିତ ବଲ କଷାକଷି ହେବା —୮. oT fight (said of fighting rams, cocks and bulls).