Jump to content

ଲଣ୍ଡି ବାବୁଲି

ଉଇକିଅଭିଧାନ‌ରୁ

ଲଣ୍ଡି ବାବୁଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଲଣ୍ଡିବା (ବ) ଗୁ (ବୁ) ରି (ଲି)—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବର୍ଦ୍ଧରୀ)

[ସମ୍ପାଦନା]

ଗନ୍ଧ ତୁଳସୀ; ବଣ ତୁଳସୀ ବିଶେଷ — A kind if Basil plant; Ocymum Basilicum.

୨. ଏକ ପ୍ରକାର ବଣ ତୁଳସି ଗୁଳ୍ମ ଓ ତହିଁର ମଞ୍ଜି — ୨. Lallemantia Roybana; Hollybook; Holly hock.

[ଦ୍ରଷ୍ଟବ୍ୟ — ଏହାର ପତ୍ର ସାମାନ୍ୟ ସୁଗନ୍ଧଯୁକ୍ତ ଏହାର ମଞ୍ଜି କଳାଜୀରା ଠାରୁ ଛୋଟ ଓ କଳା କଳା ଏହା ମଞ୍ଜିକୁ ପାଣିରେ ବତୁରାଇ ଦେଲେ ଏହା ଧଳା ଧଳା ଓ କୋମଳ ଓ ନାଳ ନାଳୁଆ ହୋଇ ଫୁଲିଯାଏ ଲୋକେ ପ୍ରସ୍ରାପୋଡ଼ା ରୋଗରେ ଏହି ମଞ୍ଜିକୁ ପାଣିରେ ବତୁରାଇ ପିଅନ୍ତି ତୁଲଭା ମଧ୍ୟ ଏହି ଜାତୀୟ ବର୍ଦ୍ଦରୀ ୩ ପ୍ରକାର— ଯଥା—(୧) ଲଣ୍ଡାବଗୁଲି (ବର୍ବରୀ) (୨) ଦୁଲଭା (କଠିଞ୍ଜର) (୩) ବଣତୁଳସୀ (ବଟପତ୍ର) ବୈଦ୍ୟଶାସ୍ତ୍ର ମତରେ ଏହା ରୁକ୍ଷ, ଶୀତର୍ବୀର୍ଯ୍ୟ, କଟୁରସ, ବିଦାହୀ, ତୀକ୍ଷଣ, ରୁଚିକାରକ, ହୃଦୟଗ୍ରାହୀ, ଅଗ୍ନିଦୀପକ, ଲଘୁପାକୀ ଓ ପିତ୍ତବର୍ଦ୍ଧକ ଏହା କଫ, ବାୟୁ, ରକ୍ତଦୁଷ୍ଟି, କଣ୍ଡୁ, କ୍ରିମି ଓ ବିଷନାଶକ—ଦ୍ରବ୍ୟଗୁଣ]