Jump to content

ଲତା

ଉଇକିଅଭିଧାନ‌ରୁ

ଲତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲତ୍ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅ, ସ୍ତ୍ରୀ. ଆ)

[ସମ୍ପାଦନା]
୧. ମୃଦୁବଲ୍ଲୀ; ବ୍ରତରୀ; ଯେଉଁ ଉଦ୍ଭିଦ ସିଧା ହୋଇ ଠିଆ ହୋଇ ନ ପାରି ଭୂମିରେ ବା ଅନ୍ୟ କୌଣସି ବସ୍ତୁ ଅବଲମ୍ୱନ କରି ଅଗ୍ରସର ହୁଏ ବା ମାଡ଼େ —୧. Creeper; creeping plant.
୨. କୋମଳ କାଣ୍ଡ ବା ଶାଖା; (ଯଥା— ପଦ୍ମ ଲତା) (ହିଂ ଶ) —୨. Soft stem of a plant or branch.

[ ଦ୍ର—ଲତା ଶଦ୍ଦ ସୌନ୍ଦର୍ଯ୍ୟ, କୋମଳତା ଓ ସୁକୁମାରତାସୂଚକ ହେବାରୁ ବାହୁ ଓ ଭୁଜକୁ ଲତା ବୋଲି ବୋଲାଯାଏ; ଯଥା—ବାହୁଲତା; ସୁନ୍ଦରୀ ସ୍ତ୍ରୀ ପ୍ରତି ମଧ୍ୟ କନକଲତା ପ୍ରୟୋଗ କରାଯାଏ; ବକ୍ର ବସ୍ତୁ ପ୍ରତି ମଧ୍ୟ ଲତା ଶବ୍ଦ ପ୍ରଯୁକ୍ତ ହୁଏ ଯଥା—ଭୁଲତା; ବୁଦ୍ୟୁଲତା ]

୩: ନାରୀ; ସ୍ତ୍ରୀ (ଏ ପୁରୁଷଙ୍କ ଆଶ୍ରୟ କରିବାରୁ, କାରଣ କଥିତ ଅଛି—ବିନାଶ୍ରୟଂ ନ ବର୍ତ୍ତନ୍ତେ କବିତା ବନିତା ଲତା) —୩. Woman (in general (Apte)
୪. (ବୈଦ୍ୟକ) ଦ୍ରାକ୍ଷାଲତା; ଅଙ୍ଗୁରଲତା — ୪. Vine
୫. (ବୈଦ୍ୟକ) ସ୍ପୃକ୍କା; ପିଡ଼ଙ୍ଗ ଶାଗ — ୫. A pot herb; Triganella Corniculata.
୬. (ବୈଦ୍ୟକ) ଦୂର୍ବା; ଦୂବଘାସ —୬. The creeping grass; Cynoden, Dactylon
୭. (ବୈଦିକ) କୈବର୍ତ୍ତକ; କେଉଟିଆ ମୁଥା ଘାସ — ୭. A kind of fragrant creeping grass; Cyperus Rotundus; Panicum Dactyllon.
୮. (ବୈଦ୍ୟକ) ଜ୍ୟତିଷ୍ମତୀ ଲତା; ଫୁଟି ଫୁଟିକା (ଏହି ଲତା ନୁହେଁ) —୮. A plant; Cardiospermum Helicacabum; the staff tree.
୯. (ବୈଦିକ) ପିୟଙ୍ଗୁ; (ଏହା କିନ୍ତୁ ଲତା ନୁହେ, ନିମ୍ୱାଦିବର୍ଗର ନାତିବୃହତ୍ ଅରଣ୍ୟ ତରୁ) —୯. Agalia Roxbur Ghiana (tree)
୧. (ବୈଦ୍ୟକ) ଶ୍ୟାମଲତା; ଶୁଆଁଲଇ; କୃଷ୍ଣଶାରିବା —୧୦. medici nal creeper; Indian Sarsaparilla.
୧୧. (ବୈଦିକ) ଶ୍ୱେତ ଶାରିବା; ଚେମଡ଼ି ଲଇ; ଗୁଆପାନ ମୂଳ ଲତା; ଅନନ୍ତ ମଳ —୧୧. A medicinal creeper; Hemidesmus Indicus; Indian Sarsaparill
୧୨. (ବୈଦ୍ୟକ) ଶ୍ୟାମାକ; ତୃଣ ଧାନ୍ୟ ବିଶେଷ; ସୁଆଁ ଧାନ—(ଧାନକ୍ଷେତରେ ଏହା ମନକୁ ଉଠେ) — ୧୨. A kind of grain growing in paddy fields.
୧୩. (ବୈଦ୍ୟକ) କଙ୍ଗୁଧାନ (ଏହା କୃଷି ରା ଯାଏ) — ୧୩. A sort of fragrant grain Panicum Frumentaceum.
୧୪. ମାଧବୀଲତା — Mādhabilatā)
୧୫. ଜାତୀ ପୁଷ୍ପତ ଗୁଳ୍ମ (ହିନ୍ଦୀ - ଶ.) ୧୫. The plant of j̄ātī
୧୬. ସୁନ୍ଦରୀ ସ୍ତ୍ରୀ (ହିନ୍ଦୀ - ଶ) —୧୬. A fine woman
୧୭. ସୁକୁମାର ସ୍ତ୍ରୀ — ୧୭. A slender woman (Apte)
୧୮. ଚାବୁକର ବକ୍ରଭାଗ —୧୮. The thong or lash of a whip (Apte)
୧୯. ମକ୍ତାମାଳା — ୧୯. A string of pearls. (Apte)
୨. ଏକ ପ୍ରକାର ସୁବାସିତ ଲତା କସ୍ତୁରିକା —୨୦ The musk creeper. (Apte)
୨୧. ସରଳରେଖା ୨୧. Straight line (Apte)
୨୨. ମହାଭାରତତୋକ୍ତ ଅପ୍ସରୋ ବିଶେଷ —୨୨. Name if heavenly nymph (M.W.)
୨୫. ଛନ୍ଦୋ ବିଶେଷ —୨୩. A kind of metre (Apte).
୨୪. ଶାଖା —୨୪. Branch.

[ ଉ—କେଳି କଦମ୍ୱ ଲତାର, କୋଳେ କି ଶ୍ୟାମଳ ତାର, ତେଜ ସେ ରବିସୁତାର ତୀରେ କିଶୋରୀଚମ୍ଫୁ. କ ଗୀତ ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଂପର୍କ — ୧. Connection.
୨. ରକ୍ତି ବା ବିବାହ ସଂପର୍କ ଜନିତ ବନ୍ଧୁତା —୨. Blood relationship.
୩. ଶୁଭବାଦନ ବା ମନ୍ଦ ବସ୍ତୁର ନାମ ଉଚ୍ଚାରଣ ନ କରି ତତ୍ପରିର୍ତ୍ତରେ ବୋଲାଯିବା ଆଉ ଗୋଟିଏ ଶବ୍ଦ ବା ବାକ୍ୟ —୩. Euphemistic expressions; euphemism.

[ ଦ୍ର—'ସାପ' ନ କହି ' ଲମ୍ୱ ଜନ୍ତୁ ବା 'ଲଅ' ବା 'କାଠି'; ଶିଶୁ ' ମରିବା' ନ କିହ ' ବାହୁଡ଼ିବା ' ହାତ 'ମରିଗଲା' ନ କହି, ବସିଗଲା; ସଧବାର ହାତରୁ ଖଡୁ କାଢ଼ିବା ନ କହି ଖଡ଼ୁ ଶୀତଲେଇବା; ଖାଇବା ଜନିଷ 'ଗନ୍ଧେଇ ଯିବା' ନ କହି ବସିଯିବା ଇତ୍ୟାଦି ଲତାର ଉଦାହରଣ ]

୪. କଥାର ଲତା ବା ସହତର ଶବ୍ଦ — ୪. A bye word; redundant or companion word.

[ ଉ—ଲତା ଫୁଟାଇ କହିଲେ ବଢ଼ିଯିବା ପୋଥା—ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]

୫. ଅବତରଣିକା — ୫. Introduction.
୬. କାହାଣୀର ଶେଷରେ ବୋଲାଯିବା ପଦ —୬. A concluding couplet. recited at the end of every folktale.
୭. କଥାର ଉପକଥା ବା ଶାଖା —୭. Branch or episode of tale.
୮. ସଳଖ ସୁନ୍ଦର ଗଜାଗଛ — ୮. A young tree having erect and long slender trunk .

[ ଉ— ସରଳ ଶରୀର ଶାଳ ଲତା ଭଳି ରାଧାନାଥ. ନନ୍ଦକେଶ୍ୱରୀ ]

୯. ଧାରାବାହିକ ବଂଶଧରଗଣ; ବଂଶ ବୃକ୍ଷ; କୃସି ନାମା —୯. Genealogy. pedigree.

[ ଉ—କୃଷ୍ଣର ଯେତେ ବଂଶମାନ, ପୁତ୍ର ନାତି ଲତା ଯେସନ ଜଗନ୍ନାଥ. ଭାଗବତ] [ଦ— ଭିନ୍ନ ଭିନ୍ନ ଉଦ୍ଭିଦର ନାମ ସଙ୍ଗେ 'ଲତା' ଶବ୍ଦ ଯୋଗ କରାଯାଏ ସେହି ସେହି ଲତା ବୁଝା ଯାଏ ଯଥା—

ସୋମଲତା, ମାଧବୀ ଲତା, ଦ୍ରାକ୍ଷା ଲତା, ଶ୍ୟାମା ଲତା କୁନ୍ଦ ଲତା, ପ୍ରସାରିଣୀ ଲତା, ଲଜ୍ଜାଳୁ ଲତା ] 

 : ସ୍ତ୍ରୀଲୋକଙ୍କ ନାମ —୧୦. A name given to females.