Jump to content

ଲଥ

ଉଇକିଅଭିଧାନ‌ରୁ

ଲଥ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନସ୍ତ=ନାସିକ; ନାଥ=ନାସାପ୍ରୋତ ରଜ୍ଜୁ; ବା ନଟ୍ ଧାତୁ=ଦୋଦୁଲ୍ୟମାନ ହେବା)

[ସମ୍ପାଦନା]

ନଥ; ନୋଥ; ଲୋଥ; ସ୍ତ୍ରୀଲୋକମାନଙ୍କର ବାଆଁ ନାକର ପୁଡାରେ ପିନ୍ଧାଯିବା ଚକ୍ରାକୃତି ସ୍ୱର୍ଣ୍ଣ ବଳୟ —A circular gold ring worn by woman on the left nostril.

[ଦ୍ରଷ୍ଟବ୍ୟ —ଆମ ଦେଶରେ ଓଡ଼ିଆଣୀମାନେ ନାକର ଡାହାଣ ପୁଡ଼ାରେ ବେସର ବା ଗୁଣା ଓ ବସୁଣୀ ଏବଂ ନାକର ବାଆଁ ପୁଡ଼ାରେ ଲଥ ପିନ୍ଧନ୍ତି କିନ୍ତୁ ବଙ୍ଗଦେଶରେ ଡାହାଣ ପୂ଼ଡ଼ାରେ ଲଥ ଓ ବାଆଁ ପୁଡାରେ ବେଶର ପିନ୍ଧାଯାଏ ଏ ଲଥ ନାକର ଯେଉଁ ପୁଡ଼ାରେ ପିନ୍ଧାଯାଏ ସେହିପାଖର ଗାଲ ଉପରେ ଏହା ଲାଗିକରି ରହେ ହିନ୍ଦୁସ୍ଥାନୀ ରମଣୀମାନେ ନାକର ବାଆଁ ପୁଡ଼ାରେ ଲଥ ପିନ୍ଧନ୍ତି ଲଥବି ଭିନ୍ନ ଆକୃତି ଓ କାରିଗରିବିଶିଷ୍ଟ ଯଥା—

୧. କଡି(ଢ଼ି)ଲଥ—ଯେଉଁ ଲଥର ପରିଧିରେ ଛୋଟ ଛୋଟ ଫୁଲକଢ଼ି ପରି ସୁନାର କଢ଼ିମାନ ବସିଥାଏ
୨. ଦକ୍ଷିଣି ଲଥ—ଦାକ୍ଷିଣାତ୍ୟ ଅଞ୍ଚଳରୁ ଦେଖା— ଦେଖି ଓ ଦେଶରେ ପ୍ରଚଳିତ ଚଉଡା ପରିଧିବିଶିଷ୍ଟ ଲଥ
୩. ତାର ଲଥ ବା ମୋତି ଲଥ—ଗୋଟିଏ ତାରର ଚକ୍ର; ଏଥିର ମଝିରେ ଗୋଟିଏ ମୋତି ଲାଗିଥାଏ]