ଲବଣ
ଲବଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଲୁ ଧାତୁ=ଚ୍ଛେଦନ କରିବା+କର୍ତ୍ତୃ. ଅନ); ଏହା ମଇଳାକୁ ଛେଦନ ବା ବିଶ୍ଳେଷଣ କରେ)
[ସମ୍ପାଦନା]କ୍ଷାର ରସ— ଯୁକ୍ତ ଦ୍ରବ୍ୟ ବିଶେଷ; ଲୁଣ —୧. Salt
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ପାଞ୍ଚ ପ୍ରକାର ଯଥା— ସୌବର୍ଚ୍ଚଳ, ସୈନ୍ଧବ, ବିଟ ଔଦ୍ଭିଦ ଓ ସାମୁଦ୍ର ଏହି ସମସ୍ତକୁ ପଞ୍ଚଲବଣ ବୋଲାଯାଏ
(୧): ସୌରର୍ଚ୍ଚଳ ଲବଣ—ଏହାକୁ ଦେଶଜ ଭାଷାରେ ସଚଳ ଲବଣ କୁହାଯାଏ ଏହା 'ସୋରା' (soda; unaqua sodium chloride) ଅଟେ
(୨): ସୈନ୍ଧବ ଲବଣ—ଏହା ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରେ ସିନ୍ଧୁ ପ୍ରଦେଶର ଖଣିରୁ ଉତ୍ପନ୍ନ ହୁଏ
(୩): ବିଟ ଲବଣ—ଏହା କୃଷ୍ଣବର୍ଣ୍ଣ ଓ ଦୁର୍ଗନ୍ଧଯୁକ୍ତ ଏହା ଖଣିରୁ ବାହାରେ ଏବଂ ଖାଦ୍ୟ—ପାଚକ ରୂପେ ଔଷଧରେ ବ୍ୟବହୃତ ହୁଏ
(୪): ଔଦ୍ଭିଦ ଲବଣ—ଏହାର ଅନ୍ୟ ନାମ ପାଂଶୁ ଲବଣ ଉଦ୍ଭିଦର ପାଉଁଶକୁ ପାଣିରେ ଗୋଳିଲେ ପାଣି ତଳେ ଏହି ଲୁଣ ବସିଯାଏ
(୫): ସାମୁଦ୍ର ଲବଣ—ଏହାର ଅନ୍ୟ ନାମ କରକଚ ଲୁଣ ବା ପଙ୍ଗା ଲୁଣ ସମୁଦ୍ର ପାଣିକୁ ଖରାରେ ଶୁଖାଇ ବା ନିଆଁରେ ଫୁଟାଇ ଏହି ଲୁଣ ବାହାର କରାଯାଏ
ଏହି ପଞ୍ଚବିଧ ଲବଣ ଛଡ଼ା ଆହୁରି କେତେ ପ୍ରକାର ଲବଣ ମଧ୍ୟ ଅଛି ଯଥା
(୧): କାଚଲବଣ—ଏହି ଲବଣ ଖଣିରୁ ଜାତ ଓ କୃଷ୍ଣବର୍ଣ୍ଣ
(୨): ଔଷର ଲବଣ—ଏହାର ଅନ୍ୟ ସଂସ୍କୃତ ନାମ ଦ୍ରୋଣି ଲବଣ ଏବଂ ଦେଶଜ ନାମ ଖାରିଲୁଣ ଲୁଣକୁ ମାଟିରୁ ପୃଥକ୍ କରାଯାଇ ଏହି କ୍ଷାରସ୍ୱାଦ ଲବଣ ବାହର କରାଯାଏ
(୩): ରୌମକ ଲବଣ ବା ଶାକମ୍ୱରୀ ଲବଣ—ଏହାର ଅନ୍ୟ ନାମ ଶାମ୍ୱରୀ ଲବଣ ରାଜପୁତାନାର ଶମ୍ୱର ହ୍ରଦର ଲୁଣି ଜଳକୁ ଶୁଖାଇ ତହିଁରୁ ଏହି ଲବଣ ପ୍ରସ୍ତୁତ କରାଯାଏ ଖଣିରୁ, ସମୁଦ୍ର ପାଣିରୁ, ପର୍ବତରୁ, ପାଉଁଶରୁ ଓ ଖାରୀ ମାଟିରୁ ଲବଣ ବାହାରେ ରାସାୟନିକ ପ୍ରକ୍ରିୟାରେ ମଧ୍ୟ ଲବଣ ବାହାର କରାଯାଏ]
- ୨. ଲବଣ ସମୂଦ୍ର — ୨. The salt sea.
[ଦ୍ରଷ୍ଟବ୍ୟ —ହିନ୍ଦୁ ପୁରାଣୋକ୍ତ ସପ୍ତ ସମୁଦ୍ର ମଧ୍ୟରୁ ଏହା ଏକତମ ଏହାର ନାମ କ୍ଷାରସମୁଦ୍ର ବା ଲବଣ ସମୁଦ୍ର ଏହା ଭାରତରେ ଦକ୍ଷିଣ ଦିଗରେ ଅବସ୍ଥିତ ଏହି ସମୁଦ୍ରର ଶତ ଯୋଜନ ଦୂରରେ ପୌରାଣିକ ଲଙ୍କା ଅବସ୍ଥିତ ଥିଲା ହନୁମାନ ଲମ୍ଫ ଦେଇ ଏହି ସମୁଦ୍ରକୁ ଡେଇଁ ସୀତାଙ୍କୁ ଠାବ କରିଥିଲା ରାମଚନ୍ଦ୍ର ଏହି ସମୁଦ୍ରରେ ସେତୁ ବନ୍ଧନ କରିଥିଲେ ଏହି ସମୁଦ୍ର ମଧ୍ୟରେ ମୈନାକ ପର୍ବତ ଅବସ୍ଥିତ ଥିବା ପୁରାଣ କଥିତ
- ୩. ରାକ୍ଷାସ ବିଶେଷ; ଲବଣାସୁର — ୩. Name of a demon.
[ଦ୍ରଷ୍ଟବ୍ୟ —ଲବଣାସୁର ମଧୁରାକ୍ଷସର ଔରସରେ କୁମ୍ଭୀନସୀ ରାକ୍ଷସୀର ଗର୍ଭରୁ ଜାତ ହୋଇଥିଲେ ଏ ଆପଣା ପିତା ନିକଟରୁ ଶିବଦତ୍ତ ତ୍ରିଶୂଳ ପ୍ରାପ୍ତ ହୋଇ ତହିଁ ବଳରେ ଅତ୍ୟନ୍ତ ଅତ୍ୟାଚାରୀ ହୋଇ ଉଠିଲା ଏବଂ ଉକ୍ତ ଅସ୍ତ୍ରର ସହାୟତାରେ ମହାବୀର ମାନ୍ଧାତାଙ୍କୁ ସସୈନ୍ୟ ନଷ୍ଟ କଲା ଏହାର ଦୌରାତ୍ମ୍ୟ କ୍ରମଶଃ ଅସହ୍ୟ ହେବାରୁ ଯମୁନାକୂଳବାସୀ ଚ୍ୟବନାଦି ମୁନିମାନେ ରାଚମନ୍ଦ୍ରଙ୍କ ଶରଣାପନ୍ନ ହେଲେ ମଧୁ—କୈଟଭ ରାକ୍ଷସଙ୍କୁ ବଧ କରିବା ସମୟରେ ବିଷ୍ଣୁଙ୍କ ବ୍ୟବହୃତ ଶରମାନ ରାମଚନ୍ଦ୍ର ଶତ୍ରୁଘ୍ନଙ୍କୁ ଦେଇ ଏହାକୁ ବଧ କରିବା ପାଇଁ ପଠାଇଲେ ଶତ୍ରୁଘ୍ନ ଏ ରାକ୍ଷସକୁ ମଧୁବନରେ ନିହତ କରି ସେହିଠାରେ ରାଜ୍ୟ ସ୍ଥାପନ କଲେ ଏହି ଲବଣରାକ୍ଷଷ ମଧୁପୂରୀ ସ୍ଥାପନ କରିଥିଲା ପରେ ତାହା ମଥୁରା ନାମରେ ପ୍ରସିଦ୍ଧ ହେଲା— (ହିନ୍ଦୀ - ଶ)]
- ୪. ଷଡ଼ରସ ମଧ୍ୟରୁ ଲୁଣିଆରସ — ୪. The saline; taste.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. କ୍ଷାର ରସଯୁକ୍ତ; ଲୁଣିଆ —୧. saline; salted.
- ୨. ଲାବଣ୍ୟଯୁକ୍ତ — ୨. Grace ful; lovely; charming.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୁଣୀ ନଦୀ —A river in cuttack district of Orissa.
(ଉ—ଲବଣ ତଟକୁ ବେଢ଼ି ବରଗ୍ରାମ ନାମ ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା)