ଲବଣ ଧେନୁ
ଦେଖଣା
ଲବଣ ଧେନୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ କର୍ମଧା)
[ସମ୍ପାଦନା]ଦାନାର୍ଥ କଳ୍ପିତ ଲବଣ ନିର୍ମିତ ଧେନ —The image of a cow made of salt and given to Brāhmaṇas.
[ଦ୍ରଷ୍ଟବ୍ୟ —ଗୋମୟ ଲିପ୍ତ ସ୍ଥାନରେ କୁଶାସନ ଉପରେ ୧୬: ଗୌଣୀ ଲୁଣ ଗଦା କରି ଏହାକୁ ଗାଈ ରୂପେ କଳ୍ପନା କରାଯାଏ ଏହା ପାଖରେ ୪ ଗୌଣୀ ଲୁଣ ଅଲଗା ଗଦା କରି ତାକୁ ବାଛୁରୀ କଳ୍ପନା କରାଯାଏ ୪ ଖଣ୍ଡ ଆଖୁ ରଖି ଗାଈର ଚାରି ଗୋଡ଼, ସୁନା ରଖି ମୁହଁ ଓ ଶିଂଘ, ରୂପା ରଖି ଖୁରା, ଫଳ ରଖି ଦାନ୍ତ, ଚିନି ରଖି ଜିଭ, ଗନ୍ଧ ଦ୍ରବ୍ୟକୁ ଗୋରୁ ନାକ, ଲହୁଣୀକୁ ସ୍ତନ, ସୁତାକୁ ପୁଚ୍ଛ, ତମ୍ୱା ପତ୍ରକୁ ଗୋରୁ ଚର୍ମ, କୁଶକୁ ଲୋମ ଓ କଂସାକୁ ଦୁଧ ଦୁହାଁ ଠେକି କଳ୍ପନା କରି ଏହାକୁ ପୂଜା କରି ବ୍ରାହ୍ମଣକୁ ଦାନ କରାଯାଏ ଏ ଦାନର ମାହାତ୍ମ୍ୟ ବରାହ ପୁରୁଣରେ ବର୍ଣ୍ଣିତ ହୋଇଅଛି ହିନ୍ଦୀ - ଶ]