ଲମ୍ପଟ
ଦେଖଣା
ଲମ୍ପଟ
ଉଚ୍ଚାରଣ
[ସମ୍ପାଦନା][ଲମ୍ପଟା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରମ୍ ଧାତୁ+କର୍ତ୍ତୃ. ଅଟ, ନିପାତନ)
[ସମ୍ପାଦନା]- ୧. କାମାସକ୍ତ; କାମୂକ —୧. Lecharous; lascivious; lustful; lewd.
- ୨. ପର— ସ୍ତ୍ରୀଲୋଲୁପ —୨. Adulterous.
[ଉ—ବିଚାରେ ଲମ୍ପଟ, ଓ ନିଶ୍ଚେ କପଟ, ବହେ ଅମୂଲ୍ୟ ପଟମୁକୁଟ ଏ ଭଞ୍ଜ. ବୈଦେହୀଶବିଳାସ ]
- ୩. ସ୍ନେହୀ; ଅନୁରାଗୀ — ୩. Loving.
[ଉ—ଭୋଜବିଦ୍ୟା ବିଦ୍ୟକ ବୃନ୍ଦଙ୍କ କଉତୁକ କପଟ ଲମ୍ପଟ କରୁଛି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ ]
- ୪. ଲୋଲୁପ; ଲୋଭୀ; ଲୁବ୍ଧ —୪. Covetuous.
- ୫. କୌଣସି ବିଷୟ ପାଇଁ ଅତି ଉତ୍ସୂକ —୫. Hankering after anything.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. କାମୂକ ବ୍ୟକ୍ତି —୧. A lecher.
- ୨. ପରସ୍ତ୍ରୀ ଲୋଲୁପ ବ୍ୟକ୍ତି —୨. Adulterer.
- ୩. ଜାର୍; ଉପପତି (ହିନ୍ଦୀ - ଶ) — ୩. Paramour.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋଭ —Avarice.
[ଉ—ବଣିକ ଭାବ ଲମ୍ପଟ, ପ୍ରକଟ କରି ମର୍କଟ, କନକ କଟକ ଭଗ୍ନ ଜାଳେ ଭଞ୍ଜ. ବୈଦେହୀଶବିଳାସ ]
ସଂସ୍କୃତ - ବିଶେଷଣ - (ପୁଂ ଓ ସ୍ତ୍ରୀ)
[ସମ୍ପାଦନା]- ୧. ଲୁବ୍ଧ; ଲୋଭୀ — ୧. Avaricious; covetous.
[ଉn—କେତେ ନାରୀ ହୋଇଣ କାମରେ ଲମ୍ପଟ, ପାଖେ ଥାଇ ପକାଉଅଛନ୍ତି
ଆଲଟ କୃଷ୍ଣସିଂହ. ମହାଭାରତ. ବନ]
- ୨. ଲାଳାୟିତ — ୨. Hankering after.
[ଉ—ମୁଁ ଥାଉଁ କାହିଁପାଇଁ ବିଶ୍ରବାଙ୍କ ଚାଟ, ହେଉଅଛି ସୀତାଙ୍କ ରତିରେ ଲମ୍ପଟ କୃଷ୍ଣସିଂହ. ମହାଭାରତ. ବନ]
- ୩. ଉଚ୍ଛୁକ —୩. Desirous.
[ଉ—ଅଞ୍ଜନ କପଟ, ଶ୍ରବଣରନ୍ଧ୍ର ଗମନ ଲମ୍ପଟ ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି ]