ଲମ୍ୱାଇବା
ଦେଖଣା
ଲମ୍ୱାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଲମ୍ୱ ଧାତୁ)
[ସମ୍ପାଦନା]- ୧. (ଲମ୍ୱିବା କ୍ରିୟାର ଣିଜନ୍ତ ରୂପ) କୌଣସି ବସ୍ତୁକୁ ଲମ୍ୱିତ କରାଇବା —— ୧. To cause to increase in length.
- ୨. କ୍ଷୁଦ୍ର ବସ୍ତୁକୁ ଦୀର୍ଘ କରିବା — ୨. To make a small thing longer; to lengthen.
[ଯଥା—କମାର ଲୁହାକୁ ପିଟି କରି ଲମ୍ୱା କରେ] ===
- ୩. ସଂକୁଚିତ ବସ୍ତୁକୁ ଖୋଲି ଦେବା; ମେଲାଇବା —୩. To extend, to stretch.
[ଉ—ବସିଛନ୍ତି ପାଦକୁ ଲମ୍ୱାଇ ଦେଇ ଧୀରେ କୃଷ୍ଣସିଂହ. ମହାଭାରତ ଆଦି]
- ୪. ବିସ୍ତୃତ କରିବା —୪. To spread.
[ଯଥା—ବିଛଣା ଲମ୍ୱାଇବା, ସପ ଲମ୍ୱାଇବା, ହେଁସ ଲମ୍ୱାଇବା ଇତ୍ୟାଦି]
- ୫. ଲମ୍ୱ ବସ୍ତୁକୁ ଝୁଲାଇବା; ଓହଳାଇବା; ଲମ୍ୱବସ୍ତୁକୁ ତଳକୁ ଛାଡି ଦେବା — ୨. To let loose; to let down a long thing.
[ଯଥା—ବାଳ ଲମ୍ୱାଇବା; ଓଦା ଲୁଗାକୁ ଶୁଖାଇବା ପାଇଁ ଲମ୍ୱାଇବା]
- ୬. ଆପେକ୍ଷାକୃତ ବଡ କରିବା — ୯. To make bigger; to enlarge.
[ଉ—ସ୍ୱର ଲମ୍ୱାଇବା; ଗଳା ଲମ୍ୱଇବା; ପାଟି ଲମ୍ୱାଇବା ଇତ୍ୟାଦି]
- ୭. ଲମ୍ୱା ଭାବରେ ସ୍ଥାପନ କରିବା — ୭. To place lengthwise.