Jump to content

ଲର୍ଡ଼

ଉଇକିଅଭିଧାନ‌ରୁ

ଲର୍ଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
[ଲେଡ଼ି—ସ୍ତ୍ରୀ] 

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଇଂଲଣ୍ଡର ସମ୍ୱ୍ରାନ୍ତ ବଂଶୀୟ ଜମିଦାର ମାନଙ୍କର ଉପାଧି ବିଶେଷ —Lord (a title of landlords in England).

[ଦ୍ରଷ୍ଟବ୍ୟ —ଲର୍ଡ ଉପାଧିକାରୀ ଅଧିକୃତ ଅଞ୍ଚଳର ନାମର ପୂର୍ବରେ (ଯଥା —Lord Ripon ବା Lord of Ripon.) କିମ୍ୱା ଉକ୍ତ ବ୍ୟକ୍ତିଙ୍କ ବଂଶର ବା ଜମିଦାରିର ବା ବାସସ୍ଥାନର ନାମ ପୂର୍ବରେ ଏହି ଶବ୍ଦ ବ୍ୟବହୃତ ହୁଏ ଏହ ଉପାଧି ଇଂଲଣ୍ଡର ଜମିଦାରମାନଙ୍କ ବଂଶଗତ ଉପାଧି ଅଟେ କିନ୍ତୁ ବିଶେଷ ବିଶେଷ ବ୍ୟକ୍ତିଙ୍କୁ ମଧ୍ୟ ବିଲାତର ରାଜା ଏ ଉପାଧି ଦିଅନ୍ତି ଭାରତୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଇଂଲଣ୍ଡର ରାଜା ଏ ଉପାଧିରେ ଭୂଷିତ କରିବାର ସୃଷ୍ଟି ରି ବାରିଷ୍ଟର୍ ସ୍ୱର୍ଗୀୟ ଶ୍ରୀ ସତ୍ୟେନ୍ଦ୍ର ପ୍ରସନ୍ନ ସିଂହଙ୍କୁ ଏ ହି ଉପାଧି ଦେଇ ଥିଲେ (Lord S. p. Sinha ବା Lord Sinha). ତାଙ୍କ ଜନ୍ମସ୍ଥାନର ନାମ ପୂର୍ବରେ ଏ ଉପାଧି ଖଞ୍ଜା ହୋଇଥିଲା ଯଥା —Lord of Raipur. ଲର୍ଡ଼ମାନଙ୍କ ସ୍ତ୍ରୀମାନଙ୍କ ଉପାଧି ଲେଡ଼ୀ]



ଲର୍ଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ) (ଇଂରାଜୀ - ଲିଟ୍ଟତ୍)

[ସମ୍ପାଦନା]
୧. ବିଲାତର ପ୍ରସିଦ୍ଧ ଉପନ୍ୟାସକାର, ନାଟକକାର, କବି ଓ ରାଜନୀତୀଜ୍ଞ —୧. Edward Bulwar Lord Lytton.

[ଦ୍ରଷ୍ଟବ୍ୟ —ଏ ୧୮୩:ରୁ ୧୮୭୩: ପର୍ଯ୍ୟନ୍ତ ଜୀବିତ ଥିଲେ ଏହାଙ୍କ ଗ୍ରନ୍ଥ ସଂଖ୍ୟା ୬ରୁ ବେଶୀ ହେବ ଏହାଙ୍କର ପୁତ୍ର ଭାରତର ବଡ଼ଲାଟ ହୋଇଥିଲେ]

୨. ପ୍ରଥମୋକ୍ତ ଲର୍ଡ ଲିଟନଙ୍କ ପୁତ୍ର ଓ ଭାରତର ବଡ଼ ଲାଟ —୨. Edward Robert, Earl of Lytton.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ଖ୍ରୀ ୧୮୩୧: ଓ ମୃତ୍ୟୁ ୧୮୯୧: ଏ ମଧ୍ୟ ଜଣେ ସୁକବି ଓ ରାଜନୀତିଜ୍ଞ ଥିଲେ ଏ ଭାରତକୁ ୧୮୭୬: ସାଲରେ ବଡ଼ ଲାଟ ହୋଇ ଆସିଥିଲେ ଏହାଙ୍କ ଅମଳରେ ମହାରାଣୀ ଭିକ୍ଟୋରିୟା ୧୮୭୭: ସାଲରେ ଭାରତର ସମ୍ରାଜ୍ଞୀ ଉପାଧି ଗ୍ରହଣ କରିଥିଲେ ଏହାଙ୍କ ଅମଳରେ ଆଫଗାନ୍ ଯୁଦ୍ଧ ହୋଇଥିଲା; ଦେଶୀୟ ଭାଷାରେ ସଂପାଦିତ ସମ୍ୱାଦପତ୍ରମାନହ୍କର ସ୍ୱାଧୀନତା ଲୋପ ଓ ଅସ୍ତ୍ରଶସ୍ତ୍ର ସମ୍ୱନ୍ଧରେ କାଇଦା ଆଇନଦ୍ୱାରା କରା ହୋଇଥିଲା ନିର୍ଦ୍ଦିଷ୍ଟ ସଂଖ୍ୟକ ଭାରତବାସୀ ବିଲାତରେ ସିଭିଲ୍ ସର୍ଭିସ୍ ପରୀକ୍ଷା ନଦେଇ ବଡ଼ ଚାକିରୀ ପାଇବାର ବିଧାନ ଏହାଙ୍କ ରାଜତ୍ୱର ଅନ୍ୟତମ ସ୍ମରଣୀୟ ବିଷୟ ଏ ଭାରତରୁ ଫେରି— ଯାଇ ଫ୍ରାନସ୍ ରାଜଧାନୀ ପାରିସ୍ ନଗରରେ ଇଂରାଜ ରାଜାଙ୍କ ପକ୍ଷରୁ ଦୂତରୂପେ ରହିଥିଲେ ଓ ସେହିଠାରେ ଏହାଙ୍କର ପରଲୋକ ପ୍ରାପ୍ତି ହୋଇଥିଲା]