ଲଳିତ
ଦେଖଣା
ଲଳିତ
ଉଚ୍ଚାରଣ
[ସମ୍ପାଦନା](ଲଳିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ଲଳ୍ ଧାତୁ=ବିଳାସ କରିବା+କର୍ତ୍ତୃ ତ)
[ସମ୍ପାଦନା]- ୧. ମନୋହର; ସୁନ୍ଦର — ୧. Graceful; lovely; charming.
- ୨. କୋମଳ; ସୁକୁମାର —୨. Soft; gentle.
- ୩. ପ୍ରିୟ —୩. Dear.
- ୪. ବାଞ୍ଚିତ; ଈପ୍ସିତ —୪. Wished for; desired.
- ୫. ଦୋଳାୟମାନ —୫. Waving; hanging.
- ୫. ଚଞ୍ଚଳ —୫. Restless; fickle; wavering.
- ୭. କମ୍ପମାନ —୭. Quivering; tremulous (M.W.).
- ୮. ନିର୍ଦ୍ଦୋଷ —୮. Innocene
ବିଶେଷ୍ୟ -
[ସମ୍ପାଦନା]- ୧. ବିଳାସ —୧. Sport; dalliance
- ୨. କ୍ରୀଡ଼ା —୨. Play; pastime.
- ୩. ଲାସ୍ୟ ସ୍ତ୍ରୀ ନୃତ୍ୟ —୩. Dancing of females.
- ୪. ଗତି; ଚଳନ —୪. Movement, walking.
- ୫. ହାର ବିଶେଷ —୫. A sort of necklace.
- ୬. ସ୍ତ୍ରୀ ଗୃହ; ଅନ୍ଦର ମହଲ —୬. Female apartment.
- ୭. ଷାଡ଼ବ ଜାତୀୟ ରାଗିଣୀ ବିଶେଷ —୭. One of the secondary musical tunes.
ଏହା ଭୈରବ ରାଗର ପୁତ୍ର, ଏଥିରେ ନିଷାଦ ସ୍ୱର ଲାଗେନାହିଁ, ଓ ଧୈବତ ଏବଂ ଗାନ୍ଧାର ଛଡ଼ା ଅନ୍ୟ ସବୁ କୋମଳ ସ୍ୱର ଲାଗେ ଏଥିର ଖାଇବା ସମୟ ପ୍ରାତକାଳଃ (ହିନ୍ଦୀ - ଶ.)
- ୮. ସ୍ତ୍ରୀମାନଙ୍କର ଶୃଙ୍ଗାର ଭାବ ବିଶେଷ; ସ୍ତ୍ରୀ ପୁରୁଷକୁ ଦେଖି ପ୍ରକାଶ କରିବା କାମ ଚେଷ୍ଟାସୂଚକ ମୁଖ, ବକ୍ର ନେତ୍ର; ଦିର ଭଙ୍ଗୀ ବିଶେଷ; ସ୍ତ୍ରୀ ଜାତିର ଶୃଙ୍ଗାରଭାବକ କ୍ରିୟା ବିଶେଷ —୮. Amourous or languid signs or gestures made by a woman towards a lover; a woman's expression of amorous inclination by signs.
- ୯. ଏକ ବର୍ଣ୍ଣ ବୃତ୍ତ —୮. Name of an irregular metre
[ଦ୍ରଷ୍ଟବ୍ୟ —ଏଥିରେ ପ୍ରଥମ ଚରଣରେ ୧, ୨ୟ ଚରଣରେ ୧, ୩ୟ ଚରଣରେ ୧୨: ଓ ଚତୁର୍ଥରେ୧୨: ବର୍ଣ୍ଣ ଥାଏ (ହିନ୍ଦୀ - ଶ.)
- ୯. ସୌନ୍ଦର୍ଯ୍ୟ; ମନୋହାରିତା — ୨. Beauty; grace (Apte).
- ୧. ଛଳହୀନ କର୍ମ — ୧୦. Any natural or artless act (Apte).
- ୧୧. ସରଳତା —୧୧. Simplicity (Apte).
- ୧୨. ନିର୍ଦ୍ଦୋଷତା — ୧୨. Innocence (Apte).