Jump to content

ଲଳିତା

ଉଇକିଅଭିଧାନ‌ରୁ

ଲଳିତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଲଳିତର ସ୍ତ୍ରୀଲିଙ୍ଗ)

[ସମ୍ପାଦନା]

ଲଳିତ (ଦେଖ) - — Laḻita (See)

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୁର୍ଗା — ୧. Goddess Durgā.
୨. ରାଧାଙ୍କ ଅଷ୍ଟ ସହଚରୀ ମଧ୍ୟରେ ପ୍ରଧାନା ସଖୀ —୨. One of the female companions of Radhikā.

[ଦ୍ରଷ୍ଟବ୍ୟ —ଶ୍ରୀକୃଷ୍ଣଙ୍କ ପ୍ରିୟସଖୀ ରାଧିକାଙ୍କର ଆଠଜଣ ସହଚରୀ ମଧ୍ୟରୁ ଏ ଜଣେ ଥିଲେ]

୩. ମୃଗନାଭି; କସ୍ତୂରୀ —୩. Musk.
୪. ପଦ୍ମପୁରାଣୋକ୍ତ ନଦୀ ବିଶେଷ —୪. Name of a river.

[ଦ୍ରଷ୍ଟବ୍ୟ —କାଳିକାପୁରାଣରେ ଲେଖା ଅଛି ଯେ, ନିମିରାଜାଙ୍କ ଶାପରୁ ବଶିଷ୍ଠ ଦେହହୀନ ହେବା ସମୟରେ ସେ କାମରୂପ ଦେଶର ସନ୍ଧ୍ୟାଚଳ ପର୍ବତରେ ଘୋର ତପସ୍ୟା କଲେ ଏଥିର ବିଷ୍ଣୁ ପ୍ରସନ୍ନ ହୋଇ ବର ଦେଲେ ବର— ପ୍ରଭାବରୁ ବିଶିଷ୍ଠ ଗୋଟିଏ ଅମୃତକୁଣ୍ଡ଼ ନିର୍ମାଣ କଲେ ଏହି କୁଣ୍ଡ଼ର ପୂର୍ବରେ ଲଳିତା କାମରେ ଏକ ନଦୀ ଅଛି ଏହି ନଦୀକୁ ଶିବ ମର୍ତ୍ତ୍ୟକୁ ଆଣିଥିଲେ ବୈଶାଖ ଶୁକ୍ଳା ତୃତୀୟା ଦିନ ଏଥିରେ ସ୍ନାନ କରିବା ମହାପୁଣ୍ୟମୟ ଅଟେ (ହିନ୍ଦୀ - ଶ.)] ===

୫. ଲଳନା; ନାରୀ —୫. Woman; a female.
୬. ରାଗିଣୀ ବିଶେଷ (ବସନ୍ତ ରାଗର ଓ ମତାନ୍ତରରେ ମେଘରାଗର ଭାର୍ଯ୍ୟା) —୬. Name of a secondary musical tune in Hindu music
୬. ଏକ ବର୍ଣ୍ଣ ବୃତ୍ତ (ହିନ୍ଦୀ - ଶ.) —୬. Name of a metre.

[ଉ—ଏଥିର ପ୍ରତ୍ୟେକ ଚରଣରେ ଢଗଣ, ଭଗଣ, ଜଗଣ ଓ ରଗଣ ଥାଏ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — ୧. A name given to females.
୨. (ସଂସ୍କୃତ - ନଳିତା) ନଳିତା; ଝୋଟ ଗଛ —୨. The jute plant.