Jump to content

ଲସିବା

ଉଇକିଅଭିଧାନ‌ରୁ

ଲସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରିୟାପଦ -

[ସମ୍ପାଦନା]
୧. (ସଂସ୍କୃତ - ରସ)— ଲସା ଦେବା; ରସାଧିକ୍ୟ ହେତୁ ସ୍ରାବଯୁକ୍ତ ହେବା — ୧. To exude lymph.

[ଉ— ଏ ଘାଆଟା ଲସିଲାଣି]

୨. (ସଂସ୍କୃତ - ନମ୍ ଧାତୁ) ଫଳ ଆଦି


ଅନୁବାଦ

[ସମ୍ପାଦନା]

ପାଚି ଯିବା ହେତୁ ଲତପତ ହେବା —୨. To ripen to softness; to become flabby being over ripe.

୩. ସେମଟା ହୋଇଯିବା; ଫଳ ଆଦି ନ ପାଚି ସେମିଟି ଯିବା — ୩. To wither without being ripe (said of fruits).
୪. ଦବିଯିବା; ବସିଯିବା —୪. To become pressed; to settle down; to be suppressed.

[ଉ—ଅତି ଭାର ପାଇ ଲସିଲା ବସୁମତୀ କୃଷ୍ଣସିଂହ. ମହାଭାରତ. ଆଦି]

୫. ନ୍ୟୁନ ହେବା; ଅବନତ ହେବା; ନତମୁଖ ହେବା; ଲଜ୍ଜିତ ହେବା —୫. To be humbled or ashamed.

[ଉ—ଲସିବି ଯେବେ ପାଇ ନିନ୍ଦା ଦାଉ, ଲାଗିଲି ଆପଣଙ୍କୁ କେହି ଆଉ କବିସୂର୍ଯ୍ୟ. କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଲ ଗୀତ]

୬. (ଲକ୍ଷଣାର୍ଥ) ଭୟ ଯୋଗୁଁ ଶଙ୍କିଯିବା; ଶଙ୍କିତ ହେବା —To be crest fallen through fear.
୭. ଭୟରେ ତରଳିଯିବା — ୭. To melt or dwindle with fear.
୮. ଲୀନ ହେବା —୮. To disappear.
୯. ମୃତ ହେବା; ବିନଷ୍ଟ ହେବା —୯. To die; to be destroyed.