ଲହଡି ମୁଦା
ଲହଡି ମୁଦା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ଲହରୀ+ମୁଦ୍ରା)
[ସମ୍ପାଦନା]ଏକ ସ୍ତର ପଥରର ଆଗକୁ ବଳାଇ ସ୍ତରକୁ ସ୍ତର ପଥର ମୁଣ୍ଡିଠାରୁ ଟିକିଏ ଉପର୍ଯ୍ୟୁପରି ଖଞିବାଦ୍ୱାରା ଖିଲାଣ ତିଆରି କରିବାର କୌଶଳ ବା ପ୍ରଣାଳୀ —The mode of architecture by means of which an open space is spanned by setting layers of gradually projecting stone blocks, one over the other.
[ଦ୍ରଷ୍ଟବ୍ୟ —ପୂର୍ବେ ଓଡ଼ିଆ କାରିଗରମାନେ ଆଧୁନିକ ଖିଲାଣ ପ୍ରଣାଳୀରେ ଗୋଲ ଖିଲାଣ ରଚନା ନ କରି ଆଗକୁ ମଡାଇ କରି ବିପରୀତ ଦିଗରୁ ପଥ ମାନଙ୍କ ସ୍ତରକୁ ବସାଇ ଖିଲାଣ ଜାଗାକୁ ପୂରଣ କରୁଥିଲେ ଓ ସର୍ବୋପରି ଖଣ୍ଡିଏ ପଥର ମଡାଇ ଦେଇ ସେ ଖିଲାଣକୁ ମୁଦି ଦେଉଥିଲେ ଉତ୍କଳୀୟ ଶିଳ୍ପୀମାନେ 'ଖିଲାଣ' ଗଢିବା ପ୍ରଣାଳୀ ଜାଣୁ ନ ଥିଲେ; କିନ୍ତୁ ଏହି ଅଜ୍ଞତାକୁ ଏକ ଚମତ୍କାରୀ ବୁଦ୍ଧି— କୌଶଳଦ୍ୱାରା ପୂରଣ କରିଥିଲେ ଓ ଏହି କୌଶଳଦ୍ୱାରା ସେମାନେ ବ଼ଡ ବଡ ଦେଉଳମାନ ତିଆରି କରି ତହିଁର ଛାତକୁ କ୍ରମଶଃ 'ଲହଡି'ଦ୍ୱାରା କମାଇ କମାଇ ଶେଷରେ ରହିଯିବା ଫାଙ୍କ ଉପରେ ଖଣ୍ଡିଏ ପଥର ଶୁଆଇ ଦେଇ ସେହି ଛିଦ୍ରକୁ ବନ୍ଦ କରି ଦେଉଥିଲେ ଲିଶୁଣି ଭୂମି ସହିତ ଭିତର ଆଡକୁ ସୂକ୍ଷ୍ମ କୋଣ ସୃଷ୍ଟି କରି ଡେରା ହୁଏ, ଏ ଲହଡି ମୁଦରେ ଦିଆଯିବା ପଥରର ସ୍ତରମାନ ଓଲଟା ଲିଶୁଣିପରି ଭିତର ଆଡକୁ ସ୍ଥୂଳ କୋଣ ସୃଷ୍ଟି କରି ସଜ୍ଜିତ କରା ଯାଉଥିଲା ପ୍ରଥମେ ପଡିଥିବା ପଥରର ଆଗ ଟିକିଏ ପଦାକୁ ଝୁଙ୍କି ଥାଏ, ଦ୍ୱିତୀୟ ପ୍ରସ୍ତର ପଥର ପ୍ରଥମ ସ୍ତରର ପ୍ରସ୍ତର ପଥର ଅପେକ୍ଷା ଆହୁରି ଟିକିଏ ପଦାକୁ ବାହାରି ଥାଏ (ଏହି ପଥରମାନଙ୍କୁ ଭିତର 'କାଟେଣୀ' କହନ୍ତି) ଏହିପରି ଦୁଇ ଆଡର କାନ୍ଥ ଉପରେ ପଥରମାନ କ୍ରମଶଃ ଆଗକୁ ଆଗକୁ ବଢାଇ ଯେତେବେଳେ ବିପରୀତ ଦିଗରୁ ଞା ହେବା ପଥରର ମୁଣ୍ଡମାନ ଖୁବ୍ ସନ୍ନିକଟବର୍ତ୍ତୀ ହୋଇଯାଏ ଓ ଉକ୍ତ ଦୁଇ ପଥରର ମୁଣ୍ଡ ମଧ୍ୟରେ ଅଳ୍ପମାତ୍ର ସ୍ଥାନ ଫାଙ୍କ ରହେ, ସେହି ଫାଙ୍କ ଉପରେ ଦୁଇ ଆଡର ପଥରର ମୁଣ୍ଡ ଉପରେ ଗୋଟିଏ ମାତ୍ର ଲମ୍ୱ ପଥର ଶୁଆଇ ଦେଇ ସେ ଫାଙ୍କକୁ ମୁଦି ଦିଆଯାଏ ସର୍ବୋପରି ସ୍ଥାପିତ ଉକ୍ତ ପଥରକୁ 'ଆଡେଣୀ ବୋଲାଯାଏ ଓ ଏହି ପ୍ରଣାଳୀକୁ 'ଲହଡୀ ମୁଦ' ବୋଲାଯାଏ ଓଡ଼ିଶାର ଦେଉଳମାନ ଓ ପ୍ରାଚୀନ ପୋଲ (ଯଥା—ପୁରୀର ଆଠର ନଳା ପୋଲ) ମାନ ଏହି 'ଲହଡି ମଦ ପ୍ରଣାଳୀରେ ନିର୍ମିତ ହୋଇ— ଅଛି ହିନ୍ଦୁ କାରିଗରମାନେ ଆଧୁନିକ 'ଖିଲାଣ' ପ୍ରଣାଳୀ ଜାଣୁ ନ ଥିବାରୁ ଦେଉଳମାନଙ୍କର ଗର୍ଭ ବା ଗମ୍ଭୀରାକୁ ବୃହତ୍ କରି ପାରୁ ନ ଥିଲେ; କିନ୍ତୁ ମୁସଲମାନ୍ କାରିଗରମାନେ 'ଖିଲାଣ' ପ୍ରଣାଳୀ ଜାଣୁଥିବାରୁ ମସଜିଦ— ମାନଙ୍କ ଗର୍ଭମାନ ଓ ଗମ୍ୱୁଜମାନ ବଡ ଆୟତନବିଶିଷ୍ଟ କରି ପାରୁଥିଲେ ଆଧୁନିକ ଖିଲାଣଯୁକ୍ତ ସେତୁମାନଙ୍କ ଅପେକ୍ଷା ଲହଡୀ ମୁଦ ସେତୁମାନ କୌଣସି କୌଣସି ଅଂଶରେ ଦୃଢତର ଥିବାର ସୁବିଜ୍ଞ ୟୁରୋପୀୟ ଇଞ୍ଜିନିଅର୍— ସ୍ୱୀକାର କରିଅଛନ୍ତି]