ଲାକ୍ଷା
ଲାକ୍ଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବିଶେଷ୍ୟ - (ଲକ୍ଷ ଧାତୁ=ଚିହ୍ନ କରିବା+କରଣ ଅ+ଆ)
[ସମ୍ପାଦନା]- ୧. ଲାଖ; ଜଉ; ଅଶ୍ୱତ୍ଥ, ବକୁଳ, କୁସୁମ, ବଦରୀ ଆଦି ବୃକ୍ଷମାନଙ୍କ ଶାଖାରେ ପୁଞ୍ଜୀଭୂତ କ୍ଷୁଦ୍ର କୀଟବିଶେଷଙ୍କ ଦେହନିର୍ଗତ ନିର୍ଯାସ, —୧. Lac; shell lac.
[ଦ୍ରଷ୍ଟବ୍ୟ —ଲାକ୍ଷା ଆମଦାନି କରିବା ବ୍ୟକ୍ତିମାନେ ବୈଶାଖ ମାସରେ ବୃକ୍ଷମାନଙ୍କ ଶାଖାରୁ ଏ କୀଟମାନଙ୍କୁ ରାମ୍ପି କରି ନିଅନ୍ତି ଓ ସେମାନ ସିଝାଇ କରି ଲାକ୍ଷା ପ୍ରସ୍ତୁତ କରନ୍ତି ଲାକ୍ଷା କେବଳ ଭାରତବର୍ଷରେ ଆମଦାନି ହୁଏ ଓ ଏଠାରୁ ସମଗ୍ର ଜଗତକୁ ରପ୍ତାନି କରାଯାଏ ଏହାକୁ ଗନ୍ଧକ ଦ୍ରାବକ ମିଶ୍ରିତ ଜଳରେ ସିଦ୍ଧ କଲେ ଯେଉଁ ରକ୍ତବର୍ଣ୍ଣ ରଙ୍ଗ ପ୍ରସ୍ତୁତ ହୁଏ ତାହାକୁ ତୁଳାରେ ମଡ଼ାଇ ଅଳତା ତିଆର ହୁଏ ଓ ସେଥିରୁ ଯେଉଁ ସିଠା ବାହାରେ ସେଥିରୁ ଜଉ ବା ଲାଖ ତିଆରି ହୁଏ ଅଳତାଦ୍ୱାରା ସ୍ତ୍ରୀଲୋକମାନେ ପାଦକୁ ନାଲି ରଙ୍ଗରେ ଚିତ୍ରିତ କରନ୍ତି ଲାଖକୁ ତରଳାଇ ଚିଠି ଆଦି ବନ୍ଦ କରାଯାଏ ଓ ଫମ୍ପା ଅଳଙ୍କାର ମଧ୍ୟରେ ଭର୍ତ୍ତି କରାଯାଏ; ଲାକ୍ଷାରୁ ଅନେକ ପ୍ରକାର ରଙ୍ଗ, ବାର୍ଣ୍ଣିସ୍, ତେଲ ତିଆରି ହୁଏ ଓ ଏଥିରେ ଶଙ୍ଖା ତିଆରି ହୁଏ ଭାରତରେ ବହୁ ପ୍ରାଚୀନକାଳରୁ ଲାକ୍ଷାଦ୍ୱାରା ରଙ୍ଗ ପ୍ରସ୍ତୁତ ହୋଇ ଆସୁ ଅଛି ବୈଦ୍ୟକ ମତରେ ଏହା କଟୁ, ସ୍ନିଗ୍ଧ, କଷାୟ, ହାଲୁକା, ଶୀତଳ, ବଳକାରକ ଓ କଫ, ରକ୍ତ, ପିତ୍ତ, ହିଲ୍କା, କାଶ, ଜ୍ୱର, ବିସର୍ପ, କୁଷ୍ଠ, ରକ୍ତବିକାରନାଶକ ଅଟେ—ହିନ୍ଦୀ - ଶ]
- ୨. ଅଳତା —୨. Red colour from shell lac.
- ୩. (ବୈଦ୍ୟକ) ଶତପତ୍ରୀ; ଶ୍ୱେତ ଗୋଲାପ —୩. Cabbage rose; Rosa Centifloria.
- ୪. ଲାକ୍ଷାକୀଟ (ଦେଖ) - —୪. Lākshākīṭa (See)