ଲାଖ(ଖି)ରାଜ୍(ଜୀ)

ଉଇକିଅଭିଧାନ‌ରୁ

ଲାଖ(ଖି)ରାଜ୍(ଜୀ)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲା=ନାହିଁ+ଖିରାଜ୍=କର ଅର୍ଥାତ ରାଜସ୍ୱ; କର ରହିତ) mdash;

ନିଷ୍କରଜମି; ଯେଉଁ ଜମିପାଇଁ ରାଜସ୍ୱ ମାଫ୍ କରା ଯାଇଅଛି — Revenue-free tenure.

[ଦ୍ରଷ୍ଟବ୍ୟ —ହିନ୍ଦୁ, ମୁସଲମାନ୍ ଓ ମରହଟ୍ଟା ରାଜାମାନେ ଦେବସେବାପାଇଁ, ବ୍ରାହ୍ମଣମାନଙ୍କ ଭରଣପୋଷଣ ପାଇଁ, ଭଦ୍ର ପରିବାରଙ୍କ ଭରଣପୋଷଣ ପାଇଁ, ପୀର୍ମାନଙ୍କ ସେବା ପାଇଁ ଓ ଦରିଦ୍ର ଆଦିଙ୍କୁ ଖଇରାତ୍ କରିବା ପାଇଁ ଯେଉଁଜମିମାନ ଚିରକାଳ ସକାଶେ ବ୍ୟକ୍ତିବିଶେଷଙ୍କୁ ଦାନ କରିଥିଲେ ଓ ଚିରକାଳ ପାଇଁ ଉକ୍ତ ଭୂମିମାନ ରାଜସ୍ୱ ଦାୟରୁ ମୁକ୍ତ କରି ସନନ୍ଦ ଦେଇ— ଥିଲେ, ତାକୁ ଲାଖରାଜ ବୋଲାଯାଏ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ଅନୁସାରେ ସେ ସବୁର ଭିନ୍ନ ଭିନ୍ନ ନାମକରଣ ହୋଇଥିଲା, ଯଥା—ଦେବୋତ୍ତର ଲାଖରାଜ, ବ୍ରହ୍ମୋତ୍ତର ଲାଖରାଜ, ହୀନହୟାତି ବା ମଦଦ୍ମାସ୍ ଲାଖରାଜ, ପିରୋତ୍ତର ଲାଖରାଜ, ଖଏରାତ୍ ଲାଖରାଜ ଯେଉଁ ଲାଖରାଜ ଜମିମାନ ପୁରୀର ଶ୍ରୀ ଜଗନ୍ନାଥ ଦେବଙ୍କ ଭୋଗ ପାଇଁ ଖଞ୍ଜା ହୋଇଥିଲା ସେମାନେ ଅମୃତମଣୋହି ଲାଖରାଜ ଯେଉଁ ଜମିମାନଙ୍କୁ ପୁରୀର ସ୍ୱାଧୀନ ରାଜାମାନେ କାନ୍ୟକୁବ୍ଲାଗତ ବ୍ରାହ୍ମଣ ଉପନିବେଶୀମାନଙ୍କୁ ଓ ଦେବତାମାନଙ୍କୁ ନାମମାତ୍ର (ଟଙ୍କୀ) ଜମାରେ ଦାନ କରିଥିଲେ, ସେମାନଙ୍କୁ ଯଥାକ୍ରମେ ବ୍ରହ୍ମତ୍ତୋର ଟଙ୍କି ଲାଖରାଜ ଓ ଦେବୋତ୍ତର ଟଙ୍କି ଲାଖରାଜ ବୋଲାଯାଏ ଯେଉଁ ଦାନପତ୍ରଦ୍ୱାରା ଉକ୍ତ ଲାଖରାଜ ଜମିମାନ ସୃଷ୍ଟ ହୋଇଥିଲା ବା ଦାତାଙ୍କ ପରବର୍ତ୍ତୀ ରାଜା ବା ଦେବାନମାନଙ୍କଦ୍ୱାରା ଅନୁମୋଦିତ ହୋଇଥିଲା, ସେହି ନିଦର୍ଶନ ପତ୍ରମାନଙ୍କୁ ଲାଖରାଜ ସନନ୍ଦ ବୋଲାଯାଉଥିଲା

ଇଂରାଜମାନେ ଓଡ଼ିଶାକୁ ଆସି ସମସ୍ତ ଲାଖରାଜଦାର୍ଙ୍କୁ ସନନ୍ଦମାନ ତଲବ କରି ସେମାନ ସରକାରୀ ରେଜିଷ୍ଟରୀ ବହିରେ ଲେଖି ନେଲେ ଓ ଓଡ଼ିଶାର ରାଜସ୍ୱ ବନ୍ଦୋବସ୍ତ ସମୟରେ ଦେଖାଗଲା ଯେ, ଅନେକଗୁଡିଏ ଲୋକ ଅନେକ ଜମିକୁ 'ଲାଖରାଜ'ରୂପେ ଭୋଗ କରୁଅଛନ୍ତି ଏହା ଦେଖି ଭିନ୍ନ ଭିନ୍ନ ମଉଜାର ଲାଖରାଜ ଜମିମାନଙ୍କ ସମ୍ୱନ୍ଧେ ସରକାର ବାହାଦୂର ବାଦୀ ହୋଇ ଜମିକୁ ନିଷ୍କରରୂପେ ଭୋଗ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରତିବାଦୀ କରି ଗୁଡିଏ ମକଦ୍ଦମା ଦାଏର୍ କଲେ ପ୍ରତିବାଦିମାନଙ୍କ ଦାଖଲି ସନନ୍ଦର ପ୍ରତ୍ୟେକ ମଉଜା ବା ଅଞ୍ଚଳ ବାସନନ୍ଦଭୁକ୍ତ ସମସ୍ତ ଜମି ପାଇଁ ଦାଏର ହେବା ମକଦମାକୁ ଗୋଟିଏ ଲେଖାଏଁ କ୍ରମିକ ସଂଖ୍ୟା (ଜେନରାଲ୍ ନମ୍ୱର୍ General number)ଦ୍ୱାରା ଚିହ୍ନିତ କରାଗଲା ଏବଂ ଉକ୍ତ ଏକ 'ଜନରଲ୍'ଭୁକ୍ତ ଜମିର ଅଂଶମାନଙ୍କୁ ଗୋଟିଏ ଲେଖାଏଁ ସ୍ତ୍ରତନ୍ତ୍ର ସଂଖ୍ୟା (ସ୍ପେଶଲ୍ ନମ୍ୱର —Special number)ଦ୍ୱାରା ଚିହ୍ନିତ କରାଗଲା ଏହି ମକଦମାମାନଙ୍କର ନଥିର ନାମ 'ଲାଖରାଜି ରୁବ୍କାରୀ'

ପୂର୍ବୋକ୍ତରୂପେ ଦେଶର ନିଷ୍କର ଜମିମାନ ସଂଖ୍ୟାଦ୍ୱାରା ଚିହ୍ନିତ ହୋଇ ମକଦମା ଦାଏର୍ (Start) କରା ଗଲାରୁ ଉକ୍ତ ଜମିମାନଙ୍କୁ ନିଷ୍କରରୂପେ ଭୋଗ କରିବାକୁ ଦାବି କରୁଥିବା ବ୍ୟକ୍ତିମାନଙ୍କୁ ସେମାନେ ଯେଉଁ ସନନ୍ଦ ବା ରାଜକୀୟ ନିଦର୍ଶନ ବଳରେ ଏ ଜମିକୁ 'ଲାଖରାଜ'ବୋଲି ଦାବି କରୁଅଛନ୍ତି ତାହା ତଲବ କରାଗଲା ତଦନୁସାରେ ପକ୍ଷମାନେ ଓଡ଼ିଶାର ସାବକ ରାଜା ବା ମୁସଲମାନ ରାଜା ବା ମରହଟ୍ଟା ରାଜାଙ୍କ ଅମଳର ସନନ୍ଦମାନ ଦାଖଲ କଲେ ଓ ଦଖଲ ସମ୍ୱନ୍ଧେ ପ୍ରମାଣ ଉପସ୍ଥାପତ କଲେ ରାଜସ୍ଥ ବନ୍ଦୋବସ୍ତକାରୀ ହାକିମ ଉକ୍ତ ସନନ୍ଦ ଓ ପ୍ରମାଣମାନ

ଜମିର ପରୀକ୍ଷା କରି ଓ ସନନ୍ଦ ଲିଖିତ ପରିମାଣ (କ୍ଷେତ୍ରଫଳ) ସଙ୍ଗେ ଦଖଲ ହେଉଥିବା ଜମିର କ୍ଷେତ୍ରଫଳ (ଏରିଆ)କୁ ମିଳାଇ ଦେଖିବା ପରେ, ଯେଉଁ ଯେଉଁ ସନନ୍ଦମାନ କୃତ୍ରିମ ବା ସନ୍ଦେହଜନକ ଥିବା ଦେଖାଗଲା ସେହି ଜମିମାନଙ୍କୁ 'ବାଜିୟାପ୍ତ' ବା ନାମଞ୍ଜୁର କଲେ ଓ ତହିଁ ଉପରେ କର ଧାର୍ଯ୍ୟ କଲେ ଯେଉଁ ଜମିମାନ ସନନ୍ଦ ଲିଖିତ ଜମି ଅପେକ୍ଷା ବେଶୀ ଥିବାର ଦେଖାଗଲା ସେହି ଅଧିକା ଜମିମାନଙ୍କୁ 'ତଉଫିର୍' ବା 'ତରମିମ୍' କଲେ, ଅର୍ଥାତ୍ ତାକୁ ଲାଖରାଜ ଜମିର ହିସାବରୁ କାଟିଦେଇ ତହିଁ ଉପରେ କର ଧାର୍ଯ୍ୟ କଲେ ଯେଉଁ ଜମିମାନ ସନନ୍ଦ ଅନୁସାରେ ଠିକ୍ ଥିବା ଦେଖାଗଲା ଓ ଯେଉଁ ଜମିମାନଙ୍କ ସମ୍ୱନ୍ଧେ ସନନ୍ଦମାନ ନିଃସନ୍ଦେହରୂପେ ପ୍ରମାଣିତ ହେଲା ତାକୁ 'ବାହେଲ୍' ବା ଫଳବତ୍ କଲେ ପ୍ରତ୍ୟେକ ନମ୍ୱର୍ ମକଦମାରେ ଯେଉଁ 'ରାଏ' ବା ଆଦେଶ ଦେଲେ ତାହାକୁ 'ବହେଲ୍ ଫଏସଲା' ବୋଲାଗଲା ମକଦ୍ଦମାର ନମ୍ୱର ଅନୁସାରେ ଉକ୍ତ ଲାଖରାଜ ଜମିମାନ ସେହି ସେହି 'ଜେନେରାଲ୍' ଓ 'ସ୍ପେଶାଲ୍' ନମ୍ୱରମାନଙ୍କଦ୍ୱାରା ଚିହ୍ନିତ ହେଲା ବନ୍ଦୋବସ୍ତ କର୍ମଚାରୀ ସମସ୍ତ ଜମି ସମ୍ୱନ୍ଧେ ପ୍ରୋସିଡିଙ୍ଗ୍ ବା ମକଦମା ଦାଏର କରି ଫଏସଲ କରିଥିବା ସମସ୍ତ 'ବାହେଲ୍', 'ତଉଫିର' ଓ 'ବାଯ୍ୟାପ୍ତି' ଜମିମାନଙ୍କର ଗୋଟିଏ ଲେଖାଏଁ ତାଲିକା (ଷ୍ଟେଟମେଣ୍ଟ୍, Statement) ପ୍ରସ୍ତୁତ କରି ତାଙ୍କ ଉପରିସ୍ଥ ହାକିମ (ଖାସ୍ କମିସନର, Special Commisioner)ଙ୍କ ନିକଟକୁ ପ୍ରେରଣ କଲେ ଓ ଖାସ୍ କମିସନରଙ୍କର ଶେଷ ହୁକୁମଦ୍ୱାରା ଲାଖରାଜିମାନ ବାହେଲ, ବାଯ୍ୟାପ୍ତି ଓ ତଉଫୀର୍ ହେଲା, ଲାଖରାଜ ବାହେଲ୍ ଜମିର ଖଜଣା ଚିରକାଳ ସକାଶେ ମାଫ୍ ହେଲା; ଏବଂ ବାଯ୍ୟାପ୍ତି ଜମି ଉପରେ କ୍ରମଶଃ ଦେଶକାଳଅବସ୍ଥା ବିବେଚନାରେ ଭବିଷ୍ୟତରେ ଜମାବୃଦ୍ଧି ହୋଇ ପାରିବ ବୋଲି ସ୍ଥିର କରାଗଲା ଓ ପକ୍ଷମାନଙ୍କୁ ଉକ୍ତ ରୋବକାରୀ ଓ ଫଏସଲାର ନକଲ ମିଳିଲା ଏସବୁ ମକଦମାର ତଦନ୍ତ, ବିଚାର ଓ ପ୍ରମାଣଆଦି ସମ୍ୱନ୍ଧେ ୧୮୧୯: ସାଲର ୨ କାନୁନ୍ ( Regulation ୨ of ୧୮୧୯), ୧୮୨୨: ସାଲର ୭ କାନୁନ୍, ୧୮୨୫: ସାଲର ୯ କାନୁନ୍, ୧୮୨୮: ସାଲର ୩ କାନୁନ୍ମାନ ପ୍ରଧାନ ଅଟେ ଉକ୍ତ ଲାଖରାଜ୍ୱାହେଲ୍ ଓ ଲାଖରାଜ୍ ବାଯ୍ୟାପ୍ତି ଫଏସଲା— ମାନଙ୍କରେ ତତ୍କାଳପ୍ରଚଳିତ ଅନେକ ଫାରସୀ ଶବ୍ଦ ବ୍ୟବହୃତ ହୋଇଅଛି ଯେଉଁ ଜମିମାନଙ୍କୁ ରାଜା ବା ବାଦସାହାମାନେ କୌଣସି ବ୍ୟକ୍ତିର ଜୀବନକାଳ ପର୍ଯ୍ୟନ୍ତ ନିଷ୍କରରୂପେ ଦାନ କରିଥିଲେ ସେସବୁକୁ ଜାଗିରି ଓ ଯାହା ପୁରୁଷାନୁକ୍ରମେ ଚିରସ୍ଥାୟୀ ନିଷ୍କରରୂପେ ଦାନ କରିଥିଲେ ସେ ସବୁକୁ ବାଦସାହୀ ଲାଖରାଜ ବୋଲାଯାଏ ଯେଉଁ ଲାଖରାଜମାନ ୧୪: ତାରିଖ ଅକ୍ଟୋବର ୧୮୩: ସାଲ (ଇଂରାଜଙ୍କର ଓଡ଼ିଶା ଦଖଲ କରିବାର ସନ) ପୂର୍ବରୁ ଦିଲ୍ଲୀର ମୋଗଲ ସମ୍ରାଟ ବା ବଙ୍ଗ, ବିହାର, ଓଡ଼ିଶାର ମୁସଲମାନ୍ ସୁବାଦାର ଓ ବେରାର ମରହଟ୍ଟା ରାଜା ବା ସୁବାଦାରମାନେ ନିଷ୍କରରୂପେ ଦାନ କରିଥିଲେ କିମ୍ୱା ଯେଉଁ ଦାନମାନଙ୍କୁ ମଞ୍ଜୁର କରିଥିଲେ ସେହିମାନଙ୍କୁ ଇଂରାଜଗଭର୍ଣ୍ଣମେଣ୍ଟ ସ୍ୱୀକାର ବା ବାହେଲ୍ କଲେ (୧୭୯୩: ସାଲର ୩୭: କାନୁନ୍, ୧୮୫: ସାଲର ୧୨: କାନୁନ୍ ଓ ୧୮୨୫ : ସାଲର ୧୪: 

କାନୁନ୍ ଦେଖ) ବାଦସାହୀ ଲାଖରାଜ ଛଡା ଯେଉଁ ଜମିମାନଙ୍କୁ ଦଖଲକାରୀମାନେ ବହୁକାଳରୁ ପୁରୁଷାନୁକ୍ରମେ ନିର୍ବିରୋଧେ ଅବିଚ୍ଛିନ୍ନରୂପେ ୧୭୯: ସାଲ ପୂର୍ବରୁ ଦଖଲ କରିବାର ପ୍ରମାଣ ମିଳିଲା, ସେମାନଙ୍କ ସମ୍ୱନ୍ଧେ ଦଖଲ— କାରୀମାନେ ବାଦସାହୀ ସନନ୍ଦମାନ ଦର୍ଶାଇ ନ ପାରିଲେ ମଧ୍ୟ ସେମାନେ ତତ୍କାଳୀନ ରାଜସ୍ୱକର୍ମଚାରୀମାନଙ୍କ ହୁକୁମରେ ନିଷ୍କର ରୂପେ ଗଣ୍ୟ କରାଗଲା ସେ ଜମିମାନ 'ହୁକୁମୀ ଲାଖରାଜି' ବୋଲି ବାହେଲ କରାଗଲା ଦେବତାମାନଙ୍କ ସେବା ପାଇଁ ଖଞ୍ଜାଥିବା ଜମିମାନଙ୍କ ସମ୍ୱନ୍ଧେ (୧୭୯୩: ସାଲର ୧୯: କାନୁନ୍), ଜଗନ୍ନାଥଙ୍କ ସେବାପାଇଁ ଖଞାଥିବା ଅମୃତମଣୋହି ଜମିସମ୍ୱନ୍ଧେ (୧୮୫: ସାଲର ୧୯: କାନୁନ୍) ମଧ୍ୟ ଇଂରାଜ ସରକାର ଆଇନ୍ ପ୍ରଚାର କରିଥିଲେ ଜିଲ୍ଲାର ନିଷ୍କର ବା ଲାଖରାଜୀ ଜମିମାନଙ୍କ ନିମନ୍ତେ ଓ ରାଜସ୍ୱଦାୟୀ ବା ମାଲଗୁଜାର୍ ଜମିମାନଙ୍କ ନିମନ୍ତେ କଲେକ୍ଟରଙ୍କ ସିରସ୍ତାରେ ଦୁଇଗୋଟି ସ୍ୱତନ୍ତ୍ର ରେଜିଷ୍ଟର (Registe) ଅଛି ଲାଖରାଜୀ ବାହେଲ ଜମିମାନ ଯେଉଁ ରେଜିଷ୍ଟରିରେ ଲେଖା ରହେ ତାକୁ ସି. ରେଜିଷ୍ଟରୀ (C. Register) ବୋଲାଯାଏ

ଜିଲ୍ଲାର ସମସ୍ତ ଜମିଦାରି ସତ୍ୱର ତାଲିକା ଏ. ରେଜିଷ୍ଟରୀ (A. Register), ପ୍ରତ୍ୟେକ ପ୍ରଗନ୍ନାର ଜମିଦାରିର ତାଲିକା ବିଶେଷ୍ୟ - ରେଜିଷ୍ଟରୀ (B. Register), ପ୍ରତ୍ୟେକ ପ୍ରଗନ୍ନାର ଲାଖରାଜିର ତାଲିକା (ସି. ରେଜଷ୍ଟରୀ) C. Register ଓ ପୂର୍ବ ମାଲିକ ପରିବରେ ନୂତନ ମାଲିକ ମାନଙ୍କ ନାମ ଦାଖଲଖାରଜର ସଂଶୋଧିତ ତାଲିକା— ଡି. ରେଜିଷ୍ଟର (D. Register,) ନାମରେ କଲେକ୍ଟରଙ୍କ ମହାଫିଜ୍ଖାନାରେ ରଖା ଯାଇଅଛି ରାଜସ୍ୱଦାୟୀ ମାହାଲ ବା ଜମିଦାରୀମାନ 'ତଉଜି' ବା ସରକାରଙ୍କର ରାଜସ୍ୱଦାୟୀ ଜମିର ତାଲିକାରେ ଥିବା କ୍ରମିକ ନମ୍ୱରଦ୍ୱାରା ଚିହ୍ନିତ ହୁଏ

ଲାଖରାଜ ଜମିମାନ ଜନରଲ୍ ନମ୍ୱର ଓ ଇସ୍ପିଶଲ୍ ନମ୍ୱରଦ୍ୱାରା ଚିହ୍ନିତ ହୁଏ ଇଂରାଜସରକାର ଲାଖରାଜ ଜମି ଉପରେ ରାଜସ୍ୱ ଚିରକାଳ ସକାଶେ ବସାଇ ପାରିବେ ନାହିଁ ବୋଲି ଆଇନ୍ କରିଅଛନ୍ତି; କିନ୍ତୁ ଲାଖରାଜ ଉପରେ ପଥକର (Road cess) ଆଦି କର ବସଣି ହୋଇଥାଏ]