ଲାଖିବା
ଦେଖଣା
ଲାଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଲଖାଇବା—ପ୍ରୟୋଜକରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଲକ୍ଷ ଧାତୁ)
[ସମ୍ପାଦନା]- ୧. ତୁଳନା କରାଯିବା — ୧. To to compared.
- ୨. ତୁଳନାଦ୍ୱାରା ସମକକ୍ଷ ବା ଯୋଗ୍ୟ ହେବା —୨. To befit; to be equal or fitting.
- ୩. (ସଂସ୍କୃତ - ଲଗ୍ ଧାତୁ) ଦୃଢ଼ରୂପେ ସଂଲଗ୍ନ ହେବା; ଲାଗିବା — ୩. To adhere or stick to; to become fixed to.
[ଉ—ସନ୍ତତ ତବ ତନୁ କାନ୍ତିରେ ଲାଖି କବିସୂର୍ଯ୍ୟ ସଙ୍ଗୀତ କଳ୍ପଲତା]
- ୪. କୌଣସି ସ୍ଥାନରେ ସ୍ଥାୟୀଭାବରେ ଅବସ୍ଥାନ କରିବା —୪. To stay permanently at a place.
- ୫. ପ୍ରେମଦ୍ୱାରା ଆସକ୍ତ ହେବା —୫. To become attached to by virtue of love.
[ଉ—ଅସମ୍ଭାଳେ ତାର ମନ ଲାଖି ଗଲା ମୋହିନୀର ମୃଗ୍ଧାନନେ ରାଧାନାଥ. ଯଯାତି]
- ୬. ଆଶାନୁରୂପ ଫଳପ୍ରଦ ହେବା — ୬. To bear the expected result.
[ଯଥା—ତାଙ୍କ—ଠାରେ ମୋ ପ୍ରାର୍ଥନାଟା ଲାଖିଲା ନାହିଁ]
- ୭. ଖଟିବା; ପ୍ରଯୋଜ୍ୟ ହେବା —୭. To apply to.