ଲାଗିବା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଯାହା ବା ଯେ ଲାଗିଥାଏ
  • ଯାହା ବା ଯେ ଲାଗିବ

କ୍ରିୟା (ଦେଶଜ)[ସମ୍ପାଦନା]

  • ଅନ୍ୟ ବସ୍ତୁ ସଙ୍ଗେ ଯୁକ୍ତ ହେବା; ଲଗ୍ନ ହେବା; ଲାଖିବା; ସଂଲଗ୍ନ ହେବା; ଜଡିତ ହେବା
  • ଶକଟରେ ଯୋଚାଯିବା
  • ପହଞ୍ଚିବା; ନିର୍ଦିଷ୍ଟ ସ୍ଥାନରେ ପହଞ୍ଚିବା
  • ବୋଳାଯିବା; ଲିପାଯିବା
  • କୌଣସି ବିଷୟର ସମ୍ପର୍କ ଅନ୍ୟ ବ୍ୟକ୍ତି ବା ବସ୍ତୁଠାରେ ଯୁକ୍ତ ହେବା; ବ୍ୟାପିବା
  • ବୁଜି ହେବା; ମୁଦି ହେବା; ମୁଦ୍ରିତ ହେବା
  • ଖନି ମାରିବା; ସ୍ପଷ୍ଟରୂପେ ବାକ୍ୟାଦି ଉଚ୍ଚାରଣ କରି ନ ପାରିବା
  • କଣ୍ଠକାଳିରେ ଅଟକିବା
  • ବସ୍ତ୍ର ଅଳଙ୍କାରାଦି ଦେହରେ ପରିହିତ ହେବା; ପିନ୍ଧାଯିବା; ଲାଗି ହେବା
  • ନିଯୁକ୍ତ ହେବା; ବ୍ୟାପୃତ ହେବା; ରତ ହେବା
  • ଏକାଦିକ୍ରମେ ଚଳିବା; କମିବା
  • ଆଲୋକିତ ବା ଅଗ୍ନିଯୁକ୍ତ ହେବା; ଜଳିବା
  • କୌଣସି ପଦାର୍ଥରେ କୌଣସି ଅଙ୍ଗ ବା ଅଂଶ ସଂଯୋଜିତ ହେବା
  • ବ୍ୟଥିତ ହେବା
  • କୌଣସି କର୍ମ ପାଇଁ ଲୋଡା ହେବା; ଆବଶ୍ୟକ ହେବା
  • ମୂଲ, ମଜୁରୀ, ଦରମା ବା ପରିଶ୍ରମିକ ପାଇଁ କାମ କରିବା; ଖଟିବା
  • ରୋପିତ ହେବା
  • ଉପୁଜିବା; ଜାତ ହେବା
  • ଫଳବତ୍ ହେବା; ଇପ୍ସିତ ଫଳପ୍ରଦାନ କରିବା
  • ଅଧିକା ହୋଇ ଯୁକ୍ତ ହେବା; ବୃଦ୍ଧି ପାଇବା
  • ଅଣ୍ତିରା ପଶୁ ମାଈ ପଶୁକୁ ସଙ୍ଗମ କରିବା; ଯୋଡ଼ ପଡିବା
  • ଚିହ୍ନ ବା ଦାଗରୂପେ ରହିବା; ଦାଗ ଆଦି ନ ଲିଭିବା
  • ଶତ୍ରୁତା ଆଚରଣ କରିବା; ଶତ୍ରୁ ରୂପେ କୌଣସି ବ୍ୟକ୍ତିକୁ ଉତ୍ତ୍ୟକ୍ତ କରିବା; ବିବାଦ କରିବା
  • କୌଣସି ବ୍ୟକ୍ତିକୁ ଧରିବା ବା ଜଗିବା ବା ଆକ୍ରମଣ କରିବାପାଇଁ ତାହା ପ୍ରତି ଅନ୍ୟ ବ୍ୟକ୍ତି ନିଯୁକ୍ତ ବା ମୂତଏନ୍ ହେବା
  • ଆକ୍ରମଣ କରିବା ଉଦ୍ଦେଶ୍ୟରେ ପଛରେ ଗୋଡାଇବା
  • ପ୍ରସ୍ତାବିତ ହେବା; କୌଣସି ପଦାର୍ଥ ବା ବିଷୟ ପାଇଁ କଥାବାର୍ତ୍ତା ବା ପ୍ରସଙ୍ଗ ଉତ୍ଥାଅପିତ ହେବା
  • ଖାଇଲା ପତ୍ରରେ ଦିଆଯିବା; ପରିବେଷଣ କରାଯିବା
  • ବାଧିବା; ବାଧାଦେବା; ପୀଡା ଦେବା
  • କୌଣସି ବିଷୟ ସ୍ମୃତି ବା ହୃଦୟ ପଟରେ ସ୍ଥାୟିଭାବରେ ଅଙ୍କିତ ହେବା
  • ଅଟକିବା
  • ଆଘାତ ପାଇବା; ବାଜିବା
  • କୌଣସି ବିଷୟରେ ଏକାଗ୍ରଚିତ୍ତରେ ରତ ହେବା; ଆସକ୍ତ ହେବା; ଏକାଗ୍ର ମନରେ ନିଯୁକ୍ତ ହେବା; ମଜ୍ଜିବା
  • ଆରବ୍ଧ ହେବା
  • କୌଣସି କର୍ମ କରିବାକୁ ଆରମ୍ଭ କରିବା
  • ପୁନରୁତଥାପିତ ହେବା; ଉଠିବା
  • ଘଟିବା
  • ବହୁକାଳ ବ୍ୟାପିବା
  • ବହୁଦୂର ବା ସ୍ଥାନ ବ୍ୟାପିବା; ଅଧିକାର କରିବା
  • ମହାଜନି ବା ବ୍ୟବସାୟରେ ଖଟା ହେବା ବା ନିୟୋଜିତ ହେବା
  • ସମାପ୍ତ ନ ହେବା
  • ସ୍ପର୍ଶ କରିବା
  • ଅନ୍ୟ ବସ୍ତୁ ସଙ୍ଗେ ଜଡିତ ହେବା; ଛନ୍ଦି ହେବା
  • ଯ୍ଥୋପଯୁକ୍ତ କର୍ମରେ ନିୟୋଜିତ ବା ବ୍ୟବହୃତ ହେବା
  • ସ୍ପର୍ଶ କରିବା; ଛୁଇଁବା
  • ଘୋଟିବା; ଆକ୍ରମଣ କରିବା
  • ମନୁଷ୍ୟଠାରେ ଅବିଷ୍ଟ ହେବା
  • ବ୍ୟାକୁଳ କରିବା
  • କଳ୍ପନାଦ୍ଵାରା ବୋଧ ହେବା; ଅନୁମତି ହେବା; ଏକ ବିଷୟ ଅନ୍ୟ ବିଷୟ ପରି ଜଣାଯିବା
  • ଅନଭୁତ ହେବା
  • ହାତକୁ ଜଣା ପଡିବା
  • ପଞ୍ଚ ଇନ୍ଦ୍ରିୟଦ୍ଵାରା ଅନଭୂତ ହେବା
  • ଶାସ୍ତ୍ର ବିଧାନ ଅନୁସାରେ କୌଣସି ବ୍ୟକ୍ତିଠାରେ ପ୍ରବର୍ତ୍ତିତ ହେବ
  • ଅଭିଭୂତ କରିବା; ପ୍ରଭାବିତ କରିବା
  • କୌଣସି ବସ୍ତୁ ଅନ୍ୟ ବସ୍ତୁ ବା ଉଦ୍ଦେଶ୍ୟ ପ୍ରତି ଯ୍ଥୋପଯୋଗୀ ହେବା
  • କୌଣସି କର୍ମ କୌଣସି ବ୍ୟକ୍ତିକୁ ନିଯୁକ୍ତ ବା ବ୍ୟାପୃତ କରି ରଖିବା
  • କୌଣସି ସ୍ଥାନ ଅନ୍ୟସ୍ଥାନର ସୀମାବର୍ତ୍ତୀ ହେବା; ନିକଟରେ ଅବସ୍ଥିତ ହେବା; ନିକଟବର୍ତ୍ତୀ ହେବା
  • ଏକାଦି ମେ ବା ଅବିଚ୍ଛିନ୍ନ ଭାବରେ ସ୍ଥିତ ହେବା; ଦୁଇ ସ୍ଥାନ ବା ଦୁଇ ବସ୍ତୁକୁ ଯୋଗ କରିବା
  • ଦେବତା ଆଦିଙ୍କୁ ଅର୍ପିତ
  • ଅନ୍ୟ ସ୍ଥାନ ସଙ୍ଗେ ମିଳିତ ହେବା
  • କୌଣସି କାର୍ଯ୍ୟର ଭାର ବା ଦାୟିତ୍ଵ କୌଣସି ବ୍ୟକ୍ତିଠାରେ ଅର୍ପିତ ହେବା
  • ଦୃଢ଼ରୂପେ ସଂଲଗ୍ନ ହେବା
  • ମୁଲିଆରୂପେ କାମ କରିବାଲାଗିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲାଗିବା କାର୍ଯ୍ୟ —Act of Lāgiba, (See below)

(ଯଥା—ଦୁଇଜଣ ବନ୍ଧୁଙ୍କ ମଧ୍ୟରେ କଳି ଲାଗିବା ଅସୁନ୍ଦର କଥା)

ଦେ;ବିଶେଷଣ -[ସମ୍ପାଦନା]

୧. ଯାହା ବା ଯେ ଲାଗିଥାଏ —୧. That which has done the act of Lāgibā (See below)

(ଯଥା, ଘର ତିଆରିରେ ଲାଗିବା ବ୍ୟୟ)

୨. ଯାହା ବା ଯେ ଲାଗିବ —୨. That which will do the act of Lāgibā. (See below)

(ଯଥା—ଆଗାମୀ ବର୍ଷ ବିବାହରେ ଲାଗିବା ବ୍ୟୟ)

ସଂସ୍କୃତ - କ୍ରିୟାପଦ - (ସଂସ୍କୃତ ଲଗ୍ ଧାତୁ)[ସମ୍ପାଦନା]

୧. (ଅକର୍ମକ) ଅନ୍ୟ
ବସ୍ତୁ ସଙ୍ଗେ ଯୁକ୍ତ ହେବା; ଲଗ୍ନ ହେବା; ଲାଖିବା; ସଂଲଗ୍ନ ହେବା; ଜଡ଼ିତ ହେବା —୧. To be attached to another thing; to stick to; to adhere to.

[ଉ—ବାଛୁରୀମାନେ ଅଙ୍ଗ ଲିହନ୍ତେ ଲାଗି ରହିଛି ଲାଳ ଭକ୍ତଚରଣ. ମଥୁରାମଙ୍ଗଳ]

୨. (ଅକର୍ମକ) (ପଶୁ ଆଦି) ଶକଟରେ ଯୋଚାଯିବା — ୨. (beasts) To be yoked to a cart or plough.

(ଯଥା—ଏ ଶଗଡ଼ରେ ହଡ଼ାବଳଦ ସଙ୍ଗେ ଦାମୁଡ଼ିଟାଏ ଲାଗିଛି)

୩. (ଅକର୍ମକ) (ଜାହାଜ, ଡଙ୍ଗା, ଆଦି) ପହଞ୍ଚିବା; ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା —୩. A boat or conveyance; To touch (the shore); to reach the destination.

[ଉ— ବେଳାରେ ଲାଗିଲା ନାବ ଚମ୍ପାବତୀ ପୁରେ ଭଞ୍ଜ. ବୈଦେହୀଶବିଳାସ]

୪. (ଅକର୍ମକ) (ଦେହରେ) ବୋଳାଯିବା; ଲିପାଯିବା —୪. To be smeared over; to be anointed.

[ଉ—ଦେହେ ଲାଗିଲା ପଙ୍କ ଯେହ୍ନେ; ନ ଯାଇ ପଙ୍କ ପ୍ରକ୍ଷାଳନେ ଜଗନ୍ନାଥ. ଭାଗବତ]

୫. (ଅକର୍ମକ) କୌଣସି ବିଷୟର ସମ୍ପର୍କ ଅନ୍ୟ ବ୍ୟକ୍ତି ବା ବସ୍ତୁଠାରେ ଯୁକ୍ତ ହେବା; ବ୍ୟାପିବା — ୫. To overtake; to spread over.

[ଉ— ସେ ଦୋଷ ନ ଲାଗଇ ତାର, ନଳିନୀ ପତ୍ରେ ଯେତେ ନୀର ଜଗନ୍ନାଥ. ଭାଗବତ]

୬. (ଅକର୍ମକ) ବୁଜି ହେବା; ମୁଦି ହେବା; ମୁଦ୍ରିତ ହେବା —୬. To be closed or shut.

(ଯଥା—ରାତି ଅନିଦ୍ରାଯୋଗୁଁ ମୋ ଆଖି ଲାଗିଯାଉଛି; ଆଖି ଧରିଥିବାରୁ ଆଖିପତା ଲେନ୍ଧେରାରେ ଲାଗିଯାଇଛି)

୭. (ଅକର୍ମକ) (ଜିଭ, ପାଟି, ତୁଣ୍ଡ) ଖନି ମାରିବା; ସ୍ପଷ୍ଟରୂପେ ବାକ୍ୟାଦି ଉଚ୍ଚାରଣ କରି ନ ପାରିବା —୭. To stammer (said of the tongue or mouth); not to be able to utter words properly.

(ଯଥା—ତା ଜିଭ ଲାଗୁଛି; ତା ତୁଣ୍ଡ ଲାଗୁଛି; ତା ପାଟି ଲାଗୁଛି)

୮. (ଅକର୍ମକ) (ଭାତ, ଖାଦ୍ୟ ବା ଶ୍ଳେଷ୍ମା) କଣ୍ଠନାଳିରେ ଅଟକିବା —୮. To stick in the throat (said of particles of food or phlegm).

(ଯଥା— ତଣ୍ଟିରେ ମାଛକଣ୍ଟା, ଭାତ, କଫ ଲାଗୁଛି)

[ଦ୍ରଷ୍ଟବ୍ୟ — ସାଧାରଣ ଲୋକେ ବିଶ୍ୱାସ କରନ୍ତି ଯେ, କେହି ଦୂରସ୍ଥ ବନ୍ଧୁ ତୁମ୍ଭଙ୍କୁ ଦୂରରେ ଥାଇ ମନେପକାଇଲେ ବା ସ୍ମରଣ କଲେ ଠିକ୍ ସେହି ସମୟରେ ତୁମେ ଖାଇ ବସିଥିଲେ ତୁମ ତଣ୍ଟିରେ ଭାତ ଲାଗିବ]

୯. (ଅକର୍ମକ; ବିଶେଷତଃ ରାଜା ଓ ଦେବତାଙ୍କଠାରେ ପ୍ରଯୋଜ୍ୟ) ବସ୍ତ୍ର ଅଳଙ୍କାରାଦି ଦେହରେ ପରିହିତ ହେବା; ପିନ୍ଧାଯିବା; ଲାଗି ହେବା — ୯. To be put on the body; to be worn.

[ଉ—ଡୋର ଲାଗି ଘେର ପଡିବ ଦେହଟି ଚୋରପରି ଆଚରଣୁ କବିସୂର୍ଯ୍ୟ. କିଶୋରୀଚମ୍ପୂ. ଡ ଗୀତ]

୧. (ଅକର୍ମକ) (କାର୍ଯ୍ୟରେ) ନିଯୁକ୍ତ ହେବା; ବ୍ୟାପୃତ ହେବା; ରତ ହେବା —୧୦. To be engaged in a work.

[ଉ—ଲାଗିଥିଲେ ଜବାଧରୀ ସେବାରେ କବି— ସୂର୍ଯ୍ୟ. କବିତା]

୧୧. (ଅକର୍ମକ) ଏକାଦିକ୍ରମେ ଚଳିବା; (କାର୍ଯ୍ୟର ସ୍ରୋତ) ଅବିଚ୍ଛିନ୍ନ ଭାବରେ ଚାଲିବା; ଜମିବା — ୧୧. To continue; to go on.

[ଉ—ଭବେ. ଲୀଳା ଲାଗିଛି ଦେଖ ଏସନ ରାମଶଙ୍କର. ଲୀଳାବତୀ]

୧୨. (ଅକର୍ମକ) (ପ୍ରଦୀପ ଆଦି) ଆଲୋକିତ ବା ଅଗ୍ନିଯୁକ୍ତ ହେବା; ଜଳିବା —୧୨. To be lighted; to burn.

(ଯଥା—ଏ ଓଦା କାଠଗୁଡାକ ଜମାରୁ ଲାଗୁ ନାହିଁ)

[ଦ୍ରଷ୍ଟବ୍ୟ —ଚୁଲି ଲାଗିବାର ଅର୍ଥ ଚୂଲିଲେ ନିଆଁ ଲାଗିବା]

୧୩. (ଅକର୍ମକ) କୌଣସି ପଦାର୍ଥରେ କୌଣସି ଅଙ୍ଗ ବା ଅଂଶ ସଂଯୋଜିତ ହେବା —୧୩. To attached to.

(ଯଥା—ବଟୁଆରେ ଝୁମ୍ପା ଲାଗିଛି, କଟୁରିରେ ବେଣ୍ଟ, ଟୋପିରେ ଝାଲର ଲାଗିଛି)

୧୪. (ଅକର୍ମକ) (କୌଣସି କର୍ମ ପାଇ ଧନ ବା ପଦାର୍ଥ) ବ୍ୟୟିତ ହେବା —୧୪. To be spent.

(ଯଥା—ଏ ଭାଷାକୋଷ ମୁଦ୍ରଣ ପାଇଁ ଲକ୍ଷାଧିକ ଟଙ୍କା ଲାଗିବ)

୧୫. (ଅକର୍ମାକ) କୌଣସି କର୍ମ ପାଇଁ ଲୋଡ଼ା ହେବା; ଆବଶ୍ୟକ ହେବା —୧୫. To be required for any work.

[ଉ—ଦ୍ୱାଦଶ ସମ୍ୱତ୍ସର ପୂର୍ଣ୍ଣଯାଏ ମୁହିଁ, ଯେତେ ଅନ୍ନ ଲାଗିବ ତୁମ୍ଭର ଦେବଇଁ କୃଷ୍ଣସିଂହ. ମହାଭାରତ. ବନ]

୧୬. (ଅକର୍ମକ) ମୂଲ, ମଜୁରୀ, ଦରମା ବା ପାରିଶ୍ରମିକ ପାଇଁ କାମ କରିବା; ଖଟିବା —୧୬. To work for wages or for pay.

[ଉ—ସେ ଲାଗି ଖାଏ ସେ ମାଗି ଖାଏ ନାହିଁ, ଯେ ମାଗି ଖାଏ ସେ ଲାଗି ଖାଏ ନାହିଁ— ଢଗ]

୧୭. (ଅକର୍ମକ) (ଗଛ ଆଦି) ରୋପିତ ହେବା —୧୭. To be planted.

(ଯଥା—ସ଼ଡ଼କ ପାଖଯାକ ବରଗଛ ଲାଗିଛି; ମୋ ବଗିଚାରେ ବହୁତ ମଲ୍ଲୀଗଛ ଲାଗିଛି)

୧୮. (ଅକର୍ମକ) ଉପୁଜିବା; ଜାତ ହେବା —୧୮. To arise; to ensue.

(ଯଥା— ଦୁଇ ଭାଇଙ୍କ ମଧ୍ୟରେ ବିଷୟ ସମ୍ପତ୍ତି ପାଇଁ ମକଦମା ଲାଗିଲା)

୧୯. (ଅକର୍ମକ) ଫଳବତ୍ ହେବା; ଈପ୍ସିତ ଫଳପ୍ରଦାନ କରିବା —୧୯. To be effective; to produce the desired effect; to result in.

(ଯଥା— ମୁଁ ଯେତେ ଘିଅ ଦୁଧ ଖାଇଲି ମୋ ଦିହରେ ଜମାରୁ ଲାଗିଲା ନାହିଁ)

୨. (ଅକର୍ମକ) ଅଧିକା ହୋଇ ଯୁକ୍ତ ହେବା; ବୃଦ୍ଧି ପାଇବା —୨୦. To be added to; to increase.

(ଯଥା—ବିନା ପରିଶ୍ରମରେ ମାଗଣା ଭୋଜନ ପଡ଼ିବାରୁ ତାଠେଇଁ ମାଉଁସ ଲାଗିଲାଣି)

୨୧. (ଅକର୍ମକ) ଅଣ୍ଡିରା ପଶୁ ମାଈ ପଶୁକୁ ସଙ୍ଗମ କରିବା;
ଯୋଡ଼ ପଡ଼ିବା —୨୧. To pair; to cohabit (said of male beasts).

(ଯଥା—ହାତୀମାନଙ୍କୁ ବଣରୁ ଧରିଆଣି ଘରେ ପାଳିଲେ ଦେଖାଯାଏ, ସେମାନେ ହାତୁଣୀ ସଙ୍ଗେ ଲାଗନ୍ତି ନାହିଁ)

୨୨. (ଅକର୍ମକ) ଚିହ୍ନ ବା ଦାଗରୂପେ ରହିବା; ଦାଗ ଆଦି ନ ଲିଭିବା —୨୨. To be left as a mark or stain; not to be erased; to tarnish.

(ଯଥା—ଯେତେ ଚେଷ୍ଟା କଲେ ମଧ୍ୟ ତା ଲୁଗାରେ ଲାଗିଥିବା ରକତ ଦାଗ ତାକୁ ଧରା ପକେଇ ଦେଲା)

୨୩. (ଅକର୍ମକ) ଶତ୍ରୁତା ଆଚରଣ କରିବା; ଶତ୍ରୁରୂପେ କୌଣସି ବ୍ୟକ୍ତିକୁ ଉତ୍ତ୍ୟକ୍ତ କରିବା; ବିବାଦ କରିବା — ୨୩. To act inimically towards a person.

[ଉ—ମୋ ସଙ୍ଗରେ ଲାଗିଲେ ବସିବୁ ଯମ ପାଶ କୃଷ୍ଣସିଂହ. ମହାଭାରତ. ସଭା]

୨୪. (ଅକର୍ମକ) କୌଣସି ବ୍ୟକ୍ତିକୁ ଧରିବା ବା ଜଗିବା ବା ଆକ୍ରମଣ କରିବା— ପାଇଁ ତାହା ପ୍ରତି ଅନ୍ୟ ବ୍ୟକ୍ତି ନିଯୁକ୍ତ ବା ମୂତଏନ୍ ହେବା — ୨୪. To beemployed or commisioned after; to be deputed.

(ଯଥା—ତିନିଦିନ ହେଲା ଖାତକଠାରେ ମହାଜନଙ୍କର ପିଆଦା ଲାଗିଛି)

୨୫. (ଅକର୍ମକ) ଆକ୍ରମଣ କରିବା ଉଦ୍ଦେଶ୍ୟରେ ପଛରେ ଗଡ଼ାଇବା —୨୫. To chase; to pursue.

(ଯଥା—ବିଲୁଆ ପଛରେ ତିନିଟା ଡାହାଳକୁତା ଲାଗି ଦଶ ଖେପାରେ ତାକୁ ମାଡ଼ି ବସିଲେ)

୨୬. (ଅକର୍ମକ ଓ ସକର୍ମକ) ପ୍ରସ୍ତାବିତ ହେବା; କୌଣସି ପଦାର୍ଥ ବା ବିଶୟ ପାଇଁ କଥାବାର୍ତ୍ତା ବା ପ୍ରସଙ୍ଗ ଉତ୍ଥାପିତ ହେବା —୨୬. To be proposed; to be talked about in connection with any matter.

[ଉ— କଳରେ ଜାକିଲି ଗୁଆ; ଗେହ୍ଲେଈ ନାନୀକି ବର ଲାଗିଛି ଆର ସାଇ ବଣଭୁଆ—ଢଗ]

୨୭. (ଅକର୍ମକ) (ଖାଦ୍ୟଦ୍ରବ୍ୟ) ଖାଇଲା ପତ୍ରରେ ଦିଆଯିବା; ପରିବେଷଣ କରାଯିବା —୨୭. To be served on the plate (said of food).

(ଯଥା—ସଙ୍ଖୁଡ଼ି ସଭାରେ ଖିରିପିଠା ଲାଗିଲାଣି; ଏ ଧାଡ଼ିର ଦଶଖଣ୍ଡ ପତର ମଧ୍ୟରୁ ତିନିଖଣ୍ଡ ପତରରେ ମାଛ ବେଶର ଲାଗି ନାହିଁ)

୨୮. (ଅକର୍ମକ ଓ ସକର୍ମକ) ବାଧିବା; ବାଧା ଦେବା; ପୀଡ଼ା ଦେବା (ଏ ଅର୍ଥର ବଙ୍ଗଳା ଭାଷାରେ ବେଶି ପ୍ରୟୋଗ ହୁଏ) —୨୮. To give pain; to affect painfully.

[ଉ—ସକର୍ମକ—ତୋରେ ଶରଣ ଯେ ପଶଇ, ସଂସାର ତାକୁ ନ ଲାଗଇ—ଜଗନ୍ନାଥ. ଭାଗବତ; ଅକର୍ମକ—ତାଙ୍କ ମନ୍ତବ୍ୟ ମୋ ଦିହରେ ଚାଉଁ କିନା ଲାଗିଗଲା]

୨୯. (ଅକର୍ମକ ଓ ସକର୍ମକ) କୌଣସି ବିଷୟ ସ୍ମୃତି ବା ହୃଦୟ ପଟରେ ସ୍ଥାୟିଭାବରେ ଅଙ୍କିତ ହେବା —୨୯. To be permanently impressed on the tablet of the mind.

[ଉ—ସକର୍ମକ—ପ୍ରିୟସଖି! ମୋ ବେଦନା ନ ଲାଗଇ ନିକି ତୋତେ କିଞ୍ଚିତରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଠ. ଗୀତ—ସକର୍ମକ ଅକର୍ମକ— ଜଗବନ୍ଧୁର ଦରୋଟି କଥା ମୋ କାନରେ ଲାଗି ଯାଇଛି]

୩. (ଅକର୍ମକ) ଅଟକିବା —୩୦. To stick to.

(ଯଥା—ନଇରେ ଅଳ୍ପ ପାଣି ଥିବାକୁ ବୋଝେଇ ଡଙ୍ଗା ଠାଏ ଠାଏ ଲାଗୁଛି)

୩୧. (ଅକର୍ମକ) ଆଘାତ ପାଇବା; ବାଜିବା —୩୧. To strike; to collide with; to hit at.

(ଯଥା—ଜାହାଜ ବୁଡ଼ା ପଥରରେ ଲାଗି ଫାଟିଗଲା)

୩୨. (ଅକର୍ମକ) କୌଣସି ବିଷୟରେ ଏକାଗ୍ରଚିତ୍ତରେ ରତ ହେବା; ଆସକ୍ତ ହେବା; ଏକାଗ୍ର ମନରେ ନିଯୁକ୍ତ ହେବା; ମଜ୍ଜିବା — ୩୨. To be attached to a matter; to be after a thing; to be addicted to a thing.

[ଉ—ସ଼ଞ୍ଜବେଳରୁ କଞ୍ଜ ଫୁଟିବା ଯାଏ କୁଞ୍ଜରେ ତୋ ତୁଲେ ପରା ଲାଗେ ଲୋ—କବିସୂର୍ଯ୍ୟ. ସଙ୍ଗୀତ]

୩୩. (ଅକର୍ମକ) (କୌଣସି କର୍ମ) ଆରବ୍ଧ ହେବା —୩୩. To be begun; to set in; to be commenced.

(ଯଥା—ଦିନ ୧ ଟା ବେଳେ କଚିରି ଲାଗେ, ୫ଟା ବେଳେ ଭାଙ୍ଗେ)

୩୪. (ଅକର୍ମକ) କୌଣସି କର୍ମ କରିବାକୁ ଆରମ୍ଭ କରିବା — ୩୪. To begin or set to some work.

(ଏ ବ୍ୟବହାର ବଙ୍ଗଳାରେ ବେଶି ଚଳେ)

(ଯଥା—ସଭାରେ ଆମ୍ଭମାନଙ୍କ ଉପସ୍ଥିତି ମାତ୍ରକେ ବକ୍ତା ବକ୍ତୃତା ଦେବାକୁ ଲାଗିଲେ)

୩୫. (ଅକର୍ମକ) (ମୀମାଂସିତ ହୋଇ— ଥିବା ବିଷୟ ବା ପ୍ରସଙ୍ଗ) ପୁନରୁତ୍ଥାପିତ ହେବା; ଉଠିବା —୩୫. (a matter) To be reopened.

(ଯଥା—ଭଲଲୋକେ ବସି ସେ ଦୁହିଙ୍କ ବିବାଦ ତ ଭାଙ୍ଗି ଦେଇଥିଲେ, ପୁଣି ଆଜି ସେ କଥା କିଆଁ ଲାଗିଲା)

୩୬. (ଅକର୍ମକ) ଘଟିବା —୩୬. To happen.

(ଉ—ଲାଗିଛି ନୀଳକନ୍ଦରେ ହାଟ—ଭଜନ)

୩୭. (ଅକର୍ମକ) ବହୁକାଳ ବ୍ୟାପିବା —୩୭. To extend over a long period of time.

(ଯଥା— କେଉଟଙ୍କ ଜାତିଆଣ ସଭା ବରଗଛ ତଳେ ଚାରିଦିନ ଲାଗିଲାଣି, ତେବେ ସୁଦ୍ଧା ତାଙ୍କ ଅଡୁଆ ଛିଣ୍ଡୁ ନାହିଁ]

୩୮. (ଅକର୍ମକ) ବହୁଦୂର ବା ସ୍ଥାନ ବ୍ୟପିବା; ଅଧିକାର କରିବା —୩୮. To extend over a long distance; to occupy a long space.

(ଯଥା—ଆମ ଗାଁଆଁ ରତ୍ନଜୋଡ଼ି ହ୍ରଦ ମାଇଲିଏ ଯାଏ ଲାଗିଛି)

୩୯. (ଅକର୍ମକ) ମହାଜନି ବା ବ୍ୟବସାୟରେ (ଧନଆଦି) ଖଟା ହେବା ବା ନିୟୋଜିତ ହେବା —୩୯. To be invested on loan or business.

(ଯଥା—

ଆମ ଜମଦାରିରେ ଆମର ତିନି ଶହ ଭରଣ ଧାନ ଦେଢ଼ିରେ ଲାଗିଛି) 

୪. (ଅକର୍ମକ) ସମାପ୍ତ ନ ହେବା —୪୦. Not to be finished.

(ଯଥା—ରାତି ବାରଟା— ବେଳଯାକେ ସୁଦ୍ଧା ତାଙ୍କ ଘରେ ଖିଆଣ ପିଆଣ ଲାଗିଥାଏ)

୪୧: (ଅକର୍ମକ) ସ୍ପର୍ଶ କରିବା —୪୧. To come in contact with; to touch.

[ଉ—କୁସୁମ ଫଳ ଅତିଭରେ, ବିଟପୀ ଲାଗନ୍ତି ଭୂମିରେ ଜଗନ୍ନାଥ. ଭାଗବତ]

୪୨: (ଅକର୍ମକ) ଅନ୍ୟ ବସ୍ତୁ ସଙ୍ଗେ ଜଡ଼ିତ ହେବା; ଛନ୍ଦି ହେବା —୪୨. To be entangled in.

[ଉ—କିସ୍ କଣ୍ଟା ? କାନକୋଳି କଣ୍ଟା; ଯହିଁରେ ଲାଗିବ ଲଟାପଟା କାହାଣିର ନଥା]

୪୩: (ଅକର୍ମକ) ଯଥୋପଯୁକ୍ତ କର୍ମରେ ନିୟୋଜିତ ବା ବ୍ୟବହୃତ ହେବା — ୪୩. To be employed or used in the proper work.

(ଯଥା—ଗାଈର ବାଛୁରୀ ମରିଯିବାରୁ ୟା ଠେଇଁ ଆଉ ଗୋଟିଏ ବାଛୁରୀ ଲାଗିଛି)

୪୪: (ଅକର୍ମକ) ସ୍ପର୍ଶ କରିବା; ଛୁଇଁବା —୪୪. To touch.

(ଉ—ମାୟା ନ ଲାଗେ ଯାର ଚିତ୍ତେ, କି ପ୍ରୟୋଜନ ତାର ଗ୍ରନ୍ଥେ—ଜଗନ୍ନାଥ. ଭାଗବତ)

୪୫: (ଅକର୍ମକ) ଘୋଟିବା; ଆକ୍ରମଣ କରିବା —୪୫. To overtake; to attack.

(ଉ—ବ୍ୟାଧିର ପରାଭବ ନାହିଁ, ଦେହରେ ରୋଗ ନ ଲାଗଇ ଜଗନ୍ନାଥ. ଭାଗବତ)

୪୬: (ସକର୍ମକ) (ଭୁତ ଆଦି) ମନୁଷ୍ୟଠାରେ ଆବିଷ୍ଟ ହେବା —୪୬. To posses a person (said of a ghost or spirit).

[ଉ—ଲାଗିଲାରେ ଲାବଣ୍ୟ— ନିଧିକି ଶ୍ୟାମନଟ କବିସୂର୍ଯ୍ୟ. ରତ୍ନାକର ଚମ୍ପୂ]

୪୭: (ସକର୍ମକ) ବ୍ୟାକୁଳ କରିବା —୪୭. To agitate.

[ଉ—କରିବି ଭାଗବତ ଧର୍ମ, ଯେଣେ ନ ଲାଗେ ଭବ ଭ୍ରମ ଜଗନ୍ନାଥ. ଭାଗବତ]

୪୮: (ଅକର୍ମକ) କଳ୍ପନାଦ୍ୱାରା ବୋଧ ହେବା; ଅନୁମିତ ହେବା; ଏକ ବିଷୟ ଅନ୍ୟ ବିଷୟ ପରି ଜଣାଯିବା —୪୮. To seem; to be felt as if.

[ଉ—ଛଣା ସୁଧା ସର ପଣାରୁ ମଧୁର ଲାଗୁଥିଲା ଶ୍ୟାମପ୍ରୀତି ଗୋ କବିସୂର୍ଯ୍ୟ. ସଙ୍ଗୀତ]

୪୯: (ଅକର୍ମକ) ଅନଭୁତ ହେବା —୪୯. To be experienced.

[ଉ—ନାନା ଦୁର୍ନିମିତ୍ତ ନିତି ନିତି ଦେଖି, ମନେ ଲାଗେ ବଡ଼ ଡର; ରାଧାନାଥ. ପାର୍ବତୀ]

ନିର୍ଲେପ ଯୋଗୀ ସେ ଯୁଗତେ, ସଂଶୟ ଲାଗେ ମୋର ଚିତ୍ତେ—ଜଗନ୍ନାଥ. ଭାଗବତ

୫. (ସକର୍ମକ ଓ ଅକର୍ମକ) (ନାଡ଼ୀର ଗତି ବା ସ୍ପନ୍ଦନ) ହାତକୁ ଜଣା ପଡିବା —୫୦. (pulse) To be felt by touch.

[ଉ—ଲାଗୁ ନ ଥିଲା ମୋ କରକୁ ନାଟିକା, ସଜନୀମାନେ ଦେଖି ହେଲେ ତାଟକା କବିସୂର୍ଯ୍ୟ. ସଙ୍ଗୀତ]

୫୧: (ସକର୍ମକ ଓ ଅକର୍ମକ) ପଞ୍ଚ ଇନ୍ଦ୍ରିୟ—ଦ୍ୱାରା ଅନୁଭୂତ ହେବା —୫୧. To be felt by the different organs of sense.

[ଦ୍ରଷ୍ଟବ୍ୟ —୧ ରସନେ— ନ୍ଦ୍ରିୟଦ୍ୱାରା, ଯଥା—ଖଟା ଲାଗିବା, ମିଠା ଲାଗିବା, ରାଗ ଲାଗିବା, ୨ ସ୍ପର୍ଶେନ୍ଦ୍ରିୟ ଦ୍ୱାରା, ଯଥା—ଏ ଜିନିଷଟା ହାତକୁ ଭାରି ଟାଆଁସା ଲାଗୁଛି, ୩ ଶ୍ରବଣେନ୍ଦ୍ରିୟଦ୍ୱାରା, ଯଥା—ଏ ସ୍ୱର ମୋ କାନକୁ ଭାରି କଡ଼ା ଲାଗୁଛି, ୪ ଦର୍ଶନେଦ୍ରିୟଦ୍ୱାରା ଯଥା—ଏ ରୂପ ଦେଖିବାକୁ ଭାରି ସୁନ୍ଦର ଲାଗୁଛି, ୫ ଘ୍ରାଣେନ୍ଦ୍ରିୟ ଦ୍ୱାରା, ଯଥା—ଏ ଅତରର ସୁବାସ ଭାରି ମିଠା ଲାଗୁଛି]

୫୨: (ସକର୍ମକ) ଶାସ୍ତ୍ର ବିଧାନ ଅନୁସାରେ କୌଣସି ବ୍ୟକ୍ତିଠାରେ (ଦୋଷ ବା ପାପ) ପ୍ରବର୍ତ୍ତିତ ହେବା —୫୨. (any sin or fault) To apply to; to be attributed to person.

[ଉ—ମୁଁ ମଲେ କି ତୁମ୍ଭର ହେବ ଏଥି ଯଶ; ନ ଲାଗିବ ନିକି ସ୍ତରୀହତ୍ୟା ଦୋଷ କୃଷ୍ଣସିଂହ. ମହାଭାରତ. ବନ]

୫୩: (ସକର୍ମକ) ଅଭିଭୂତ କରିବା; ପ୍ରଭାବିତ କରିବା — ୫୩. To influence; to affect.

[ଉ—ଆତ୍ମାବ୍ରହ୍ମ; ତାକୁ ନ ଲାଗିବ ସୁଖଦୁଃଖ କୃଷ୍ଣସିଂହ. ମହାଭାରତ. ବନ ଉ—ତାକୁ ନ ଲାଗେ ଭବବାଧା ଜଗନ୍ନାଥ. ଭାଗବତ]

୫୪: (ସକର୍ମକ) କୌଣସି ବସ୍ତୁ (ଯଥା— ଅଳଙ୍କାର) ଅନ୍ୟ ବସ୍ତୁ ବା ଉଦ୍ଦେଶ୍ୟ (ଯଥା—ପିନ୍ଧିବା ବ୍ୟକ୍ତିର ଦେହ) ପ୍ରତି ଯଥୋପଯୋଗୀ ହେବା —୫୪. To exactly fit in; to suit; to be suitable for the required purpose.

(ଯଥା—ଏ କାଚ ମୂଠିକ ସାଆନ୍ତାଣୀଙ୍କ ହାତକୁ ଭଲ ଲାଗିଗଲା)

୫୫: (ସକର୍ମକ) କୌଣସି କର୍ମ କୌଣସି ବ୍ୟକ୍ତିକୁ ନିଯୁକ୍ତ ବା ବ୍ୟାପୃତ କରି ରଖିବା —୫୫. To keep a person engaged.

(ଯଥା—ତାକୁ ଦିନ ରାତି ଘର ଧନ୍ଦା ଲାଗିଛି)

୫୬: (ସକର୍ମକ) କୌଣସି ସ୍ଥାନ ଅନ୍ୟସ୍ଥାନର ସୀମା— ବର୍ତ୍ତୀ ହେବା; ନିକଟରେ ଅବସ୍ଥିତ ହେବା; ନିକଟବର୍ତ୍ତୀ ହେବା —୫୬. To be contiguous to.

(ଉ— ଇନ୍ଦ୍ରଙ୍କର ସର ସେଠାକୁ ଲାଗିଛି କୃଷ୍ଣସିଂହ. ମହା— ଭାରତ. ବନ)

୫୭: (ସକର୍ମକ) (ନଈ, ସଡ଼କ, ରାସ୍ତା ଆଦି) ଏକାଦି ମେ ବା ଅବିଚ୍ଛିନ୍ନ ଭାବରେ ସ୍ଥିତ ହେବା; ଦୁଇ ସ୍ଥାନ ବା ଦୁଇ ବସ୍ତୁକୁ ଯୋଗ କରିବା —୫୭. To join two things or two places; to extend continuously upto a place to continue from one place to another.

[ଯଥା—ଜଗନ୍ନାଥ ସଡ଼କ ପୁରୀଠାରୁ କଲିକତାକୁ ଲାଗିଛି]

[ଦ୍ରଷ୍ଟବ୍ୟ — ସବାରି କାନ୍ଧିଆ ଗଉଡ଼ମାନେ ଯାଉ ଯାଉ କୌଣସି ସ୍ଥାନର ନିକଟବର୍ତ୍ତୀ ହେଲେ ସବାରିଡାକରେ କହନ୍ତି— ସୁତାଖିଅ ପରି ଲାଗି ରହିଛି]

୫୮: (ସକର୍ମକ) ଦେବତା ଆଦିଙ୍କୁ (ଭୋଗ ବା ନୈବେଦ୍ୟରୂପେ) ଅର୍ପିତ ହେବା —୫୮. To offered to a Deity as

offering.

(ଯଥା—ଏ ପାଚିଲାକଦଳୀତକ ଦିଅଙ୍କୁ ଭୋଗ ଲାଗିବ) ===

୫୯: (ସକର୍ମକ) ଅନ୍ୟ ସ୍ଥାନ ସଙ୍ଗେ ମିଳିତ ହେବା —.୫୯. To meet; to be joined with.

(ଯଥା—ଏ ନଇଟି ସମୁଦ୍ରକୁ ଲାଗିଛି)

୬. (ସକର୍ମକ) କୌଣସି କାର୍ଯ୍ୟର ଭାର ବା ଦାୟିତ୍ୱ କୌଣସି ବ୍ୟକ୍ତିଠାରେ ଅର୍ପିତ ହେବା —୬୦. (a responsibility) To devolve upon a person; to be entrusted to a person.

[ଉ—ଲାଗିଲା ତୁମ୍ଭଙ୍କୁ ଏ ରଘୁକୁଳ, ପୁଣ୍ୟ ଅଯୋଧ୍ୟାର ଯଶ ବିପୁଳ ମଧୁସୂଦନ. ଶ୍ରୀରାମବନବାସ]

୬୧: କୌଣସି ବ୍ୟକ୍ତିର ଭଲ ମନ୍ଦର ତତ୍ତ୍ୱ ନେବାର ଭାର କୌଣସି ବ୍ୟକ୍ତିଠାରେ ନିହିତ ହେବା —୬୧. (the looking after a person) To devolve upon a person,

[ଉ—ସୁଗ୍ରୀବଙ୍କ ଗଳାରେ ନେଇ ଲମ୍ୱାଇଲେ, ଲାଗିଲା ତୋତେ ବାବୁ ଅଙ୍ଗଦ ବୋଇଲେ କୃଷ୍ଣସିଂହ. ମହାଭାରତ. ବନ]

୬୨: ଦୃଢ଼ରୂପେ ସଂଲଗ୍ନ ହେବା —୬୨. To be firmly fixed to.

(ଯଥା—ନୂଆ ଗଛଟିରେ ଚେର ଲାଗିଲାଣି, ସେ ଏଥର ବଞ୍ଚିଯିବ)

୬୩: ସୁଲିଆରୂପେ କାମ କରିବା —୬୩. To work for daily wages.

[ଦ୍ରଷ୍ଟବ୍ୟ —ଲାଗିବା (ସଂସ୍କୃତ - ଲଗ୍ ଧାତୁ)ର ଅର୍ଥ ଏକବସ୍ତୁ ଅନ୍ୟ ବସ୍ତୁର ଦେହକୁ ସ୍ପର୍ଶ କରିବା ବା ଅନ୍ୟ ବସ୍ତୁରେ ଲଗ୍ନ ହେବା ବା ମିଳିତ ହେବା; କିନ୍ତୁ ଏହା ମିଳନର ଦୈହିକ, ବାହ୍ୟ, ଆନ୍ତରିକ, କାଳ୍ପନିକ, ଘନିଷ୍ଠ, ସାମୟିକ, ସ୍ଥାୟୀ, ପ୍ରକାରଭେଦରେ ନାନା ଲକ୍ଷଣାର୍ଥ (Metaphorical sense)ରେ ଲାଗିବା କ୍ରିୟା ନାନା ପ୍ରକାରରେ ବ୍ୟବହୃତ ହୁଏ; ଯଥା—ଆକ୍ରମଣ କରିବା, ଆଘାତ କରିବା, ବୋଧଶକ୍ତି ଜନ୍ମାଇବା; ଅବିଚ୍ଛିନ୍ନ ବା ଅବିରତ ଭାବରେ ଥିବା ବା ରହିବା; ଅଟକିବା, ଧାରାବାହିକରୂପେ ସ୍ଥିତ ହେବା, ଛୁଇଁ ବା, ଜଡ଼ିତ ହେବା, ପ୍ରବେଶ କରିବା, ଉପଯୋଗୀ ହେବା, ଫଳପ୍ରଦ ହେବା, ଘଟିବା, ଗତି କରିବା, ଯୁକ୍ତ, ହେବା ସଂଯୁକ୍ତ ହେବା, ନିଯୁକ୍ତ ହେବା, ନିୟୋଜିତ ହେବା, ପ୍ରତିଷ୍ଠିତ ହେବା, ଅନୁଷ୍ଠିତ ହେବା, ବ୍ୟୟିତ ହେବା, ଆବଶ୍ୟକ ହେବା, ଲୋଡ଼ା ଯିବା, ସହବାସ କରିବା; ମିଳିତ ହେବା ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ଅନ୍ୟ କ୍ରିୟାର ବ୍ୟବହାର;—ଲାଗିଆସିବା, ଲାଗିଥିବା, ଲାଗି ପଡିବା, ଲାଗିଯିବା, ଲାଗି ରହିବା ଅନ୍ୟ ଅସମାପିକା କ୍ରିୟା ସଙ୍ଗେ ଏ କ୍ରିୟାର ବ୍ୟବହାର; ଯଥା—କହି ଲାଗିବା, ଖାଇଲାଗିବା]

ପ୍ରାଦେଶିକ - (ଗଡଜାତ ଓ ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ଧାରିବା; ଋଣ କରିବା — To borrow.

[ଲଗା(ଗେ)ଇବା—ଣିଜନ୍ତରୂପ]

(ଲଗାଯି(ହେ)ହେବା—କର୍ମବାଚ୍ୟରୂପ)

(ଲଗାଲଗି—ପରସ୍ପର ଲାଗିବା କର୍ମ)