ଲାଗୁଆ
ଲାଗୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଗ୍ ଧାତୁ, ଏହା ଲାଗେଲାଗେ, ଅର୍ଥାତ୍ ଏକାଦି କ୍ରମେ ଦିଆଯିବାରୁ)
[ସମ୍ପାଦନା](କୌଣସି ବ୍ୟକ୍ତିଙ୍କର ଦୈନିକ ଆବଶ୍ୟକ ଅପକ୍ୱ ଖାଦ୍ୟ ସାମଗ୍ରୀ ଆଦି) ଉକ୍ତ ଦ୍ରବ୍ୟ ବିକ୍ରୟକାରୀ ବ୍ୟକ୍ତି ପ୍ରତିଦିନ ଆଣି ତାଙ୍କୁ ଅବିଚ୍ଛିନ୍ନରୂପେ ବା ନିୟମମତେ ଯୋଗାଇବାର ବନ୍ଦୋବସ୍ତ — The system or arrangement of supplying articles daily to a customer; regular daily supply of provisions or articles
of every-day necessity to a person by a particular trader or supplier.
ଅନୁବାଦ
[ସମ୍ପାଦନା]
|
(ଯଥା—ସାଆନ୍ତଙ୍କ ଉଆସକୁ ପ୍ରତିଦିନ ବିଶାଏ ମାଛ ଲାଗୁଆ ହୋଇଅଛି)
ବିଶେଷଣ -
[ସମ୍ପାଦନା]- ୧. ପ୍ରତିଦିନ ନିୟମିତ— ରୂପେ ଯୋଗାଇବା ପାଇଁ ଜଣେ ବ୍ୟକ୍ତି ସଙ୍ଗେ ବନ୍ଦୋବସ୍ତ ବା କଟକଣା କରାଯାଇଥିବା (ବସ୍ତୁ) —୧. (Necessaries) Arranged to be supplied regularly every day by a trademan or hawker to a house-holder.
- ୨. ଯେଉଁ ବ୍ୟକ୍ତି ପ୍ରତିଦିନ ଲାଗୁଆ ଜିନିସ ଗୃହସ୍ଥକୁ ଯୋଗାଏ —୨. (Trader) Supplying articles of everyday use regularly to a person.
(ଯଥା—ଲାଗୁଆ କେଉଟୁଣୀ; ଲାଗୁଆ ଗଉଡୁଣୀ ଇତ୍ୟାଦି)
- ୩. ଲାଗୁଆ ବସ୍ତୁ ଗ୍ରହଣକାରୀ; ଯେଉଁ ବ୍ୟକ୍ତିଙ୍କ କୌଣସି ବେପାରୀ ପ୍ରତିଦିନ ଲାଗୁଆ ଜିନିସ ଯୋଗାଏ — ୩. (Person) Getting a regular supply of daily necessaries from a supplier; being a regular customer of a trader.
[ଦ୍ରଷ୍ଟବ୍ୟ — ଜଣେ ବ୍ୟକ୍ତି ଜଣେ ଗୃହସ୍ଥଙ୍କୁ ପ୍ରତିଦିନ କୌଣସି ଗୋଟିଏ ବସ୍ତୁ ନିୟମିତରୂପେ ବା ଲାଗେଲାଗେ ଯୋଗାଇବାର ବନ୍ଦୋବସ୍ତ ବା ପ୍ରଣାଳୀକୁ ଲାଗୁଆ ବୋଲାଯାଏ ବିକ୍ରୟକାରୀ ଏହି ପଦାର୍ଥର ମୂଲ୍ୟ ପ୍ରତିଦିନ ନଗଦ ବୁଝି ନେଇ ପାରେ, କିମ୍ୱା ମାସକରେ ଥରେ ହିସାବ କରି ନେଇ ପାରେ, କିମ୍ୱା ଆଗତୁରା ନେଇପାରେ, କିମ୍ୱା ସେଥିପାଇଁ ଯାଗିର ଭୋଗ କରିପାରେ ଜଣେ ବ୍ୟକ୍ତି ଗୃହସ୍ଥର ଆବଶ୍ୟକ ତାବତୀୟ ପଦାର୍ଥ ଯୋଗାଇ ପାରେ ନାହିଁ; ତେଣୁ କେଉଟ ଲାଗୁଆରେ ମାଛ ଦିଏ, ଗଉଡ଼ ଦୁଧ ଦିଏ, ତେଲି ତେଲ ଦିଏ, ଗୁଡ଼ିଆ ମିଷ୍ଟାନ୍ନ ଦିଏ ଓ ମୁଦି ଦୈନିକ ଲୋଡ଼ା ସଉଦା ପତ୍ର ଦିଏ]
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ଋଣଗ୍ରସ୍ତ —Indebted; heavily involved in debt.