Jump to content

ଲାଙ୍ଗଳ

ଉଇକିଅଭିଧାନ‌ରୁ

ଲାଙ୍ଗଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଲନ୍ଗ୍ ଧାତୁ=ଗମନ କରିବା+କର୍ତ୍ତୃ. ଅଳ)

[ସମ୍ପାଦନା]
୧. ଯୁଗବାହ୍ୟ ଭୂମି କର୍ଷକ ଯନ୍ତ୍ର ବିଶେଷ; ଲଙ୍ଗଳ; ହଳ —୧. Plough.
୨. ଲହ ଲାଙ୍ଗଳିଆ (ଦେଖ) - — ୨. Wolfsbane (plant)
୩. ତାଳବୃକ୍ଷ —୩. Palm tree.
୪. ପ୍ରାଚୀନ ଭାରତରେ ବ୍ୟବହୃତ ଲଙ୍ଗଳାକୃତି ଯୁଦ୍ଧାସ୍ତ୍ର —୪. A plough-shaped weapon used in war in ancient India.

[ଦ୍ରଷ୍ଟବ୍ୟ —ଏହା ୩୪: ହାତ ଦୀର୍ଘ ଓ ମସୃଣ; ଏହା ଦୁଇସ୍ଥାନରେ ବକ୍ର ଓ ଶିଖାଶୂନ୍ୟ ଏହାର ମୂଳାଂଶ ଓ ମୂଖ ଲୌହବଦ୍ଧ ଏହା ଲଙ୍ଗଳପରି ଆକୃତିବିଶିଷ୍ଟ; ବଳରାମଙ୍କର ଏହା ଓ ମୂଷଳ ଆୟୂଧ ଥିଲା]

୫. ଲିଙ୍ଗ; ଶିଶ୍ନ —୫, Male organ.
୬. ଚନ୍ଦ୍ରଙ୍କର ଅର୍ଦ୍ଧକ ଠାରୁ କମି ହେବା ଖଣ୍ଡିତାବସ୍ଥା —୬. The crescent shape of the moon (Apte) (which is less than half- moon).
୭. ପୁଷ୍ପ ବିଶେଷ (ହିନ୍ଦୀ - ଶ.) —୭. A kind of flower (Apte).
୮. ଗୃହ ନିର୍ମାଣରେ ବ୍ୟବହୃତ ଏକ ପ୍ରକାର କାଷ୍ଠ —୮. A bit of wood used in building houses (Apte).