ଲାଙ୍ଗୁଡ
ଦେଖଣା
ଲାଙ୍ଗୁଡ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗୁଳ)
[ସମ୍ପାଦନା]- ୧. ଲାଙ୍ଗୁଳ; ପଶୁ ଆଦିଙ୍କର ଲମ୍ୱ ପୁଚ୍ଛ; ଲାଞ୍ଜ —୧. The long tail of beasts.
- ୨. (ଲକ୍ଷଣାର୍ଥ) ପଶୁର ପଛେ ପଛେ ପୁଚ୍ଛ ରହିଥିବା ପରି କୌଣସି ବ୍ୟକ୍ତିକୁ ସର୍ବଦା ଆଶ୍ରୟ କରିଥିବା ବସ୍ତୁ ବା ବ୍ୟକ୍ତି —୨. (figurative) A thing or person constantly accompaning following a person; an accompaniment; appurtenance.
[ଦ୍ରଷ୍ଟବ୍ୟ —କୌଣସି ପଥିକଙ୍କ ସଙ୍ଗରେ ଶିଶୁ ବା ଅକ୍ଷମ ବ୍ୟକ୍ତି ଥିଲେ କହନ୍ତି ଯେ, ସେ ଲୋକ ସାଙ୍ଗରେ ଗୋଟିଏ ଲାଙ୍ଗୁଡ ଅଛି ଷ୍ଟୀମର୍ ପଛରେ ଖଣ୍ଡେ ଦୁଇ ଖଣ୍ଡ ଟଣାବୋଟ ବନ୍ଧା ହୋଇଥିଲେ କହନ୍ତି ଯେ, ସେ ଷ୍ଟୀମର୍ ପଛରେ ୨ଖ ଲାଙ୍ଗୁଡ ବନ୍ଧାହୋଇଛି]
- ୩. (ଲକ୍ଷଣାର୍ଥ) ଯେଉଁ ଭାର ବା ଦାୟିତ୍ୱକୁ କୌଣସି ବ୍ୟକ୍ତି ନିଜର ଇଚ୍ଛା ବିରୁଦ୍ଧରେ ମଧ୍ୟ ସର୍ବଦା ବହନ କରିବାକୁ ବାଧ୍ୟ ହୁଏ —୩. (figurative) An encumbrance.