Jump to content

ଲାଙ୍ଗୁଳା ନରସିଂହ ଦେବ

ଉଇକିଅଭିଧାନ‌ରୁ

ଲାଙ୍ଗୁଳା ନରସିଂହ ଦେବ

ଉଚ୍ଚାରଣ

[ସମ୍ପାଦନା]

(ଲାଙ୍ଗୁଳିଆ ନରସିଂହ ଦେବ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀର ଉତ୍କଳର ଗଙ୍ଗ— ବଂଶୀୟ ଜନୈକ ସ୍ୱାଧୀନ ରାଜା —Name of an independent king of Orissa (୧୨୩୭ to ୧୨୮୨ A D) who built the sun temple of Koṇārka in the Puri district.

[ଦ୍ରଷ୍ଟବ୍ୟ —ଏହାଙ୍କ ରାଜବେଶ ମଧ୍ୟରେ କଟିଦେଶର ପଛଆଡୁ ଲାଙ୍ଗୁଳ ପରି ଗୋଟିଏ ରଡ୍ଡୁବତ୍ ଭୂଷଣ ଝୁଲୁ ଥିଲା; ତେଣୁ ସେ 'ଲାଙ୍ଗୁଳା', 'ଲାଙ୍ଗୁଳିଆ' ବା 'ସପୁଚ୍ଛ' ନରସିଂହ ଦେବ ନାମରେ ପରିଚିତ ଏ ବିଶେଷ ବଳଶାଳୀ ଥିଲେ ଦାକ୍ଷିଣାତ୍ୟର ତଦାନୀନ୍ତନ ରାଜାମାନଙ୍କ ସଙ୍ଗେ ଏ ଯୁଦ୍ଧକରି ଜୟୀ ହୋଇଥିଲେ ବୋଲି ପ୍ରବାଦ ଅଛି

କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ନିର୍ମାଣ ଏହାଙ୍କ ରାଜତ୍ୱ ପ୍ରଧାନ ଘଟନା ଉକ୍ତ ମନ୍ଦିରରେ ଓଡ଼ିଶାର ଦ୍ୱାଦଶ ବର୍ଷର ରାଜସ୍ୱ ନିୟୋଜିତ ହୋଇଥିଲା ଏହାଙ୍କ ମନ୍ତ୍ରୀ ଶିବେଇ ସାଆନ୍ତରା ଏ ମନ୍ଦିରରେ କାର୍ଯ୍ୟ କରୁଥିବା ହଜାରେ (ମତାନ୍ତରରେ ୧୨: ) ବଢେଇ ବା ପଥୁରିଆ କାରିଗରଙ୍କ କାର୍ଯ୍ୟର ତତ୍ତ୍ୱାବଧାରକ ନିଯୁକ୍ତ ଥିଲେ ଏହାଙ୍କ ରାଜତ୍ୱ ସମୟରେ ବଙ୍ଗଳାର ମୁସଲମାନ୍ ଶାସନକର୍ତ୍ତା ତୋଘାନ୍ଖାଁ ଏକ ଥର ଓ ତାଙ୍କ ପରେ ତୋଗ୍ରଲଖାଁ ତିନିଥର ଓଡ଼ିଶା ଆକ୍ରମଣ କରିଥିଲେ ଓ ଶେଷରେ ପରାଜିତ ହୋଇ ପଳାଇ ଯାଇଥିଲେ]