ଲାଜପତ ରାୟ
ଲାଜପତ ରାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତର ସ୍ୱର୍ଗୀୟ ପ୍ରଧାନ ଜନ— ନାୟକଙ୍କ ମଧ୍ୟରୁ ଏକତମ —One of the late prominent leaders of India; Lala Lajput Rai.
[ଦ୍ରଷ୍ଟବ୍ୟ —ଲାଲା ଲାଜପତ ରାୟ ୧୮୬୫: ମସିହାରେ ପଞ୍ଜାବ ଅନ୍ତର୍ଗତ ଲୁଧିଆନା ଜିଲ୍ଲାର ଜାଗାରାଓନ ନାମକ ଏକ କ୍ଷୁଦ୍ର ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ପଞ୍ଜାବୀ ଅଗରବାଲା ବୈଶ୍ୟ ସଂପ୍ରଦାୟର ଏକ ଗରିବ, ଅଥଚ ଭଦ୍ର ପରିବାରରେ ତାଙ୍କର ଜନ୍ମ ତାଙ୍କ ବାପ ରାଧାକିଶନ୍ ଏକ ସରକାରୀ ସ୍କୁଲର ଉର୍ଦ୍ଦୁ ଶିକ୍ଷକ ଥିଲେ ଏବଂ ୧୮୭୬: ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଧର୍ମମତରେ ପ୍ରଭାବାନ୍ୱିତ ହୋଇଥିଲେ ସେ ସେହି ସମୟରୁ କଂଗ୍ରେସ ଭକ୍ତ ହେଲେ କୋହିନୁର ନାମକ ଉର୍ଦ୍ଦୁ ପତ୍ରିକାରେ ରାଧାକିଶନ୍ଙ୍କ ଲେଖା ପଞ୍ଜାବରେ ଜାତୀୟଭାବ ଜାଗ୍ରତ କରି— ଥିଲା ଲାଲାଜୀଙ୍କ ମାତାଙ୍କ ପ୍ରଭାବ ମଧ୍ୟ ତାଙ୍କ ଉପରେ ଖୁବ୍ ପଡିଥିଲା ମାତାଙ୍କ ସରଳତା ଓ ବ୍ୟୟସଂକୋଚ ପ୍ରଭୃତି ସତ୍ସ୍ୱଭାବ ଲାଲାଜୀ ଛଡାଇ ଆଣିଥିଲେ ପିତା ରାଧାକିଶନ୍ଙ୍କ ଯତ୍ନରେ ଲାଲାଜୀ ଉତ୍ତମ ଶିକ୍ଷାଲାଭ କରିଥିଲେ ଲାହୋର ଗଭର୍ଣ୍ଣମେଣ୍ଟ କଲେଜ୍ରେ ଲାଲାଜୀ ମନୋଯୋଗ ସହକାରେ ଅଧ୍ୟୟନ କରି ଯୋଗ୍ୟତା ଯୋଗୁଁ ଛାତ୍ରବୃତ୍ତ ପାଇଥିଲେ ତତ୍ପରେ ଆଇନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହିସାର ନାମକ ଛୋଟ ସହରରେ ଓକାଲତି ଆରମ୍ଭ କଲେ ଏ ଜଣେ କର୍ମବୀର, ସମାଜ ସଂସ୍କାରକ, ବକ୍ତା ଓ ଲେଖକ ଥିଲେ ଆର୍ଯ୍ୟ ସମାଜ ସମ୍ପର୍କରେ ସେ ଯାହା ଯାହା କହିଛନ୍ତି, ତାହା ସମସ୍ତ ହିନ୍ଦୁସମାଜର ସଂସ୍କାର ଓ ଗଠନରେ ବିଶେଷ ସହାୟତା କରିଅଛି ଅସ୍ପୃଶ୍ୟତା ଦୂରୀକରଣ, ବିଧବାବିବାହ, ବାଲ୍ୟବିବାହନିରୋଧ, ଦୀନସେବା ପ୍ରଭୃତି ସାମାଜିକ କାର୍ଯ୍ୟରେ ହାତ ଦେଇ ସେ ଯାହା ଦେଖାଇ ଯାଇ ଅଛନ୍ତି, ତାହା ପ୍ରତ୍ୟେକ ରାଜନୀତିଙ୍କ ଆଦର୍ଶ
ଭାରତର ବକ୍ତା ଓ ଲେଖକମାନଙ୍କ ମଧ୍ୟରେ ଲାଲାଜୀଙ୍କର ସ୍ଥାନ ଅତି ଉଚ୍ଚ ଥିଲା ତାଙ୍କ ଲିଖିତ 'ଆର୍ଯ୍ୟ ସମାଜ', ଆମେରିକା ଯୁକ୍ତରାଜ୍ୟର କୁମାରୀ ମେୟୋଙ୍କ ଭାରତମାତାର ପ୍ରତିବାଦ ସ୍ୱରୂପ 'ଅସୁଖୀ ଭାରତ' ତାଙ୍କ ଭାଷା ଓ ଭାବର ପରିଚାୟକ ଇଂରେଜି, ଉର୍ଦୁ ଓ ହିନ୍ଦି ଭାଷାରେ ଲାଲାଜି ବଡ ଯୁକ୍ତିପୂର୍ଣ୍ଣ ଓଜସ୍ୱିନୀ ବକ୍ତୃତା ଦେଇ ପାରୁଥିଲେ ତାଙ୍କର ଏ ସମସ୍ତ ଗୁଣ ଗୌରବରେ ମୁଗ୍ଧ ହୋଇ ନିଖିଳ ଭାରତ ତାଙ୍କୁ କଂଗ୍ରେସର ୧୯୨: ସାଲର ବିଶିଷ୍ଟ ଅଧିବେଶନରେ ସଭାପତି ନିର୍ବାଚିତ କରିଥିଲା
ସାଇମନ୍ କମିଶନ୍ ଆଗମନ ବେଳେ ଲାହୋର ବରଲ୍ ଷ୍ଟେସନ୍ଠାରେ ଲାଲାଜିଙ୍କ ଛାତି ଉପରେ ଗୋରା ପୁଲିସ ଅଫିସରଙ୍କ ଠେଙ୍ଗା ପ୍ରହାର ହେବା ଦିନୁ ସେ ପୀଡିତ ହୋଇ ପଡିଥିଲେ ଏବଂ ୧୭୧୧୨୮: ସକାଳ ୭୪: ବେଳେ ୬୪: ବର୍ଷ ବୟସରେ ଦିଲ୍ଲୀ ସହରରେ ଇହଧାମ ତ୍ୟାଗ କଲେ ତା ୨୧୧୧୯୨୮: ଦୈନିକ ଆଶାରୁ ସଂଗୃହୀତ]