Jump to content

ଲାଟ୍ୱନ୍ଦି

ଉଇକିଅଭିଧାନ‌ରୁ

ଲାଟ୍ୱନ୍ଦି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନିଲାମ ନିମନ୍ତେ ସମ୍ପତ୍ତିମାନଙ୍କୁ ଗୁଡିଏ ଲାଟ୍ରେ ବା ପୁଞ୍ଜରେ ବିଭକ୍ତ କରିବା —୧. Parcelling of properties into different lots for the purpose of auction.
୨: ଲା଼ଟ୍ ନିଲାମ —୨. Auction by lots.-
୩. ଜମିଦାରି— ମାନଙ୍କ ପାଇଁ ସରକାରଙ୍କୁ ଦେୟ ରାଜସ୍ୱକୁ ଖଜଣାଖାନାରେ ଜମିଦାରମାନେ ଦାଖଲ କରିବା ନିମନ୍ତେ ବର୍ଷକ ମଧ୍ୟରେ ସରକାରଙ୍କର ନିର୍ଦ୍ଧାରିତ ଦିବସ —୩. The day fixed by the Government for the payment of revenue treasury.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ବର୍ଷ ମଧ୍ୟରେ ଗଭର୍ଣ୍ଣମେଣ୍ଟ ଲାଟ୍ୱନ୍ଦିର ଦୁଇଟି କିସ୍ତି ଦିବସ ଧାର୍ଯ୍ୟ କରି ଅଛନ୍ତି ଓଡ଼ିଆ ସନର ବୈଶାଖ=ଏପ୍ରିଲ ୨୮: ତାରିଖ କିସ୍ତି; ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ଆଠପଣ ଦାଖଲ କରାଯାଏ ଓ କାର୍ତ୍ତିକ କିସ୍ତି=ନଭେମ୍ୱର ୮ ତାରିଖ;ଏଥିରେ ଉକ୍ତ ସନର ଦେୟ ରାଜସ୍ୱର ବାକି ଆଠପଣ ଦାଖଲ କରାଯାଏ ଏହି ଦୁଇ କିସ୍ତିରେ ରାଜସ୍ୱ ଦାଖଲ ନ ହେଲେ ଉକ୍ତ ଜମିଦାରି 'ବୈସୁଲତାନି ନିଲାମ' କରାଯାଏ, ଅର୍ଥାତ୍ ଲାଟ୍ରେ ଉଠେ]

୪. ବୈସୁଲତାନି ନିଲାମ; ନିର୍ଦ୍ଧାରିତ କିସ୍ତିରେ ରାଜସ୍ୱ ଦିଆଯାଇ ନ ଥିବା ଜମିଦାରିମାନଙ୍କର ନିଲାମ —୪. Auction sale af zamindāries for arrears of revenue.

[ଦ୍ରଷ୍ଟବ୍ୟ —ନିଲାମରେ ଆସିଥିବା ସମ୍ପତ୍ତିମାନଙ୍କୁ ପୃଥକ୍ ପୃଥକ୍ରୂପେ ଭିନ୍ନ ଭିନ୍ନ ଦଫାରେ ତାଲିକା କରାଯିବାକୁ 'ଲାଟବନ୍ଦି' ବୋଲାଯାଏ; (୧ ଅର୍ଥ) ଏଥିଲାଗି 'ଲାଟବନ୍ଦି' କରାଯାଇ ନିଲାମ କରାଯିବା ପଦ୍ଧତିକୁ ଲୋକେ 'ଲାଟବନ୍ଦି' କହନ୍ତି (୨ୟ ଅର୍ଥ) ନିର୍ଦ୍ଧିଷ୍ଟ କିସ୍ତିର ତାରିଖ ଦିନ ରାଜସ୍ୱ ଦାଖଲ ନ କଲେ ଜମିଦାରିମାନ ନିଲାମ କରାଯାଏ, ଏଥିପାଇଁ ଲୋକେ ଉକ୍ତ ନିର୍ଦ୍ଧାରିତ କିସ୍ତିକୁ ମଧ୍ୟ 'ଲାଟବନ୍ଦି' କହନ୍ତି; (୩ୟ ଅର୍ଥ) ରାଜସ୍ୱ ଦିଆଯାଇ ନ ଥିବା ଜମିଦାରିମାନ

ଗଭର୍ଣ୍ଣମେଣ୍ଟଙ୍କଦ୍ୱାରା ନିଲାମ କରାଯିବାକୁ ମଧ୍ୟ 'ଲାଟବନ୍ଦି'; କହନ୍ତି (୪ର୍ଥ ଅର୍ଥ)]