Jump to content

ଲାଠି

ଉଇକିଅଭିଧାନ‌ରୁ

ଲାଠି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଯଷ୍ଟି; ପ୍ରା. ଲାଟ୍ଠୀ)

[ସମ୍ପାଦନା]
୧. ମନୁଷ୍ୟର ଉଚ୍ଚତାବିଶିଷ୍ଟ ମୋଟ ଯଷ୍ଟି; ଠେଙ୍ଗା —୧. Cudgel; a thick stick.

[ଦ୍ରଷ୍ଟବ୍ୟ —ଇଂରାଜିରେ ମଧ୍ୟ ଏ ଶବ୍ଦ (Lathi) ଚଳିଲାଣି ଏହି ଭାରତୀୟ ଶବ୍ଦ 'ଲାଠି'କୁ ବର୍ଦ୍ଧିଷ୍ଣୁ ଇଂରେଜି ଭାଷା ଏବେ ନିଜସ୍ୱ କରିଅଛି ଲାଠି ଅପେକ୍ଷା ବାଡ଼ି ସରୁଆ ଓ ଲମ୍ୱରେ ସାନ ଲାଠି ଓ ଠେଙ୍ଗା ପ୍ରାୟ ଏକ ଲାଠି ଅପେକ୍ଷା ସୋଠା ସ୍ଥୂଳତର, କିନ୍ତୁ ଦୀର୍ଘତାରେ ଛୋଟ ଆଶାବାଡ଼ିରେ ମୁଣ୍ଡରେ ସମକୋଣ ହୋଇ ଖଣ୍ଡିଏ କାଠି ଲାଗିଥାଏ]

୨. ଯୋଗୀ ବା ବାବାଜିମାନେ ଧରି ଥିବା ଯଷ୍ଟି; ଆଶାବାଡ଼ି — ୨. An ascetic's staff or wand.

[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡକୁ କାଖତଳେ ରଖି ବସିଲାବେଳେ ବିଶ୍ରାମ କରାଯାଇପାରେ]

୩. ମାଛଧରିବା ପାଇଁ ଥୋପଯୁକ୍ତ ରକ୍କୁ ବନ୍ଧା ଯାଇଥିବା ବଡ଼ ଯଷ୍ଟି; ବନ୍ଶୀଖଡ଼ା ୩. A big and thick rod to which is fastended a rope with a bait for catehing fishers; angiling rod.
୪. କପା ତୁଳା ପିଞ୍ଜିବା ପାଇଁ ବ୍ୟବହୃତ ଧୂନ — ୪. Cotton carder's bow.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯଷ୍ଟି ପରି ଲମ୍ୱ, ଟାଣ ଓ ଅମନୀୟ (ଦେହ) (body) Become hard and inflexible as a stick; rigid.

[ଉ—ତା ଦିହ ଲାଠି ହୋଇଗଲାଣି]