ଲାଡ଼କ

ଉଇକିଅଭିଧାନ‌ରୁ

ଲାଡ଼କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ନାସ) ତିବ୍ୱତ ଦେଶର ଗୋଟିଏ ନଗର —୧. Ladakh; a town of Tebbet.
୨. (ନାମ) କାଶ୍ମୀର ରାଜ୍ୟସ୍ଥ ପର୍ବତ ମାଳା ଓ ପ୍ରଦେଶ —୨. Namce of a range of bills and province in Kashmere.

[ଦ୍ରଷ୍ଟବ୍ୟ —ଲାଡ଼କ୍ କାଶ୍ମୀର ମହାରାଜାଙ୍କ ଅଧିକୃତ ହିମାଳୟ ସାମାନ୍ତ ବର୍ତ୍ତୀ ଗୋଟିଏ ବିଭାଗ ଅଟେ ଏହା କାଶ୍ମୀରର ପୂର୍ବାଶଂରେ ଅବସ୍ଥିତ ଓ ଏହା କାଶ୍ମୀର ରାଜ୍ୟର ଜଣେ ସ୍ୱତନ୍ତ୍ର ଶାସନକର୍ତ୍ତାଙ୍କଦ୍ୱାରା ଶାସିତ କୈଳାସଗିରି ଓ ଅସଲ ହିମାଳୟ ପର୍ବତ ମଧ୍ୟରେ ଲାଡକ୍ ପର୍ବତ ମାଳା ଅବସ୍ଥିତ ଓ ଏହି ପର୍ବତମାଳାର ତଟପ୍ରଦେଶରେ ମାରସ ସରୋବର ଅବସ୍ଥିତ ଲାଡ଼କ୍ପ୍ରଦେଶ ବାଟେ ସିନ୍ଧୁ ନଦ ଓ ତହିଁର କେତେକ ଶାଖା ପଶ୍ଚିମ ଦିଗକୁ ପ୍ରବାହିତ ହୋଇଅଛି ଏହି ପ୍ରଦେଶ ପରି ଏତେ ଉଚ୍ଚତାରେ ପୃଥିବୀରେ ଅନ୍ୟତ୍ର ଲୋକ ବସତି ନାହିଁ ଏଠାରେ ଉପତ୍ୟକା ଓ ଅଧିତ୍ୟକାମାନ ସମୁଦ୍ରପୃଷ୍ଠରୁ ୯ ହଜାରଠାରୁ ୧୭: ହଜାର ଫୁଟ୍ ଉଚ୍ଚ ଓ ଏଥିରେ କେତେକ ପର୍ବତ ଶୃଙ୍ଗର ଉଚ୍ଚତା ୨୫: ହଜାର ଫୁଟ ଦିବାଭାଗରେ ଏଠାରେ ଦାରୁଣ ଗ୍ରୀଷ୍ମ ଓ ରାତିରେ ମର୍ମାଭେଦୀ ଶୈତ୍ୟ ଅନୁଭୂତ ହୁଏ ଲାଡ଼କ୍ ବାସୀମାନଙ୍କ ପାଳିତ ମେଣ୍ଢାଙ୍କ ଲୋମରେ ଉତ୍କୃଷ୍ଟ ଶୋଲ ପ୍ରସ୍ତୁତ ହୁଏ ଓ ଛେଳିଙ୍କ ପିଠିରେ ପଣ୍ୟଦ୍ରବ୍ୟମାନ ବାହିତ ହୁଏ; ଅଧୀବାସୀମାନେ ବଳିଶଷ୍ଠ, ଖର୍ବାକୃତି ଓ ଦୃଢ଼ଶରୀର ଏମାନେ ବୌଦ୍ଧଧର୍ମାବଲମ୍ୱୀ ପ୍ରତି ପରିବାରର କିଛି ଚାଷ ଜମି ଅଛି ଓ ତହିଁରେ ଯବ ଫସଲ ହୁଏ ସ୍ତ୍ରୀଲୋକ ମାନେ ପୁରୁଷହ୍କ ପରି ବଳିଷ୍ଠ ଓ କରହ୍ମପଟୁ ସ୍ତ୍ରୀମାନଙ୍କ ମଧ୍ୟରେ ଅବରୋଧ ପ୍ରଥା ନାହିଁ ଧନବାନ୍ ବ୍ୟକ୍ତିଙ୍କଛଡ଼ା ସାଧାରଣତଃ ରାଣୀମାନଙ୍କର ଏକାଧିକ ସ୍ୱାମୀ ଦୁଷ୍ଟହୁଅନ୍ତି ପ୍ରାୟ ପ୍ରତି ଗ୍ରାମ ପ୍ରାନ୍ତରେ ବୌଦ୍ଧ ମଠ ଅଛି ପୂର୍ବେ ଏହା ଭୋଟାନ୍ ରାଜ୍ୟର ଅଧିକାରଭୁକ୍ତ ଥିଲା ଲାଡ଼କ୍ର ବର୍ତ୍ତମାନ ଶାସନକର୍ତ୍ତା ମୁସଲମାନ ଧର୍ମାହଲମ୍ୱୀ ଓ କଶ୍ମୀର ମଗାରାଜାଙ୍କୁ କର ଦିଅନ୍ତି ୧୮୭: ସାଲଠାରୁ କାଶ୍ମୀର ମହାରାଜ ଓ ଇଂରାଜ ରାଜପ୍ରତିନିଧି ଲର୍ଡ଼ ମେୟୋଙ୍କ ସଙ୍ଗେ ହୋଇଥିବା ସନ୍ଧି ଫଳରହେ ଏ ଅଞ୍ଚଳର ବାଣିଜ୍ୟପରିଦର୍ଶନାର୍ଥ ଜଣେ ଇଂରାଜ ଓ ଜଣେ ଦେଶୀୟ କମିଶନର୍ ନିଯୁକ୍ତ ହୋଇଅଛନ୍ତି ବିଶ୍ୱକୋଷ)