ଲାବଣ୍ୟବତୀ
ଲାବଣ୍ୟବତୀ
ଉଚ୍ଚାରଣ
[ସମ୍ପାଦନା](ଲାବଣ୍ୟବାନ୍—ପୁ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଲାବଣ୍ୟ+ଅଛି ଅର୍ଥରେ ବତ୍+ଈ)
[ସମ୍ପାଦନା]ସୁନ୍ଦରୀ; ଲାବଣ୍ୟମୟୀ (ସ୍ତ୍ରୀ) —Beautiful (lady).
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. (ନାମ) ସ୍ତ୍ରୀ— ଲୋକଙ୍କର ନାମ —୧. A name given to females.
- ୨. କବିବର ଉପେନ୍ଦ୍ର ଭଞ୍ଜଙ୍କ ରଚିତ କାବ୍ୟବିଶେଷ — ୨. An Oriya epic composed by Upendra Bhaṅja.
[ଦ୍ରଷ୍ଟବ୍ୟ —'ଲାବଣ୍ୟବତୀ' ୪୮: ଛନ୍ଦବିଶିଷ୍ଟ ଗୋଟିଏ ପ୍ରସିଦ୍ଧ କାବ୍ୟ ଏହାର କଥାବସ୍ତୁ ଏହିପରି— ଦିନେ କୈଳାସରେ ମହାଦେବଙ୍କ ଅନୁପସ୍ଥିତିରେ ପାର୍ବତୀ ଏକାକିନୀ ବସିଥିଲେ ତାଙ୍କ ସଙ୍ଗେ ପଶା ଖେଳିବାପାଇଁ କେହି ସଙ୍ଗିନୀ ନଥିବାରୁ ସେ ମନରୁ ଗୋଟିଏ ଦିବ୍ୟସୁନ୍ଦରୀ କନ୍ୟା ଜାତ କଲେ; ସେହି କନ୍ୟାର ନାମ ବାଞ୍ଛାବତୀ ଦୁହେଁ ଯାକ ବସି ପଶା ଖେଳୁଛନ୍ତି, ଏହି ସମୟରେ ମହାଦେବଙ୍କର ଡମରୁ ଶବ୍ଦ ଦୂରରୁ ଶୁଣାଗଲା
ପାର୍ବତୀ ବିଚାରିଲେ, ଯେବେ ମହାଦେବ ଏଠାରେ ପହଞ୍ଚି ଏ ସୁନ୍ଦରୀକୁ ଦେଖି ମୁଗ୍ଧ ହୁଅନ୍ତି, ତେବେ ମୋ 'ସୁଭାଗୀପଣ ଭାଙ୍ଗିଯିବ' ଏହା ବିଚାରି ସେହି କନ୍ୟାକୁ ମହାଦେବଙ୍କ ଚକ୍ଷୁର ଅନ୍ତରାଳରେ ରଖିବାପାଇଁ ସେଠାରୁ ଗୋଟିଏ ଅଗମ୍ୟ ଅରଣ୍ୟସ୍ଥ ପ୍ରାସାଦରେ ଚାସ କରିବାକୁ ପଠାଇଦେଲେ ଏବଂ କହିଲେ, "ଯେବେ ତୁ ଏ ପ୍ରାସାଦର ଦ୍ୱାର ଲଘଂନ କରିବୁ, ତେବେ ପଞ୍ଚତ୍ୱପ୍ରାପ୍ତ ହେବୁ ଆଉ ଯେବେ କୌଣସି ପୁରୁଷ ତୋର କର ଧରିବ, ତେବେ ସେ ଆଉ ତନ୍ତ୍ରରେ ତତେ ଲାଭ କରିବ"
ଏହିରୂପେ ବାଞ୍ଛାବତୀ ଯାଇ ସେହି ଅରଣ୍ୟସ୍ଥ ପ୍ରାସାଦରେ ବାସକଲା କିଛି କାଳ ପରେ ପ୍ରଭାକର ନାମକ ଜଣେ କ୍ଷତ୍ରିୟ କୁମର ରମଣୀରତ୍ନ ଲାଭ କରିବା ଆଶାରେ କପଃସାଧନ କରି କେଦାରେଶ୍ୱର ତୀର୍ଥକୁ ଯିବା ପଥରେ ଏହି ସୁନ୍ଦରୀ ବାଞ୍ଛାବତୀକୁ ଦେଖି ମୁଗ୍ଧ ହେଲେ ଏବଂ ବାଞ୍ଛାବତୀ ମଧ୍ୟ ଏହି କୁମ୍ଭରଙ୍କୁ ଦେଖି ତାହାଙ୍କ ରୂପରେ ବିମୋହିତା ହୋଇ ତାଙ୍କ ପାଛୋଟି ଆସିବା ସମୟରେ ଦ୍ୱାରରେ ଦେହଳୀକୁ ଅତିକ୍ରମ କରି ତାଙ୍କ ସଙ୍ଗେ ମିଳିତ ହେବାରୁ ପାର୍ବତୀଙ୍କ ବାକ୍ୟା— ନୁସାରେ ସଙ୍ଗେ ସଙ୍ଗେ ସେଠାରେ ତାହାର ମୃତ୍ୟୁ ହେଲା
ଏହା ଦାରୁଣ ଦୃଶ୍ୟ ଦେଖି କ୍ଷତ୍ରିୟକୁମର ଦୁଃଖରେ ବିଳାପ କଲେ ଏହି ସମୟରେ ଆକାଶରୁ ଶୂନ୍ୟ ବାଣୀ ହେଲା—"ତୁ ଗଙ୍ଗା ସାଗର ସଙ୍ଗମରେ ଝାସ ଦେଲେ ପର ଜନ୍ମରେ ଏହି ରମଣୀରତ୍ନକୁ ପ୍ରିୟତମାରୂପେ ଲାଭ କରିବୁ" କୁମର ତାହାହିଁ କଲେ
ପର ଜନ୍ମରେ ଉକ୍ତ କ୍ଷତ୍ରିୟକୁମର କର୍ଣ୍ଣାଟ ଦେଶର କାଞ୍ଚୀ ନଗରର ରାଜା ଶଶିଶେଖରଙ୍କ ଔରସରେ ରାଣୀ ଶଶିରେଖାଙ୍କ ଗର୍ଭରୁ ଯୁବରାଜରୂପେ ଜନ୍ମଗର୍ହଣ କଲେ ଓ ତାଙ୍କର ନାମ ହେଲା ଚନ୍ଦ୍ରଭାନୁ ଏଣେ ସିଂହଳ ଦ୍ୱୀପର ରାଜା ରତ୍ନେଶ୍ୱର ଓ ରାଣୀ ବିଦ୍ୟୁଲ୍ଲତାଙ୍କର କନ୍ୟାରୂପରେ ବାଞ୍ଛାବତୀ ଜନ୍ମ ପରିଗ୍ରହ କଲେ ଏବଂ ତାଙ୍କ ନାମ ହେଲା ଲାବଣ୍ୟବତୀ
ଲାବଣ୍ୟବତୀ ଅସାଧାରଣ ରୂପବତୀ ହୋଇ ଜଗନ୍ମୋହିନୀ ହୋଇ ଉଠିଲେ ଯଥା କାଳରେ ତାଙ୍କ କନକାଙ୍ଗରେ ଯୌବନର ସଂଚାର ହେବାକୁ ତାଙ୍କ କାନ୍ତି ଶତ ଗୁଣରେ ଝଟକି ଉଠିଲା ରାଜା ରତ୍ନେଶ୍ୱର କନ୍ୟାଙ୍କ ବିବାହ ପାଇଁ ଆୟୋଜନ କଲେ ଏବଂ ତାଙ୍କ ଚିତ୍ରପଟକୁ ଦେଶ ଦେଶାନ୍ତର ପଠାଇ ବର ଅନ୍ୱେଷଣ କରାଇଲେ ଚନ୍ଦ୍ରଭାନୁ ଲାବଣ୍ୟ— ବତୀଙ୍କ ସେହି ପରମରମଣୀୟ ଚିତ୍ରପଟ ଦେଖି ତାହାଙ୍କଠାରେ ଚିତ୍ତ ସମର୍ପଣ କଲେ ଦେବୀମାୟାରେ ଚନ୍ଦ୍ରଭାନୁ ଓ ଲାବଣ୍ୟବତୀ, ଉଭୟଙ୍କର ସ୍ୱପ୍ନରେ ଭେଟ ହେଲା ଏବଂ ଦୁହେଁ ଦୁହିଙ୍କି ବରଣ କଲେ ତତ୍ପରେ ତାଙ୍କ ପରସ୍ପର ମଧ୍ୟରେ ପ୍ରେମ ପତ୍ରର ଆଦାନ ପ୍ରଦାନ ହେଲା ଓ ଦୁହିଙ୍କର ଏକ ଦେବମନ୍ଦିରରେ ଭୋଟ ହେଲା ଶେଷରେ ସିଂହଳ ରାଜପୁରରେ ଉଭୟଙ୍କର ଯଥାବିଧି ବିବାହ ଉତ୍ସବ ଅନୁଷ୍ଠିତ ହେଲା ନବୀନ ଦମ୍ପତି ପରମ ପ୍ରେମରେ ଓ ଆନନ୍ଦରେ କିଛିକାଳ ଅତିବାହିତ କଲାପରେ ଦେବତାଙ୍କ ଶାପରୁ ଦୁହିଙ୍କର ବିଛେଦ ଘଟିଲା ଶେଷରେ ଚନ୍ଦ୍ରଭାନୁ ଅସୁର— ମାନଙ୍କୁ ଜୟ କରି ସ୍ୱୀୟ ରାଜଧାନୀକୁ ବାହୁଡ଼ି ବିରହତପ୍ତା ଲାବଣ୍ୟବତୀ ସଙ୍ଗେ ମିଳିତ ହେଲେ କର୍ଣ୍ଣାଟରାଜ ପୁତ୍ରଙ୍କୁ ରାଜସିଂହାସନରେ ଅଧିଷ୍ଠିତ କରାଇ ନିଜେ ପୁରୁଷୋତ୍ତମରେ ତୀର୍ଥ ବାସ କଲେ ଚନ୍ଦ୍ରଭାନୁ ସସ୍ତ୍ରୀକ ପରମୁଖରେ ଓ ଶାନ୍ତିରେ ରାଜ୍ୟ ପାଳନ କଲେ]