Jump to content

ଲାଭଃପରଂ ଗୋବଧଃ

ଉଇକିଅଭିଧାନ‌ରୁ

ଲାଭଃପରଂ ଗୋବଧଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ପ୍ରବଚନ)

[ସମ୍ପାଦନା]

ଯେଉଁ ସ୍ଥଳରେ କିଛିମାତ୍ର ଲାଭ ନ ହୋଇ ଓଲଟି ଶେଷକୁ ପାପଭାଗୀ ବା କ୍ଷତିଗ୍ରସ୍ତ ହେବାକୁ ହୁଏ, ସେ ସ୍ଥଳରେ ଏହି ପ୍ରବଚନ ବୋଲାଯାଏ —An analogical sentence used when instead of attaining any benefit for doing an act, one commits sin to boot or incurs loss.

[ଦ୍ରଷ୍ଟବ୍ୟ —ହରିହର ନାମକ ଜଣେ ପ୍ରସିଦ୍ଧ ବୈଦ୍ୟ ଏକ ମୂର୍ଖ ରୋଗୀକୁ ଶୁଣ୍ଠି ଓ ଗୋକ୍ଷୁରର ପାଚନ ସେବନ କରିବାକୁ ବ୍ୟବସ୍ଥା କରିଥିଲେ ମୂର୍ଖ ଗୋକ୍ଷୁରର ଅର୍ଖ 'ଗୋଖରା ନାମକ ଗୁଳ୍ମ' ନ ବୁଝି ଗୋଟିଏ ଗୋରୁ ବଧ କରି ତା ଖୁରା ସଙ୍ଗେ ଶୁଣ୍ଠିର ପାଚନ କରି ଖାଇଲା ଫଳତଃ ଏତଦ୍ଦ୍ୱାରା ରୋଗୀର ରୋଗ ଆରଗ୍ୟ ହେଲା ନାହିଁ; ବୈଦ୍ୟଙ୍କ ଯଶୋହାନି ହେଲା ଓ ବୈଦ୍ୟଙ୍କୁ ଗୋବଧରୂପ ପାପରେ ଭାଗୀ ହେବାକୁ ହେଲା ଉକ୍ତ ବୈଦ୍ୟ ଏହା ଜାଣିପାରି ମନୋଦୁଃଖରେ ବୋଲିଥିବା ନିମ୍ନଲିଖିତ ଶ୍ଳୋକର ଶେଷ ପାଦ 'ଲାଭଃ ପରଂ ଗୋବଧଃ': ===

ଶୁଣ୍ଠି ର୍ଗୋକ୍ଷୁରୟୋର୍ବିଚାର୍ଯ୍ୟ ମନସା କଳ୍ମାଶନଂ ଯନ୍ମୟା ଉକ୍ତଂ ତଦ୍ ବିପରୀତକଂ କୃତମହୋ ଗୋକ୍ଷୁରମାତ୍ରଂ ଦଦୌ ନାଥୋମୂର୍ଖଜନାଳୟେ ନ ଚ ସୁଖଂ ନୋବା ଯଶୋ ଲଭ୍ୟତେ ସଦ୍ୱୈଦ୍ୟେ କବିଭୁପତୌ ହରିହରେ ଲାଭଃ ପରଂ ଗୋବଧଃ —ସୁବଳଚନ୍ଦ୍ର]