ଲାଲା ବାବୁ
ଲାଲା ବାବୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ବୃନ୍ଦାବନ ଆଦି ଅଞ୍ଚଳରେ ସମ୍ଭ୍ରାନ୍ତ କାୟସ୍ଥାନମାନଙ୍କ ଡାକ ନାମ —୧. Name by which respectable Kayasthas of Bṛubdābana called.
- ୨. ବୃନ୍ଦାବନାଦି ଅଞ୍ଚଳରେ ପ୍ରିୟବ୍ୟକ୍ତିଙ୍କ ପ୍ରତି ସଂବୋଧନ —୨. An address directed to dear persons in Bṛundāban etc.
- ୩. କଲିକତା ପାଇକପଡ଼ା ଷ୍ଟେଟର ସ୍ୱର୍ଗୀୟ ପ୍ରସିଦ୍ଧ ଜମିଦାର କୃଷ୍ଣଚନ୍ଦ୍ର ସିଂହ —୩. Yhe late Kṛushṇa Chandra Sinha, Zamindar of Paikpara estate Calcutta.
[ଦ୍ରଷ୍ଟବ୍ୟ —ଏ ଦେବାନ ଗଙ୍ଗା ଗୋବିନ୍ଦଙ୍କ ପୁତ୍ର ଏହାଙ୍କର ପ୍ରଥଂମ ଯୌବନରେ ପିତାଙ୍କ ସହିତ ମନୋମାଳିନ୍ୟ ହେବାରୁ ଏ ପ୍ରଥମେ ଇଂରାଜ ଗଭର୍ଣ୍ଣମେଣ୍ଟଙ୍କ ଅଧୀନ ବର୍ଦ୍ଧମାନ ଜିଲ୍ଲାରେ ସିରସ୍ତାଦାର ହୋଇଥିଲେ ପରେ ଇଂରାଜମାନେ ଓଡ଼ିଶାକୁ ଆସିବା ସମୟରେ ଏ ୧୮୩: ସାଲରେ ଇଂରାଜଙ୍କ ଅଧୀନ ମୋଗଲବନ୍ଦୀ ମାହାଲର ଦେବାନ ପଦରେ ନିଯୁକ୍ତ ହେଲେ ଏବଂ ପୁରୀ ଜିଲ୍ଲାର ଅନେକଗୁଡ଼ିଏ ଭୂସମ୍ପତ୍ତି ସରକାରଙ୍କ ରାଜସ୍ୱ ନିଲାମରେ ଧରିଲେ ସେ ସବୁ ସମ୍ପତ୍ତି ବର୍ତ୍ତମାନ ପ୍ରଭକ୍ତା ରାହାଙ୍ଗରେ ଲାଲା ବାବୁଙ୍କ ଜମିଦାରୀ ବୋଲି ବିଖ୍ୟାତ ତତ୍ ପରେ ସେ ସରକାରୀ କାର୍ଯ୍ୟ ଛାଡ଼ି ଘରକୁ ଗଲେ ଦିନେ ଗୋଟିଏ ଧୋବଣୀ ତା ବାପକୁ "ବାବା ବାସଜାୟ (କଦଳୀ ବାସୁଙ୍ଗାରେ) ଆଗୁନ୍ ଦାଓ, ବେଲା ଯେ ଗଲେ"—ଏହି କଥା କହୁଥିବାର ଶୁଣି କାନୋର ଅର୍ଥ ସଂସାର ବାସନା ବୋଲି ଗ୍ରହଣ କରି ଏହାଙ୍କ ମନରେ ବୈରାଗ୍ୟର ଉଦୟ ହେଲା ସେତେବେଳେ ଏହାଙ୍କ ବୟସ ୩ ବର୍ଷ ଏ ସଂସାର ତ୍ୟାଗ କରି ମଥିରା ବାସୀ ହେଲେ ଏବଂ ବୃନ୍ଦାବନରେ ୨୪: ଲକ୍ଷ ଟଙ୍କା ବ୍ୟୟ କରି "କୃଷ୍ଣଚନ୍ଦ୍ର ମା" ନାମକ ବିଗ୍ରହ ସ୍ଥାପନ ପୂର୍ବକ ଗୋଟିଏ ଚତୁଷ୍କେଣ ମନ୍ଦିର ନିର୍ମାଣ କରାଇଲେ ସେ ଏହି ବିଗ୍ରହଙ୍କର ସେବାପାଇଁ ବାର୍ଷିକ ବାଇଶି ହଜାର ଟଙ୍କା ଆୟର ଜମିଦାରୀ ଓ ଗୋଟିଏ ଅନ୍ନପତ୍ର ଖଞ୍ଜିଲେ ଏ ୪ ବର୍ଷ ବୟସରେ ବୈରାଗ୍ୟ ଅବଲମ୍ୱନ କରି ବୃନ୍ଦାବନରେ ମାଧୁକରୀ ଭିକ୍ଷା କରି ଜୀବନଯାତ୍ରା ନିର୍ବାହ କଲେ ୪୨: ବର୍ଷ ବୟସରେ ଦିନେ ଏ ବାଟରେ ଯାଉଥିବା ବେଳେ ଏହାଙ୍କ ନିକଟକୁ ନମସ୍କାର
କରିବାକୁ ଗୋୟାଲିୟର ମହାରାଣୀଙ୍କ ଆସିବ ସମୟରେ ଏ ବାଟରୁ ଆଡ଼େଇଗଲେ ସେତିକି ବେଳେ ପାର୍ଶ୍ୱଚର ଅଶ୍ୱାରୋହୀମାନହ୍କ ମଧ୍ୟରୁ ଜଣକର ଅଶ୍ୱର ଖୁର ଏହାଙ୍କ ଶରୀରରେ ବାଜିବାରୁ ସେହି ଆଘାତରେ ଏ ଦେହତ୍ୟାଗ କଲେ ତାଙ୍କ ସ୍ତ୍ରୀ ପାଇପଡ଼ାର ପ୍ରସିଦ୍ଧା ରାଣୀ କାତ୍ୟାୟନୀ ଏହାକୁ ବୃନ୍ଦାବନ ଅଞ୍ଚଳରେ ଲୋକେ ଲାଲାବାବୁ ନାମରେ ଡାକୁଥିଲେ ସୁବଳଚନ୍ଦ୍ର]