Jump to content

ଲାସ୍ୟ

ଉଇକିଅଭିଧାନ‌ରୁ

ଲାସ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଲାସ୍ୟକ—ଅନ୍ୟରୂପ)

(ଲାସ୍ୟା—ସ୍ତ୍ରୀ) 

ସଂସ୍କୃତ - ବି(ଲାସ୍ ଧାତୁ=କ୍ରୀଡ଼ା କରିବା+ଭାବ ଯ)

[ସମ୍ପାଦନା]
୧. ନୃତ୍ୟ; ନାଟ —୧. Dancing.
୨. ସ୍ତ୍ରୀ ଲୋକଙ୍କର ନୃତ୍ୟ — ୨. A dancing by females.

[ଉ—ନାସା ମଣ୍ଡିବି କେଶରେ ପ୍ରବର୍ତ୍ତିଥିବି ହାସରେ ପ୍ରବର୍ତ୍ତିବ ଏ ଲାସ୍ୟରେ ରତି ବଶରେ—ଭଞ୍ଜ. ପ୍ରେମ— ସୁଧାନିଧି]

[ଦ୍ରଷ୍ଟବ୍ୟ —ପୁରୁଷଙ୍କ ନୃତ୍ୟକୁ ତାଣ୍ଡବ ବୋଲାଯାଏ ]

୩. ତାଳଳୟାଶ୍ରିତ ନୃତ୍ୟ — ୩. A dancing to time or measure.

[ଦ୍ରଷ୍ଟବ୍ୟ —ଲାସ୍ୟ ଏକପ୍ରକାର ନୃତ୍ୟ, ଯାହା ତାଳ, ଭାବ, ବାଦ୍ୟ ଓ ଗୀତ ଓ ଅଙ୍ଗାଦୀର ଭଙ୍ଗି ଓ ପଦଚାଳନ ସହକାରେ କରାଯାଓଏ ଓ ଯଦ୍ଦ୍ୱାର ନାଟକୀୟ ଛଟାରେ ଶୃଙ୍ଗାରାଦିରସର ଉଦ୍ଦୀପନ ହୁଏ ସାଧାରଣତଃ ସ୍ତ୍ରୀମାନଙ୍କ ନୃତ୍ୟକୁ ଲାସ୍ୟ ବୋଲାଯାଏ; ପୁରୁଷଙ୍କ ଉଦ୍ଦଣ୍ଡ ଓ ଶବ୍ଦମୟ ନୃତ୍ୟକୁ ତାଣ୍ଡବ ବୋଲାଯାଏ ଶିବ ତାଣ୍ଡବରେ ସୃଷ୍ଟିକାରକ ଓ ପାର୍ବତୀ ଲାସ୍ୟର ସ୍ରଷ୍ଟ୍ରୀ ଲାସ୍ୟ ମଧ୍ୟ ଦୁଇ ପ୍ରକାରର; ଛୁରିତ ଓ ଯୌବତ ଭରତ ଓ ସାହିତ୍ୟ ଦର୍ପଣକାର ଆଦିଙ୍କଗ ବର୍ଣ୍ଣନାରେ ଲାସ୍ୟର ଦଶ ରୂପ ବର୍ଣ୍ଣିତ ହୋଇଅଛି, ଯଥା—ଗେୟପଦ, ସ୍ଥିତପାଠ(ଠ୍ୟ), ଆସୀନ, ପୁଷ୍ପଗଣ୍ଡିକା, ପ୍ରଛେଦକ, ତ୍ରିଗୁଢ଼ ବା ତ୍ରିମୁଢ଼କ, ସୈନ୍ଧକ, ଦ୍ୱିଗୁଢ଼କ ବା ଦ୍ୱିମୂଢ଼କ, ଉତ୍ତମୋତ୍ତମକ ଓ ଉ(ଯୁ)କ୍ତପ୍ରତ୍ୟୁକ୍ତ (ହିନ୍ଦୀ - ଶ, M. W)

୪. (ପୁଂ) ନର୍ତ୍ତକ — ୩. (masuline) Dancer.