Jump to content

ଲିଙ୍ଗି ବୁଡ଼ା

ଉଇକିଅଭିଧାନ‌ରୁ

ଲିଙ୍ଗି ବୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପାଣି ତୋଡ଼ାଣିପୂର୍ଣ୍ଣ କୁଣ୍ଡରେ ନାକକୁ ବୁଡ଼ାଇ କେତେକ ବଳଦ ଓ ଗାଈଙ୍କର କୁଣ୍ଡରୁ ଦାନା ଆଦି ଖାଇବା — ୧. The act of some bullocks and cows dipping their nose into the manger which is full of liquid food.
୨. କୌଣସି ବିଷୟ ସମ୍ପୂରିଣ୍ଣରୂପେ କରାଯିବା ଅବସ୍ଥା, ଅର୍ଥାତ୍ ଯହିଁରେ କିଛି ଅପୂର୍ଣ୍ଣ ରହିନଥାଏ —୨. A condition of being filled up or completed.
୩. କୌଣସି କାର୍ଯ୍ୟପାଇଁ ଯାହା ଆବଶ୍ୟକ, ତାହା ପୂର୍ଣ୍ଣ ହୋଇ ତହିଁରୁ ବଳିପଡ଼ିବା ଅବସ୍ଥା — ୩. A condition or state of things where the maximum has already been attained and which will bear no further strain.

[ଉ—ଅମୁକ ଲୋକ ଦେଣାରେ ଲିଙ୍ଗିବୁଡ଼ା ହୋଇ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ଗୋରୁ ନାକକୁ ସମ୍ପୂର୍ଣ୍ଣରୂପେ କୁଣ୍ଡରେ ବୁଡ଼ାଇ ଦାନାପାଣି ଖାଏ —୧. (A cow or bullock) Which dips its nose into the liquid food in the crator.
୨. ସମ୍ପୂର୍ଣ୍ଣରୂପେ ସମ୍ପାଦିତ (କୌଣସି ବିଷୟ) —୨. Done to completion or fulfilment; complete; full; done to the full.

[ଦ୍ରଷ୍ଟବ୍ୟ —ଶିବଲିଙ୍ଗକୁ ଜଳାଶାୟୀ କରିବା ସମୟରେ ପାଣି ପୂର୍ଣ୍ଣରୂପେ ଢାଳି ଲିଙ୍ଗକୁ ପାଣିରେ ବୁଡ଼ାଇ ଦେବାର ଭାବର ଏ ଶବ୍ଦର ବ୍ୟବହାର ଭାଷାରେ ଚଳିଅଛି କୌଣସି କାର୍ଯ୍ୟ ପୂର୍ଣ୍ଣରୂପେ କରାଗଲେ ତାକୁ ଲିଙ୍ଗିବୁଡ଼ା ବୋଲାଯାଏ, ଅର୍ଥାତ୍ କୌଣସି କାର୍ଯ୍ୟ ପୂର୍ଣ୍ଣରୂପେ କରା ଗଲେ, ଆଉ ଅଧିକ ଆବଶ୍ୟକ ନାହିଁ]

୩. ଅତ୍ୟନ୍ତ ଋଣଗ୍ରସ୍ତ —୩. Over head and ears in debt.