Jump to content

ଲିଙ୍ଗ ଦେହ

ଉଇକିଅଭିଧାନ‌ରୁ

ଲିଙ୍ଗ ଦେହ

ଉଚ୍ଚାରଣ

[ସମ୍ପାଦନା]

(ଲିଙ୍ଗ ଶରୀର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଲିଙ୍ଗବିଶିଷ୍ଟ ଦେହ)

[ସମ୍ପାଦନା]

(ଦର୍ଶନ ଶାସ୍ତ୍ର) ଆତ୍ମା ଅବସ୍ଥାନ କରୁଥିବା ଜୀବର ସୂକ୍ଷ୍ମ ଦେହ —(Philosophy) The subtle frame in which the soul is settled.

[ଉ— ଶବଦ ଆଦି ମାତ୍ରା ପଞ୍ଚ ଅପରେ ତ୍ରିଗୁଣ ପ୍ରପ଼ଞ୍ଚ ଦଶ ଇନ୍ଦ୍ରିୟ ପଞ୍ଚ ପ୍ରାଣ ଯେ ମନ ବୁଦ୍ଧି ସଙ୍ଗ ତେଣ ଏହାକୁ ଲିଙ୍ଗ ଦେହ କହି ଯାବତ ଚେତନା ଏ ବହି ଜଗନ୍ନାଥ. ଭାଗବତ]

[ଦ୍ରଷ୍ଟବ୍ୟ —ଯେଉଁ ସୁକ୍ଷ୍ମ ଶରୀର ପ୍ରାଣୀର ସ୍ଥୂଳଶରୀର ନଷ୍ଟ ହେବା ପରେ ମଧ୍ୟ ସଂସ୍କାରଜନ୍ୟ କର୍ମଫଳ ଭୋଗ କରିବା ପାଇଁ ଜୀବତ୍ମା ସଙ୍ଗେ ଲାଗି ରହିଥାଏ ତାକୁ ଲିଙ୍ଗ ଦେହ କହନ୍ତି ଏଥିରେ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କର ସବୁ ବୃତ୍ତିମାନ ବିଦ୍ୟମାନ ଥାଏ; କେବଳ ଏ ମାନଙ୍କ ସ୍ଥୁଳରୂପ ନ ଥାଏ ଏ ଦେହରେ ୧୭:ଟି ତତ୍ତ୍ୱ କଳ୍ପିତ ହୋଇଅଛି; ଯଥା—୧ ଇନ୍ଦ୍ରିୟ, ମନ, ପଞ୍ଚତନ୍ତ୍ରାତ୍ରି ଓ ବୁଦ୍ଧି— (ହିନ୍ଦୀ - ଶ)]