ଲିଟନ୍
ଦେଖଣା
ଲିଟନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) (ଇଂରାଜୀ - ଲିଟ୍ଟତ୍)
[ସମ୍ପାଦନା]- ୧. ବିଲାତର ପ୍ରସିଦ୍ଧ ଉପନ୍ୟାସକାର, ନାଟକକାର, କବି ଓ ରାଜନୀତୀଜ୍ଞ —୧. Edward Bulwar Lord Lytton.
[ଦ୍ରଷ୍ଟବ୍ୟ —ଏ ୧୮୩:ରୁ ୧୮୭୩: ପର୍ଯ୍ୟନ୍ତ ଜୀବିତ ଥିଲେ ଏହାଙ୍କ ଗ୍ରନ୍ଥ ସଂଖ୍ୟା ୬ରୁ ବେଶୀ ହେବ ଏହାଙ୍କର ପୁତ୍ର ଭାରତର ବଡ଼ଲାଟ ହୋଇଥିଲେ]
- ୨. ପ୍ରଥମୋକ୍ତ ଲର୍ଡ ଲିଟନଙ୍କ ପୁତ୍ର ଓ ଭାରତର ବଡ଼ ଲାଟ —୨. Edward Robert, Earl of Lytton.
[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ଖ୍ରୀ ୧୮୩୧: ଓ ମୃତ୍ୟୁ ୧୮୯୧: ଏ ମଧ୍ୟ ଜଣେ ସୁକବି ଓ ରାଜନୀତିଜ୍ଞ ଥିଲେ ଏ ଭାରତକୁ ୧୮୭୬: ସାଲରେ ବଡ଼ ଲାଟ ହୋଇ ଆସିଥିଲେ ଏହାଙ୍କ ଅମଳରେ ମହାରାଣୀ ଭିକ୍ଟୋରିୟା ୧୮୭୭: ସାଲରେ ଭାରତର ସମ୍ରାଜ୍ଞୀ ଉପାଧି ଗ୍ରହଣ କରିଥିଲେ ଏହାଙ୍କ ଅମଳରେ ଆଫଗାନ୍ ଯୁଦ୍ଧ ହୋଇଥିଲା; ଦେଶୀୟ ଭାଷାରେ ସଂପାଦିତ ସମ୍ୱାଦପତ୍ରମାନହ୍କର ସ୍ୱାଧୀନତା ଲୋପ ଓ ଅସ୍ତ୍ରଶସ୍ତ୍ର ସମ୍ୱନ୍ଧରେ କାଇଦା ଆଇନଦ୍ୱାରା କରା ହୋଇତିଲା ନିର୍ଦ୍ଦିଷ୍ଟ ସଂଖ୍ୟକ ଭାରତବାସୀ ବିଲାତରେ ସିଭିଲ୍ ସର୍ଭିସ୍ ପରୀକ୍ଷା ନଦେଇ ବଡ଼ ଚାକିରୀ ପାଇବାର ବିଧାନ ଏହାଙ୍କ ରାଜତ୍ୱର ଅନ୍ୟତମ ସ୍ମରଣୀୟ ବିଷୟ ଏ ଭାରତରୁ ଫେରି— ଯାଇ ଫ୍ରାନସ୍ ରାଝଧାନୀ ପାରିସ୍ ନଗରରେ ଇଂରାଜ ରାଜାଙ୍କ ପକ୍ଷରୁ ଦୂତରୂପେ ରହିଥିଲେ ଓ ସେହିଠାରେ ଏହାଙ୍କର ପରଲୋକ ପ୍ରାପ୍ତି ହୋଇଥିଲା]