ଲୀଳା
ଦେଖଣା
ଲୀଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଲୀ ଧାତୁ=ଆଲିଙ୍ଗନ କରିବା+ଭାବ. କ୍ୱିପ୍= ଲୀ; ଲୀ+ଲା ଧାତୁ=ଗ୍ରହଣ କରିବା+ଭାବ. ଅ+ଆ)
[ସମ୍ପାଦନା]- ୧. ଶୃଙ୍ଗାରଭାବଜନିତ କ୍ରିୟା ବିଶେଷ; ବିଭ୍ରମ; ହାବଭାବ; ଶୃଙ୍ଗାରରସଜ ଭଙ୍ଗୀ —୧. Amorous sport; dalliance; lascivious exhibitions,
- ୨. ଖେଳ; କ୍ରୀଡ଼ା; କେଳି —୨. Play; sport.
- ୩. ଶୋଭା —୩. Beauty.
- ୪. ଅଭିନୟ —୪. Acting.
- ୫. ଭଙ୍ଗୀ —୫. Posture.
- ୬. ନାନାବିଧ କାର୍ଯ୍ୟ— କଳାପ ଓ ବ୍ୟାପାର —୬. Various acts and doings and events.
- ୭. କୌତୁକ; ମଉଜ; ବିଳାସ —୭. Enjoyment; merriment; amusement; mirth.
- ୮. ଅଙ୍ଗ, ବେଶ, ଅଳଙ୍କାର, ପ୍ରୀତି ଓ ବାକ୍ୟଦ୍ୱାରା (ନାଗରୀ ଆପଣାର ପ୍ରୟତମ ଅନୁକରଣ — ୮. Act of (a woman) imitating the lover's actions, gait, dfress, ornament and postures.
- ୯. ସଂସାରରେ ମନୁଷ୍ୟରବା ଅବତାରଙ୍କର କାର୍ଯ୍ୟକଳାପ —୯. The doings of a man or of an incarnation in this world.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତ୍ରୀଲୋକର ନାମ —୧. Name of females.
- ୨. ଲୀଳାବତୀ ବା ନୀଳମଣି ଆଦି ସ୍ତ୍ରୀଙ୍କର ଡାକ ନାମ —୨. Names for calling Līḻābatī or Nīḻamaṇi.
- ୩. ଭୋଜନାଦିଦ୍ୱାରା ଉତ୍ସବ —୩. A festival.
- ୪. ମହାଭାରତ, ଭାଗବତ, ରାମାୟଣର ଚରିତ ବର୍ଣ୍ଣନ ପୂର୍ବକ ନୃତ୍ୟଗୀତାଦି ଓ ଅଭିନୟ —୪. Acting of the events of Rāmāyaṇa, Māhābhārata etc. by dancing and music.
- ୫. (ସଂସ୍କୃତ - ନୀଳମଣି) ନୀଳ ମଣି — ୫. Sapphire (germ).