Jump to content

ଲୀଳାବତୀ

ଉଇକିଅଭିଧାନ‌ରୁ

ଲୀଳାବତୀ

ଉଚ୍ଚାରଣ

[ସମ୍ପାଦନା]
(ଲୀଳାବାନ୍—ପୁଂ)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ବିଳାସବତୀ —୧. ASportful (woman); playful.
୨. ଶୃଙ୍ଗରଭାବ ଚେଷ୍ଟାନ୍ୱିତା —୨. Dallying; exhibiting amorous symproms; lascivious.

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ନ୍ୟାୟଗ୍ରନ୍ଥ ବିଶେଷ —୧. Name of Sanscrit work on logic.
୨. ଏକ ଜାତୀୟ ବେଶ୍ୟା — ୨. Name of a class of prostitutes.
୩. (ନାମ) ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟଙ୍କ କନ୍ୟା (ବା କାହାରି କାହାରି ମତରେ ପତ୍ନୀ) —୩. Name of the daughter (or wife according to some) of the great Indian satronomer Bhāskarāchaārj̄ya.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ, ଲୀଳା ବତୀ ଭାସ୍ତଚାର୍ଯ୍ୟଙ୍କ ଏକମାତ୍ର କନ୍ୟା ଥିବାରୁ ପିତା ତାଙ୍କୁ ଅତି ଆଦର ଓ ସ୍ନେହରେ ବଢ଼ାଇଥିଲେ ଭାସ୍କରାଚାର୍ଯ୍ୟ ଅଦ୍ୱିତୀୟ ଜ୍ୟୋତିଃଶାସ୍ତ୍ର ବେତ୍ତା ଥିଲେ ସେ ଲୀଳାବତୀଙ୍କ ଜନ୍ମ ପତ୍ରିକାକୁ ଗଣନା କରି ଦେଖିଲେ ଯେ ଲୀଳାବତୀ ପତି— ପୁତ୍ର ବିହୀନା ହେବ ଏଥିପାଇଁ ସେ ସ୍ଥିର କଲେ ଯେ କନ୍ୟାକୁ ସେ ଏପରି ଶୁଭ ଲଗ୍ନରେ ବିବାହ ଦେବେ ଯେ, କନ୍ୟା ବିଧବା ହେବ ନାହିଁ ଓ ସନ୍ତାନ ବତୀ ହୋଇ ପାରିବେ ବହୁ ଗଣନା ପରେ ଗୋଟିଏ ଶୁଭଲଗ୍ନସ୍ଥିର କରି ସେ ଲୀଳାବତୀଙ୍କ ପାଉଇଁ ବର ଠିକ୍ କଲେ ଏଣେ ବିବାହର ଲଗ୍ନ (ଶୁଭ ମୁହୁତ୍ତ) ନିର୍ଣ୍ଣାୟର୍ଥ ଗୋଟିଏ ସଛିଦ୍ର, ପାତ୍ର ଜଳ ଉପରେ ଭସାଇ ଦେଲେ ଓ ଗଣନାଦ୍ୱାରା ସ୍ଥିର କଲେ ଯେ ଛିଦ୍ରବାଟେ ପାଣି ପଶି ପାତ୍ରଟି ପୂର୍ଣ୍ଣ ହୋଇ ବୁଡ଼ି ଯିବା ମୁହୂର୍ତ୍ତରେ ପାଣିଗ୍ରହଣ ପାଇଁ ନିର୍ଦ୍ଦିଷ୍ଟ ଶୁଭକ୍ଷଣ ଉପସ୍ଥିତ ହେବ କିନ୍ତୁ ଦୈବର ଗତି ଅତି ବିଚିତ୍ର ଲୀଳାବତୀ ବାଳସ୍ୱଭାବ ବଶତଃ ସେହା ଭାସମାନ ଜଳପାତ୍ର ଉପରେ ମସ୍ତକ ଅବନତ କରି ସେହି ପାତ୍ର ମଧ୍ୟକୁ ଛିଦ୍ର ବାଟେ ପଶୁଥିବା ଜଳକୁ ଚାହିଁ ବସିଲେ ଏହି ସମୟରେ ଦେଖାଗଲା ଯେ ବେଳ ବହୁତ ଉଛୁର ହେଲାଣି, ଅର୍ଥାତ୍ ପାତ୍ରଟି ଜଳପୂର୍ଣ୍ଣ ହେଲା ନାହିଁ ବା ବୁଡ଼ିଲା ନାହିଁ ଓ ପୂର୍ବରୁ ସ୍ଥିରୂକୃତ ବିବାହ ଲଗ୍ନଟି ଗଡ଼ିଗଲା ଏହା ଦେଖି ଭାସ୍କରାଚାର୍ଯ୍ୟ ବଳମ୍ୱରେ କାରଣ ଅନୁସନ୍ଧାନ କରି ଦେଖିଲେ ଯେ ଲୀଳାବତୀ ସେ ପାତ୍ର ଉପରେ ମୁଣ୍ଡକୁ ନୁଆଇଁ ଚାହିଁଲାବେଳେ ତାଙ୍କ ଲଲାଟର ଅଳଙ୍କାର (ଅଳକା)ରୁ ଗୋଟିଏ ମୁକ୍ତା ଝଡ଼ି ପଡ଼ି ଅଜ୍ଞାତ ଭାବରେ ସେହି ପାତ୍ରର ଛିଦ୍ରକୁ ବନ୍ଦ କରିଥିବାରୁ ପାତ୍ରଟି ନିୟମିତ ସମୟରେ ଜଳପୂର୍ଣ୍ଣ ହେଲା ନାହିଁ, ଫଳତଃ ବିବାହ ଲଗ୍ନଟି ଅତୀତ ହୋଇଗଲା ଭାସ୍କରାଚାର୍ଯ୍ୟ ଏହା ଦେଖି ବିଷଣ୍ଣ ହେଲେ ଓ ଦୈବବିଧାନ ଅନିବାର୍ଯ, ଏହା ବିଚାର କରି କନ୍ୟାକୁ ଲଗ୍ନ ଗଡ଼ିଯିବା ପରେ ସେ ଦିନ ବିବାହ ଦେଲେ କିଛିଦିନ ପରେ କନ୍ୟା ବିଧବା ହେଲେ ତତ୍ ପରେ ଭାସ୍କରାଚାର୍ଯ୍ୟ ଅତି ଯତ୍ନ ସହକାରେ ଲୀଳାବତୀଙ୍କୁ ପାଟୀଗଣିତ ଓ ବୀଜଗଣିତ ଶାସ୍ତ୍ର ଶିକ୍ଷା ଦେଲେ ଓ ଲୀଳା— ବତୀଙ୍କ ନାମକୁ ଚିରସ୍ମରଣୀୟ କରିବା ସକାଶେ ସିପ୍ରଣୀତ ସିଦ୍ଧାନ୍ତ ଶିରୋମଣି ନାମକ ଗ୍ରନ୍ଥର ପାଟିଗଣିତ ବିଷୟକ ପ୍ରଥମ ଅଧ୍ୟାୟଟିକୁ 'ଲୀଳାବତୀ' ନାମ ଦେଲେ କେହି କେହି କହନ୍ତି ଯେ ଭାସ୍କରାଚାର୍ଯ୍ୟଙ୍କଦ୍ୱାରା ଉପଦିଷ୍ଟା ହୋଇ ଲୀଳାବତୀ ଏ ଗ୍ରନ୍ଥ ରଚନା କରିଥିଲେ

(ସୁବଳଚନ୍ଦ୍ର୍. ବଙ୍ଗଳା ଅଭିଧାନ) କେହି କେହି କହନ୍ତି ଲୀଳାବତୀ ଭାସ୍କରଙ୍କ ବିଧବା କନ୍ୟା ପୁଣି କେହି କେହି କହନ୍ତି ଲୀଳାବତୀ ତାଙ୍କ ସ୍ତ୍ରୀ ଓ ସ୍ତ୍ରୀଙ୍କ ମନୋର଼ଞ୍ଜନାର୍ଥ ଭାସ୍କର 'ଲୀଳାବତୀ' ରଚନା କରି ଥିଲେ କିନ୍ତୁ ଉକ୍ତ ଗ୍ରନ୍ଥର ସ୍ଥାନେ ସ୍ଥାନେ ବ୍ୟବହୃତ 'ବାଳେ' ବାଳ କୁରଙ୍ଗ ଲୋଳନୟନେ' 'ସଖି' ଆଦି ସମ୍ୱୋଧନ ଆପଣା କନ୍ୟା ପ୍ରତି ଓ 'ବତ୍ସେ' ଓ 'ଗଣକା' ଆପଣାର ସ୍ତ୍ରୀ ପ୍ରତି ବ୍ୟବହୃତ ହେବା ଅସମ୍ଭବ ଯାଗେଶଚନ୍ଦ୍ର. ଆମାଦେର ଜ୍ୟୋତିଷୀ

୪. ଭାସ୍କରାଚାର୍ଯ୍ୟ ରଚିତ ପାଟୀଗଣିତ ଓ ବୀଜଗଣିତ ସମ୍ୱନ୍ଧୀୟ ପ୍ରସିଦ୍ଧ ଗ୍ରନ୍ଥ ସିଦ୍ଧାନ୍ତ ଶିରୋମଣିର ପ୍ରଥମ ଅଧ୍ୟାୟର ନାମ — ୪. Title of the first chapter of a famous work on algebra and arithmetic named Siddhāntaṡiromaṇi by Bhāskarāchārj̄ya.

[ଦ୍ରଷ୍ଟବ୍ୟ — ଗ୍ରନ୍ଥରେ ଭାସ୍କର ଚାର୍ଯ୍ୟ ଲୀଳାବତୀଙ୍କ ପ୍ରଶ୍ନର ଉତ୍ତର ଛଳରେ

ପାଟୀଗଣିତର ଗୁଡ଼ିଏ ଜଟିଳ ସମସ୍ୟା ପୁତ୍ରମାନଙ୍କଦ୍ୱାରା ସମାଧାନ କରିଅଛନ୍ତି] 
୫. ସମ୍ପୂର୍ଣ୍ଣ ଜାତିର ଏ ରାଗିଣୀ — ୫. Name of a secondary tune in Hindu music.

[ଦ୍ରଷ୍ଟବ୍ୟ —ଏଥିରେ ସବୁ ଶୁଦ୍ଧସ୍ୱର ଲାଗେ ଏ ରାଗିଣୀ ଲଳିତ, ଜୟତଶ୍ରୀ ଓ ଦେଶକାର ରାଗିଣୀ ମାନଙ୍କ ମିଶ୍ରଣରେ ଉତ୍ପନ୍ନ କେହି କେହି ଏହାକୁ ଦୀପକ ରାଗର ପୁତ୍ର ବଧୂ କହନ୍ତି—ହିନ୍ଦୀ - ଶ) ===

୬. ସଂସ୍କୃତ ଛନ୍ଦୋବିଶେଷ —୬. Name of a Sanscrit meter.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ୧, ୮, ୧୪:ର ବିରାମର ୩୨: ମାତ୍ରା ଥାଏ ଓ ଶେଷରେ ଏକ ଜଗଣ ଥାଏ—ହିନ୍ଦୀ - ଶ]

ଦେଶଜ - ବିଶେଷ୍ୟ - ସ୍ତ୍ରୀ(ନାମ)

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ —A name given to females.