ଲୁଚାଇବା
ଦେଖଣା
ଲୁଚାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁକ୍ ଧାତୁ; ଲୁଚିବା କ୍ରିୟାର ଣିଜନ୍ତରୂପ)
[ସମ୍ପାଦନା]- ୧. ପ୍ରଚ୍ଛନ୍ନ କରିବା; ଗୋପନ କରିବା —୧. To conceal; to hide.
[ଉ— ଗଙ୍ଗା ଲୁଚାଇ ନଖ ତଳେ ଭୂପତି ପ୍ରେମପଞ୍ଚାମୃତ]
- ୨. ଆବୃତ କରିବା; ଘୋଡ଼ାଇବା —୨. To cover.
(ଯଥା—ମେଘ ଚନ୍ଦ୍ରଙ୍କୁ ଲୁଚାଇଛି)
- ୩. ଅନ୍ୟର ଦୃଷ୍ଟି ପଥର ଅନ୍ତରାଳରେ ରଖିବା —୩. To hide from another's view.
(ଯଥା—ବାଘ ପରା ଜନ୍ତୁ ଲୁଚାଇକରି ଖାଏ)
- ୪. ବାହାରେ ପ୍ରକାଶ ନ କରିବା — ୪. Not to publish a matter.
(ଯଥା—ପାପକୁ କେତେ ଦିନ ଲୁଚାଇବା?)
- ୫. ଲୋକଙ୍କୁ ଦେଖାଇ ନ ଦେବା —୫. Not to allow person to see.
(ଯଥା—ନୂଆ ବୋହୁଙ୍କୁ ଶାଶୁ ଆଉ କେତେଦିନ ଲୁଚାଇ ରଖିଲେ?)