Jump to content

ଲୁଚୁକାଳି

ଉଇକିଅଭିଧାନ‌ରୁ

ଲୁଚୁକାଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ଲୁଚ(ଚୁ)ଲୁଚାଣୀ—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଲୁକ୍ ଧାତୁ]

[ସମ୍ପାଦନା]

ଶିଶୁମାନଙ୍କର ଏକ ପ୍ରକାର ଖେଳ —The children's gamehide and seek.

[ଉ—ଲୁଚକାଳି କିବା ଖେଳଇ ତାରକା ଶାରଦ ଘନେ ରାଧାନାଥ. ଉଷା]

[ଦ୍ରଷ୍ଟବ୍ୟ —ଏ ଖେଳରେ ପ୍ରଥମେ ଭାଗ୍ୟ ପରୀକ୍ଷାଦ୍ୱାରା ଜଣକୁ 'ଚୋର' କରାଯାଏ ଆଉ ଜଣେ ବୁଢ଼ିଆଣୀ ବା ବୁଢ଼ୀ ମାଉସୀ ହୁଏ ବୁଢ଼ୀମାଉସୀ ଚୋରର ଆଖିକୁ ବୁଜି ଧରେ; ଇତ୍ୟବସରେ ଅନ୍ୟ ଶିଶୁମାନେ ନିକଟବର୍ତ୍ତୀ ସ୍ଥାନରେ ଲୁଚି ଯାଆନ୍ତି ଚେରର ଆଖି ଫିଟାଯିବା ପରେ ଚୋର ସେମାନଙ୍କୁ ଖୋଜି ବୁଲେ ଚୋର ଲୁଚିଥିବା ପିଲାମାନଙ୍କୁ ଖୋଜୁଥିବା ସମୟରେ ସେମାନେ ଗୋଟି ଗୋଟି ହୋଇ ଚୋରକୁ ଲୁଚି ଲୁଚି ଆସି ବୁଢ଼ୀଆଣିକୁ ଛୁଇଁ ଦେଇ ନିଶ୍ଚିନ୍ତ ହୁଅନ୍ତି ସେମାନଙ୍କ ମଧ୍ୟରୁ ଯେଉଁ ପିଲା ବୁଢ଼ିଆଣୀକୁ ଛୁଇଁ ପକାଇବା ପୂର୍ବରୁ ଚୋରର ହାବୁଡ଼େ ପଡ଼ିଯାଏ, ସେହି ପିଲାଟି 'ଚୋର' ହୁଏ ଏବଂ ସେ 'ଚୋର' ପ୍ରତି ପୁଣି ପୂର୍ବକଥିତ ବିଧି ଚାଲେ