ଲୁଣ

ଉଇକିଅଭିଧାନ‌ରୁ

ଲୁଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଲବଣ; ପ୍ରା. ଲୋଣ)[ସମ୍ପାଦନା]

ଲବଣ; ଖଣି ଓ ସମୁଦ୍ରରୁ ଜାତ କ୍ଷାର ରସଯୁକ୍ତ ଦ୍ରବ୍ୟ —Salt

[ଦ୍ରଷ୍ଟବ୍ୟ —ଲୁଣକ ପ୍ରଧାନ ଉତ୍ପତ୍ତି ସ୍ଥାନ ସମୁଦ୍ର; ଏହା ମଧ୍ୟ ଖଣିରୁ ମିଳେ ଓ ରାଜପୁତାନାର ସମ୍ୱର ଆଦି କେତେକ ହ୍ରଦରୁ ମିଳେ କେତେକ ଉଦ୍ଭିଦର ପାଉଁଶରୁ ମଧ୍ୟ ଲୁଣ ବାହାରେ ଓ କେତେକ ସ୍ଥଳରେ ମାଟି ଉପରେ ଲୁଣର ସ୍ତର ପ଼ଡ଼ିଥାଏ ଲୁଣ ଅତି ସହଜରେ ଜଳସଙ୍ଗେ ମିଳାଇ ଯାଏ ଏବଂ ବାୟୂରୁ ଜଳ ଗ୍ରହଣ କରିବାର ଶକ୍ତି ଲୁଣର ଅଛି; ଏଥିପାଇଁ ଲୁଣ ସମ୍ୱନ୍ଧେ ନାଆଁଦିଆ (ପ୍ରହେଳିକା) ଅଛି "ଟିକି ଚଢ଼େଇ ଟିକକ ପାଣିରେ ବୁଡ଼ି ମରଇ" କାନ୍ଥ ଆଦିରେ ଲୁଣ ପାଣି ବା ଲୁଣି ହାଉଆ ଲାଗିଲେ ସେ କାନ୍ଥରୁ ମାଟି ଓ ଚୂନ ଆଦି ଝୁର୍ଝୁର୍ ହୋଇ ଝଡ଼ିପଡ଼େ ଲୁଣ ଅନେକ ପ୍ରକାର ଅଛି ଯଥା—କରକଚଲୁଣ, ପଙ୍ଗା ଲୁଣ, ଚିଟଲୁଣ,ସଇନ୍ଧବଲୁଣ, ଫୁଲାଲୁଣ; ଶାମ୍ୱରୀଲୁଣ ସଚ ବା ସଚଳ ଲୁଣ ଓ ଖାଡ଼(ରି) ନୁଣ]