ଲୁହା
ଲୁହା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୌହ, ଲୌହ)
[ସମ୍ପାଦନା]- ୧. କଠିନ ଖନିଜ ଧାତୁ— ବିଶେଷ; ଲୌହ (ଧାତୁ) —୧. Iron (Ferrum).
- ୨. ଲୁହା ପରି ଟାଣ ବସ୍ତୁ — ୨. Anything as hard as iron.
[ଦ୍ରଷ୍ଟବ୍ୟ —ସଂସାରରେ ବହୁ ଧାତୁ ସଙ୍ଗେ ମିଶ୍ରିତ ଅବସ୍ଥାରେ ଲୁହାର ରୁଢ଼ିଆ (ore) ଖଣିରୁ ମିଳେ ଲୁହାର ବର୍ଣ୍ଣ କଳା ବାୟୁ ଓ ଜଳ ସଂସାରରେ ଏଥିରେ କଳଙ୍କି ଲାଗେ ଭରତରେ ବୈଦିକକାଳରୁ ଏ ଧାତୁର ଜ୍ଞାନ ଚଳି ଆସିଅଛି ବେଦରେ ଲୁହାକୁ ସଫା କରିବା ବିଧି ଅଛି ଓ ଲୁହାରେ ନିର୍ମିତ କଠିନ ଓ ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ରମାନଙ୍କ ବିଷୟ ଉଲ୍ଲେଖ ଅଛି ବୈଦ୍ୟଶାସ୍ତ୍ର ମତରେ ଲୁହା ପାଞ୍ଚ ପ୍ରକାର:—୧କାଂଚୀ, ୨ପାଣ୍ଡି, ୩ କାନ୍ତ, ୪କାଳିଙ୍କ ଓ ୫ ବଜ୍ରକ ପୂର୍ବେ କାଞ୍ଚିଦେଶରୁ କାଞ୍ଚୀ, ପାଣ୍ଡ୍ୟ ଦେଶରୁ ପାଣ୍ଡି ଓକଳିଙ୍ଗ ଦେଶରୁବ କାଳିଙ୍ଗ ଲୁହା ଖଣିରୁ ବାହାରୁ ଥିଲା ଯେଉଁ ସୁହା ଆକାଶରୁ ଉଲ୍କାପିଣ୍ଡରୂପେ ପଡ଼ୁଥିଲା ତାକୁ ବଜ୍ରକ କହୁଥିଲା ଶୁଦ୍ଧୀକୃତ ଲୁହାକୁ କାନ୍ତ ବୋଲାଯାଏ ଓ ପାଞ୍ଚ ପ୍ରକାର ଲୁହାର ପ୍ରୟୋଗ ବୈଦ୍ୟ ଶାସ୍ତ୍ରରେ ଅଛି ଲୁହା ବଳପ୍ରଦ ଏବଂ ଶୋଥ, ଶୂଳ,ଅର୍ଶଃ, କୁଷ୍ଠ, ପାଣ୍ଡୁ, ପ୍ରମେହ, ମେଦ ଓ ବାୟୁନାଶକ; ଆଖିରେ ଜ୍ୟୋତି ଓ ଆୟୁବୃଦ୍ଧିକର, ଗୁରୁ ଓ ସାରକ ବୋଲି ବୈଦ୍ୟ ଶାସ୍ତ୍ରରେ ଅଛି ବୈଦ୍ୟକରେ ଲୁହାର ଭସ୍ମର ପ୍ରସ୍ତୁତ କରିବା ପ୍ରକ୍ରିୟା ଓ ଭସ୍ମର ପ୍ରୟୋଗ ଅଛି ପ୍ରାଚୀନ କାଳରେ ଭାରତରେ ଲୋକେ ଲୁହାକୁ କଳଙ୍କିରୁ ବହୁଶତ ବର୍ଷ ରକ୍ଷା କରିବା ଉପାୟ ଜାଣୁଥିଲେ ଦିଲ୍ଲୀର ଲୌହସ୍ତମ୍ଭରେ ୧୫ଶତ ବର୍ଷରେ କଳଙ୍କି ଧରି ନାହିଁ ପୁରାଣମତରେ ଦେବତା— ମାନଙ୍କଦ୍ୱାରା ନିହତ ଲୋମିକ ଦୈତ୍ୟର ଶରୀରରୁ ଲୁହା ଉତ୍ପନ୍ନ ହୋଇଥିଲା ଲୌହ ଆର୍ଯ୍ୟ ଶାସ୍ତ୍ରରେ ୩ ପ୍ରକାର ଥିବା ସେଖାଯାଇଅଛି ତୀକ୍ଷ୍ଣାୟସର ପର୍ଯ୍ୟାୟ ତୀକ୍ଷ୍ଣ, ଶସ୍ତ୍ରାସୟ, ଶସ୍ୟ, ପିଣ୍ଡ, ଶଠ, ଆୟସ,ନିଶିତ, ତୀବ, ଖଡ଼୍ଗ., ଚିତ୍ରାୟସ, ମୁଣ୍ଡଜ ମୁଣ୍ଡାୟସର ପର୍ଯ୍ୟାୟ—ମୁଣ୍ଡ, ଦୃଷତ୍ସାର, ଶିଳାତ୍ମକ, ଅଶ୍ମଜ, କୃଷିଲୌହ କାନ୍ତାୟସର ପର୍ଯ୍ୟାୟ —କ୍ଳାନ୍ତ ହିନ୍ଦୀ - ଶ]
- ୩. ବଳଦ ଓ ଘୋଡ଼ାଙ୍କ ଦେହରେ ତତାଇ କରି ଦାଗ ଦେବା ପାଇଁ ବ୍ୟବହୃତ ଲୌହ ଶଳାକା; ଚଡ଼ୁକାଠି — ୩. Searing iron.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଲୌହ ନିର୍ମିତ —୧. Made of iron.
- ୨. ଲୁହାପରି ଟାଣ —୨. Hard as iron.
- ୩. କଷ୍ଟସହ (ହୃଦୟ) —୩. Callous (heart).
- ୪. କଠୋର; ନିଷ୍ଠୁର — ୪. Hard;cruel.