Jump to content

ଲୂତା

ଉଇକିଅଭିଧାନ‌ରୁ

ଲୂତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲୁ ଧାତୁ+କର୍ତ୍ତୃ. ତ+ଆ)

[ସମ୍ପାଦନା]
୧. ବୁଢ଼ିଆଣି; ମାକଡ଼ସା; ଉର୍ଣ୍ଣନାଭ —୧. Spider.

[ଉ—କହି ବସିଲେ, ହେବ ଏ ଳୂତା ସୂତା ପ୍ରାୟେ ଦୀନକୃଷ୍ଣ. ରସ କଲ୍ଲୋଳ ]

୨. ପିମ୍ପୁଡ଼ି (ହିନ୍ଦୀ - ଶ.) —୨. Ant. (Apte)
୩. କ୍କା; ମର୍ମବ୍ରଣ; ମନୁଷ୍ୟର ଦେହରେ ବୁଢ଼ିଆଣି ମୂତିଲେ ଯେଉଁ ବ୍ରଣ ହୁଏ (ହିନ୍ଦୀ - ଶ.) —୩. Sores appering on the body duev to a spider urinating on one's body.

[ଦ୍ରଷ୍ଟବ୍ୟ —ବୈଦ୍ୟକ ଗ୍ରନ୍ଥରେ ଳୂତା ରୋଗ କେତେ ପ୍ରକାରର ଉଲ୍ଲେଖ ଅଛି ଓ କେତେ ପ୍ରକାରର ବିଷାକ୍ତ ମାଙ୍କଡ଼ାସାଙ୍କ ନାମ ମଧ୍ୟ ଅଛି, ଯଥା—ତ୍ରିମଣ୍ଡଳା, ଶ୍ୱେତା, କପିଳା, ରକ୍ତଳୂତା ମାଙ୍କଡ଼ାସାଙ୍କ ମୂତ୍ର,ଛେପ, ନଖ, ରଜ, ଶୁକ୍ର ଓ ପୁରୀଷଦ୍ୱାରା ବିଷ ସଞ୍ଚାରିତ ହେବା ଲେଖାଅଛି, ଲୂତାରୋଗ ମାରାତ୍ମକ— ହିନ୍ଦୀ - ଶ.]