ଲେଉଟିବା
ଦେଖଣା
ଲେଉଟିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ନିବର୍ତ୍ତନ)
[ସମ୍ପାଦନା]- ୧. ଓଳଟିବା; ବିପର୍ଯ୍ୟସ୍ତ ହେବା —୧. To be upturned.
- ୨. ବାହୁଡ଼ିବା; କୌଣସି ସ୍ଥାନରୁ ଫେରିବା ବା ପ୍ରତ୍ୟାବର୍ତ୍ତନ କରିବା —୨. To come back;to return.
[ଉ—ଭୀମଙ୍କ ବଚନେ ପୁରେ ଲେଉଟିଲା—କୃଷ୍ଣସିଂହ ମହାଭାରତ ସଭା ]
- ୩. ଶରୀରର ଅବସ୍ଥାକୁ ପରିବର୍ତ୍ତନ କରିବା; କଡ଼ ଲେଉଟାଇବା —୩. To change one's position or sides.
(ଉ—ଶୟନେ ଲେଉଟୁ ନାହିଁ ବିଚ୍ଛେଦ ଆଣେ—ପ୍ରାଚୀ ଶିଶୁଙ୍କର ଉଷାଅଭିଲାଷ )
- ୪. ମନୁଷ୍ୟ ଯେଉଁ ଦିଗକୁ ମୁହଁକରି ଯାଉ ଥାଏ ସେ ଆଡ଼କୁ ପିଠି କରିବା; ମୁହଁ ଫେରାଇବା; ପଛକୁ ଫେରିବାଟ; ବୁଲିପଡ଼ିବା — ୪. To turn back; to turn back one's face.
- ୫. (ମାଛ ପାଣିରେ) ମାରିହୋଇ ଏ ପାଖ ସେ ପାଖ ହେବା —୫. To turn on the sides in water (Said of fishes)
- ୬. (ଛାଡ଼ିଯାଇଥିବା ଜର ଓ ରୋଗ ଆଦି) ପୁନରପି ଘଟିବା —୬. To relapse; to revert.
- ୭. (ମକଦ୍ଦମା) ପୁନବିଚାର ନିମନ୍ତେ ନିମ୍ନ ଅଦାଲତକୁ ପଠାଯିବା —୭. (Case) To be remanded; to be sent back to the lower court for retrial.
- ୮. ମଲା ପରେ ପୁଣି ସଂସାରରେ ଜନ୍ମ ହେବା —୮. To revert to the world by rebirth after death; to be reborn after death.
- ୯. ନିଆଁଉପରେ ଦୁଧ, ଭାତ ଆଦି ଫୁଟି ଏ ପାଖ ସେ ପାଖ ଓଲଟାଇବା — ୯. To turn (Said of boiling rice or milk.)
- ୧. (କଥା) ପରିବର୍ତ୍ତିତ ହେବା —୧୦. To be changed
- ୧୧. ପ୍ରତ୍ୟାହୃତ ହେବା — ୧୧. To be withdrawn.
- ୧୨. [ପାରା, ନାଟୁଆ] ବନ୍ଧ ଭାଙ୍ଗିବା —୧୨. To cut capers or somersaults.
ଦ୍ର— ଲେଉଟିବା ଶବ୍ଦ କ୍ରିୟାବାଚକ ବିଶେଷ୍ୟ ଓ ବିଶେଷ୍ୟଣରୂପେ ମଧ୍ୟ ବ୍ୟବହୃତ ହୁଏ ]